Advertisment

୧୫ ହଜାର ନଡ଼ିଆ ପିଟିଲେ ବିଧାୟକ, ୨୦୨୪ରେ ନବୀନଙ୍କ ବିଜୟ ହେଲେ ପୁଣି ପିଟିବେ

ରାଜନୀତିରେ ବିଜୟ ସ୍ୱାଦ ଚାଖିଥିବା ବିଜେଡି ନେତା ତଥା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନିଜ ମାନସିକ ପୂରଣ ପରେ ପ୍ରଭୁ ନୃସିଂହଙ୍କ ପାଖରେ ନଡିଆ ଭାଙ୍ଗୁଛନ୍ତି।

ଅଦ୍ୟତନ ହୋଇଛି
MLA offers 15 thousand coconut

MLA offers 15 thousand coconut

Advertisment

ଚାଲିଛି ନଡ଼ିଆ ଭଙ୍ଗା। ଫାଟୁଛି ଠୋ ଠା। ଚାରିପଟୁ ଫିଙ୍ଗା ଚାଲିଛି ମାନସିକ ନଡ଼ିଆ। ଏତେ ନଡିଆ ଫଟା ହେଲାଣି ଯେ ଚାରିଆଡେ ବିଛେଇ ହୋଇ ପଡ଼ିଛି ନଡ଼ିଆ ଫାଳ। ନଡ଼ିଆ ପିଟିପିଟି ବିଜେଡି କର୍ମୀ ହାଲିଆ। ଏ ନନଷ୍ଟପ୍ ନଡିଆଭଙ୍ଗା ଦୃଶ୍ୟ ଦେଖିବାକୁ ଯେତେ ମଜା ଲାଗୁଛି, ୟା ପଛରେ ବି ରହିଛି ସେମିତି ରୋଚକ ରାଜନୀତିର କାରଣ। ବିଜେଡି ବିଧାୟକଙ୍କର ନିଆରା ମାନସିକ। ଯେତେ ଭୋଟ ବ୍ୟବଧାନରେ ଜିତୁଛନ୍ତି ଭଗବାନଙ୍କ ପାଖରେ ଭାଙ୍ଗୁଛନ୍ତି ସେତେ ନଡ଼ିଆ। ବିଜେଡିର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗତକାଲି ନୃସିଂହ ଚତୁର୍ଦ୍ଦଶୀରେ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳ ଯାଇ ପ୍ରଭୁ ନୃସିଂହ ମନ୍ଦିରରେ ଭାଙ୍ଗିଛନ୍ତି ୧୫ ହଜାରରୁ ଊର୍ଦ୍ଧ୍ୱ ନଡିଆ।

Advertisment

ରାଜନୀତିରେ ବିଜୟ ସ୍ୱାଦ ଚାଖିଥିବା ବିଜେଡି ନେତା ତଥା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନିଜ ମାନସିକ ପୂରଣ ପରେ ପ୍ରଭୁ ନୃସିଂହଙ୍କ ପାଖରେ ନଡିଆ ଭାଙ୍ଗୁଛନ୍ତି। ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବାରୁ ଏଠାରେ ସେ ନଡିଆ ଭାଙ୍ଗୁଛନ୍ତି। ୟେ ପ୍ରଥମ ଥର ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ଏକାଧିକବାର ପୂର୍ଣ୍ଣଚନ୍ଦ୍ର ଏମିତି ନଡିଆ ଭାଙ୍ଗି ସାରିଛନ୍ତି। ସେ ପ୍ରତିଥର ଯେତେ ଭୋଟ ବ୍ୟବଧାନରେ ଜିତିଛନ୍ତି ସେତିକି ନଡିଆ ଫଟାଇଛନ୍ତି। ୨୦୦୯ରେ ୪ ହଜାର ୧୧ ଖଣ୍ଡ ଆଉ ୨୦୧୪ରେ ପ୍ରାୟ ୧୬ ହଜାର ଭୋଟରେ ଜିତିଥିବାରୁ ସେ ସମୟରେ ମଧ୍ୟ ପୂର୍ଣ୍ଣଚନ୍ଦ୍ର ନୃସିଂହ ମନ୍ଦିରରେ ନଡିଆ ଭାଙ୍ଗିଥିଲେ। ଆଉ ୨୦୧୯ ବେଳକୁ ୧୩ ହଜାର ୯୬୯ ଭୋଟରେ ଜିତିଥିଲେ ବି ତାଠାରୁ ଅଧିକ ୧୫ ୦୦୦ ନଡିଆ ଭାଙ୍ଗିଛନ୍ତି।

ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କହିଛନ୍ତି, ମାନସୀକ ପୂର୍ଣ୍ଣ ହୋଇଥିବାରୁ ନଡ଼ିଆ ଅର୍ପଣ କରାଯାଇଛି। ବାପାଙ୍କ ଦେହାନ୍ତି ଓ ପତ୍ନୀ ଦେହ ଖରାପ ଥିବାରୁ ଏହି କାର୍ଯ୍ୟ ବିଳମ୍ବ ହୋଇଥିଲା। ତେବେ ଗତକାଲି ଏହି କାର୍ଯ୍ୟ ସମାପନ ହୋଇଛି। ୨୦୨୪ରେ ବିଜେଡିକୁ ୧୪୭ରୁ ୧୪୦ ଆସନ ସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିଲେ ନୃସିଂହନାଥଙ୍କ ପାଖରେ ପୁଣି ନଡ଼ିଆ ଅର୍ପଣ କରାଯିବ।

Advertisment
MLA offers 15 thousand coconutଚାଲିଛି ନଡ଼ିଆ ଭଙ୍ଗା

ବିଗତ ଦିନରେ କରୋନା କଟକଣା ଏବଂ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପୂର୍ଣ୍ଣଚନ୍ଦ୍ର ୨୦୧୯ ନିର୍ବାଚନ ଫଳାଫଳ ଘୋଷଣା ପରେ ନୃସିଂହ ମନ୍ଦିର ଯାଇ ପାରିନଥିଲେ। ତେବେ ବିଳମ୍ବ ହେଲେ ମଧ୍ୟ ଗତକାଲି ନୃସିଂହ ଚତୁର୍ଦ୍ଦଶୀ ତିଥିରେ ନିଜ ନିର୍ବାଚନ ମଣ୍ଡଳିର ୭୦୦ରୁ ଅଧିକ ସମର୍ଥକ ଏବଂ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ସହ ଯାଇଥିଲେ ସୀମାଞ୍ଚଳ। ଆଉ ଏଥିପାଇଁ ବ୍ୟବହୃତ ହୋଇଥିଲା ୧୨୦ ଟି ଗାଡ଼ି। ବିଜେଡି ବିଧାୟକଙ୍କ ଏ ନିଆରା ନଡ଼ିଆ ଭଙ୍ଗା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

Bjd Mla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe