'ମଣିଷ ଧୋକାବାଜ ହୋଇପାରେ, କୁକୁର ନୁହେଁ, ଏମାନେ ମୋର ବନ୍ଧୁ'

ଆସିବା (ମନୋଜ ମୁନୀ): ଆଜିର ଦୁନିଆରେ ବିନା ସ୍ୱାର୍ଥରେ କେହି କିଛି ବି କରୁନାହାନ୍ତି। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜେ ନଖାଇ ବୁଲା କୁକୁରଙ୍କ ପେଟ ପୂରା କରୁଛନ୍ତି। ବସିଲେ କି ଉଠିଲେ କିମ୍ବା ଯୁଆଡେ ଗଲେ ବି କୁକୁରମାନେ ତାଙ୍କ ପଛରେ ଦୌଡ଼ନ୍ତି। ଆମେ କହୁଛୁ ଧରାକୋଟ ହରିଜନ ସାହିର ମୋଚିରାମ ନାୟକଙ୍କ କଥା। କୁକୁରମାନଙ୍କ ପ୍ରତି ମୋଚିରାମଙ୍କ ବହୁତ ଭଲପାଇବା ରହିଛି। ଏଥିପାଇଁ ସେ କୁହନ୍ତି ମଣିଷ ଧୋକାବାଜ୍ ହୋଇପାରନ୍ତି […]

aska

aska

Ranjit Kumar Jena
  • Published: Wednesday, 14 July 2021
  • Updated: 14 July 2021, 07:40 PM IST

Sports

Latest News

ଆସିବା (ମନୋଜ ମୁନୀ): ଆଜିର ଦୁନିଆରେ ବିନା ସ୍ୱାର୍ଥରେ କେହି କିଛି ବି କରୁନାହାନ୍ତି। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜେ ନଖାଇ ବୁଲା କୁକୁରଙ୍କ ପେଟ ପୂରା କରୁଛନ୍ତି। ବସିଲେ କି ଉଠିଲେ କିମ୍ବା ଯୁଆଡେ ଗଲେ ବି କୁକୁରମାନେ ତାଙ୍କ ପଛରେ ଦୌଡ଼ନ୍ତି। ଆମେ କହୁଛୁ ଧରାକୋଟ ହରିଜନ ସାହିର ମୋଚିରାମ ନାୟକଙ୍କ କଥା। କୁକୁରମାନଙ୍କ ପ୍ରତି ମୋଚିରାମଙ୍କ ବହୁତ ଭଲପାଇବା ରହିଛି। ଏଥିପାଇଁ ସେ କୁହନ୍ତି ମଣିଷ ଧୋକାବାଜ୍ ହୋଇପାରନ୍ତି କିନ୍ତୁ କୁକୁର ନୁହେଁ।

ବୟସ ତାଙ୍କର ୪୦ ଡେଇଁଲାଣି। ମୂଲ ଲାଗିଲେ ତାଙ୍କ ପାରିବ ଚଳେ। ଯେଉଁଦିନ ଉପାର୍ଜନ ନଥିବ କିମ୍ବା ତାଙ୍କୁ ଖାଇବାକୁ ମିଳୁବା ନ ମିଳୁ କିନ୍ତୁ ସେ କୁକୁର କଥା ବୁଝନ୍ତି। ସେବା ବି କରନ୍ତି। ଧରାକୋଟ ବଡଦାଣ୍ଡ ର ଗୁଣ୍ଡିଚା ମନ୍ଦିର ଛକ, ମାଉସୀ ମା ମନ୍ଦିର ଛକ, ବଜାର ଛକ ଏଭଳି ସବୁ ସ୍ଥାନରେ କୁକୁର ଦଳ ଦଳ ହୋଇ ଗୋଡନ୍ତି ମୋଚିରାମଙ୍କ ପଛରେ। କେତେବେଳେ ତାଙ୍କ ଗାଡିକୁ ଅଟକାନ୍ତି ଆଉ ଉପରେ ଚଢିନ୍ତି। ଏସବୁ ଦେଖି ଲୋକେ ପଶୁପ୍ରେମ କଥା ବଖାଣନ୍ତି।

ଧରାକୋଟ ବଡ଼ଦାଣ୍ଡରେ କୁକୁର ଦଳ ପ୍ରତିଦିନ ମୋଚିରାମଙ୍କ ବାଟ ଚାହିଁ ବସିଥାନ୍ତି। ରାସ୍ତା କଡ଼ରେ ଯିଏ ଯେଉଁ ଗଳିରେ ଥାଆନ୍ତୁ ନା କାହିଁକି ମୋଚିରାମ ଆସିବା କ୍ଷଣି ତାରି ବାସ୍ନାବରୀ ପାଖରେ ରୁଣ୍ଡ ହୋଇ ଯାଆନ୍ତି ଏମାନେ। ନିଜ ପେଟର ଦାନାକୁ କାଟି ମୋଚିରାମ ଏମାନଙ୍କୁ ଖାଇବାକୁ ଦିଅନ୍ତି। କରୋନା ସମୟରେ ଲୋକଙ୍କୁ ଖାଇବାକୁ ମିଳୁ ନଥିବା ବେଳେ ମୋଚିରାମ ବୁଲା କୁକୁରଙ୍କ ପେଟକୁ ଚିହ୍ନୁଥିଲେ। ତେଣୁ ପଶୁ ହେଲେ କଣ ହେଲା, ଏମାନେ ମୋଚିରାମଙ୍କ ସ୍ନେହ ଓ ପ୍ରେମକୁ ବୁଝନ୍ତି। ବୁଲା କୁକୁର ପ୍ରତି ମୋଚିରାମ ଙ୍କ ସ୍ନେହକୁ ଦେଖିଲେ ଲାଗିବ ସତେ ଯେମିତ ସେମାନଙ୍କ ସହ ତାଙ୍କରି ଜନ୍ମ ଜନ୍ମର ସମ୍ପର୍କ।

ପ୍ରତିଦିନ କୁକୁର ଦଳ ରାସ୍ତା କଡରେ ହିଁ ମୋଚିରାମ ଙ୍କ ବାଟ ଚାହିଁ ବସିଥାନ୍ତି। ଏହା ଦିନେ କିମ୍ବା ଓଳିଏର କଥା ନୁହେଁ।ବହୁ ବର୍ଷ ହେଲା ମୋଚିରାମ ଙ୍କ ସହ କୁକୁର ଦଳର ଏହି ବନ୍ଧୁତା। ସେ ଘରୁ ବାହାରିବା କ୍ଷଣି ତାଙ୍କ ପଛରେ ଚାଲନ୍ତି କୁକୁର ଦଳ। ବାଟ ବି ଓଗାଳନ୍ତି। ମୋଚିରାମ ଖାଇବାକୁ ଦିଅନ୍ତି। ସେମାନଙ୍କ ପିଠିକୁ ଥପୁଡ଼ାଇ ଦିଅନ୍ତି। ଆଉଁସି ଦିଅନ୍ତି, ଗେଲ କରନ୍ତି, ସ୍ନେହବି ଦିଅନ୍ତି। ବେଳଳେ ବେଳେ ଏମାନେ ଅବୁଝା ହେଲେ ସେ କୁକୁର ମାନଙ୍କୁ ଚାବି ଦିଆ କଣ୍ଢେଇ ଭଳି କାନ ମୋଡି ପକାନ୍ତି। ସ୍ନେହରେ ବିସ୍କୁଟବି ଖୁଆଇ ଦିଆନ୍ତି।

ଆଉ ଆଦର ଭାଷାରେ ବାଙ୍ଗିରି, ପାଣ୍ଡା, ପାଣ୍ଡି, ମଲ୍ଲୀ, ରବି ବୋଲି କହାକୁ କେମିତି କେତେ କେତେ ନାଁରେ ଡାକି ପକାନ୍ତି। କୁକୁର ମାନେ ମଧ୍ୟ ମୋଚିରାମଙ୍କ ଦେହକୁ ଚାଟନ୍ତି କିନ୍ତୁ କାମୁଡ଼ନ୍ତି ନାହିଁ। କୁତା ବଫାଦାର, ତେଣୁ ସେମାନେ ମୋ ଭାଇ, ବନ୍ଧୁ ଓ କୁଟୁମ୍ବ ବୋଲି କୁହଁନ୍ତି ମୋଚିରାମ। ମଣିଷ ଧୋକାବାଜ ହୋଇପାରେ, କିନ୍ତୁ କୁକୁର ନୁହଁ। ତେଣୁ ଏମାନେ ମୋର ବନ୍ଧୁ ଆଉ ତାଙ୍କ ସହ ଚଳେ। ବୁଲା କୁକୁର ହେଲେ ମଧ୍ୟ ମୋଚିରାମଙ୍କର କୁକୁର ପ୍ରତି ଘୃଣା ନାହିଁ। ସେ ଏମିତି ପଶୁପ୍ରେମୀ ଯେ କୁକୁର ପାଖରେ ଶୁଅନ୍ତି ଓ ବସନ୍ତି। ଯାହାକୁ ଦେଖି ଲୋକେ ମୋଚିରାମଙ୍କୁ ପଶୁପ୍ରେମୀ କୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story