Advertisment

ଅସୁସ୍ଥ ଝିଅକୁ ଦେଖିବା ପାଇଁ ମେଡିକାଲ ଯାଉଥିଲେ, ଗେଟ୍‌ ସାମ୍ନାରେ ଚାଲିଗଲା ମା-ପୁଅଙ୍କ ଜୀବନ

ଗୋଟିଏ ପଟେ ଝିଅ ମେଡିକାଲାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟପଟେ ତାଙ୍କ ଭାଇ ଓ ମା’ଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

accident

accident

Advertisment

ମେଡିକାଲରେ ଥିବା ଅସୁସ୍ଥ ଝିଅକୁ ଦେଖିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମା’ ଓ ପୁଅ। ମେଡିକାଲ ଗେଟ୍‌ ସାମ୍ନାରେ ହିଁ କାର୍‌ ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଗୋଟିଏ ପଟେ ଝିଅ ମେଡିକାଲାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟପଟେ ତାଙ୍କ ଭାଇ ଓ ମା’ଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ବ୍ରହ୍ମପୁର ଏମକେସିଜି ମେଡିକାଲ ଗେଟ୍‌ ସାମ୍ନାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି।

Advertisment

ବୁଧବାର ବିଳମ୍ବିତ ରାତିରେ ଘଟଣା ଘଟିଥିଲା। ମୃତକ ଦ୍ୱୟ ହେଲେ ଆଙ୍କୁଲି ଅଞ୍ଚଳର ସୀତାମା ପାତ୍ର ଓ ତାଙ୍କ ପୁଅ ରାମଚନ୍ଦ୍ର ପାତ୍ର। ଗୋଇଲୁଣ୍ଡି ଅଞ୍ଚଳରେ ରହୁଥିବା ସୀତାମାଙ୍କ ଝିଅ ମଞ୍ଜୁଳା ପାତ୍ରଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଏଥିପାଇଁ ମଞ୍ଜୁଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ।

ଝିଅ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ରାତି ପ୍ରାୟ ୧୨.୩୦ରେ ସୀତାମାଙ୍କ ପାଖରେ ପହଞ୍ଚିଥିଲା। ସେ ତୁରନ୍ତ ପୁଅ ରାମଚନ୍ଦ୍ରଙ୍କ ବାଇକ୍‌ରେ ଆଙ୍କୁଲି ସ୍ଥିତ ଘରୁ ବାହାରିଥିଲେ। ସେମାନେ ଏମକେସିଜି ନିକଟରେ ମଧ୍ୟ ପହଞ୍ଚି ଯାଇଥିଲେ। ତେବେ ଏମକେସିଜିକୁ ପ୍ରବେଶ କରିବା ପାଇଁ ଉଭୟ ବାଇକ୍‌ ଧରି ରାସ୍ତାର ଡିଭାଇଡର ନିକଟରେ ଛିଡ଼ା ହେବା ସହ ହୋଇ କୌଣସି ଗାଡ଼ି ଆସୁଛି କି ନାହିଁ ଦେଖୁଥିଲେ। ଏହି ସମୟରେ ହଠାତ୍‌ କମାପଲ୍ଲୀ ପଟରୁ ଆସୁଥିବା ଗୋଟିଏ ଦ୍ରୁତଗାମୀ କାର୍‌ ମା’-ପୁଅଙ୍କ ବାଇକ୍‌କୁ ଧକ୍କା ଦେଇ ଡିଭାଇଡରରେ ପିଟି ହୋଇଯାଇଥିଲା।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ରାମଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ସୀତାମା ମଧ୍ୟ ଆଖି ବୁଜିଛନ୍ତି। ଖବରପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ ସହ ଏହାର ଚାଳକଙ୍କୁ ଥାନାକୁ ନେଇଥିଲା। ଏବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତା’ର ତଦନ୍ତ ପୁଲିସ୍‌ କରୁଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ମହାରାଷ୍ଟ୍ରର ନମ୍ବଲ ପ୍ଲେଟ ରହିଛି। ସେହିପରି ଗାଡ଼ିରେ ଜଣେ ମାତ୍ର ବ୍ୟକ୍ତି ଥିଲେ ନା ଦୁର୍ଘଟଣା ପରେ କେହି ଫେରାର ହୋଇଯାଇଛନ୍ତି, ତା’ର ଖୋଳତାଡ଼ ପୁଲିସ୍‌ କରୁଛି।

ପ୍ରାଣ ହରାଇଥିବା ରାମଚନ୍ଦ୍ର ବିବାହିତ। କିନ୍ତୁ ତାଙ୍କର ତାଙ୍କର କୌଣସି ସନ୍ତାନ ନାହାନ୍ତି। ସ୍ୱାମୀ ଓ ଶାଶୁଙ୍କୁ ହରାଇ ଏବେ ରାମଚନ୍ଦ୍ରଙ୍କ ପତ୍ନୀ ଏକା ହୋଇ ଯାଇଛନ୍ତି। ସେହିପରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୀତାମାଙ୍କ ଝିଅ ମଞ୍ଜୁଳା ମଧ୍ୟ ଭାଙ୍ଗି ପଡ଼ିଛନ୍ତି।

Odisha Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe