Advertisment

ମା’ ପାଲଟିଲା ପିଶାଚ: ରାତି ଅଧରେ ୩ ଛୁଆଙ୍କୁ କୂଅକୁ ଠେଲି ନିଜେ ଡେଇଁ ପଡ଼ିଲା

ଯାହାଙ୍କୁ ଦୁନିଆର ଆଲୋକ ଦେଖାଇଥିଲା, ନିଜ ଗର୍ଭରୁ ଜନ୍ମ ଦେଇଥିଲା ସେହି ପିଲାଙ୍କୁ ରାତି ଅଧରେ କୂଅକୁ ଠେଲି ଦେଲା। ନିଜ ୩ ପିଲାଙ୍କୁ କୂଅକୁ ଠେଲି ମା’ ନିଜେ ବି କୂଅକୁ ଡେଇଁ ପଡ଼ିଥିଲା।

deadbody

deadbody

Advertisment

ପାରିବାରିକ କଳହରୁ ମା’ ପାଲଟିଲା ପିଶାଚ। ଯାହାଙ୍କୁ ଦୁନିଆର ଆଲୋକ ଦେଖାଇଥିଲା, ନିଜ ଗର୍ଭରୁ ଜନ୍ମ ଦେଇଥିଲା ସେହି ପିଲାଙ୍କୁ ରାତି ଅଧରେ କୂଅକୁ ଠେଲି ଦେଲା। ନିଜ ୩ ପିଲାଙ୍କୁ କୂଅକୁ ଠେଲି ମା’ ନିଜେ ବି କୂଅକୁ ଡେଇଁ ପଡ଼ିଥିଲା। ମାତ୍ର ଏଥିରେ ନିଜ ବଡ଼ ଝିଅଙ୍କ ସହ ମହିଳାଜଣକ ବର୍ତ୍ତି ଯାଇଥିବା ବେଳେ ୨ ନିଷ୍ପାପ ଶିଶୁ କିନ୍ତୁ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ ଘଟିଯାଇଛି। ମୃତକଦ୍ୱୟଙ୍କ ମଧ୍ୟରେ ୫ ବର୍ଷର ଝିଅ ଓ ଦେଢ ବର୍ଷର ପୁଅ ଥିବା ଜଣାଯାଇଛି।

Advertisment

ପଡ଼ୋଶୀଙ୍କ ସୂତ୍ରରୁ ଜଣାଯାଇଛି, ମହିଳାଙ୍କ ୩ ପିଲା ଥିବା ବେଳେ ସେମାନଙ୍କ ସହ ସେ ନିଜ ଶାଶୁ ଘରେ ରୁହନ୍ତି। ମାତ୍ର ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିବାରୁ ମହିଳାଜଣକ ମାନସିକ ଅବସାଦରେ ରହୁଥିଲେ। ଏହାପରେ ଗତ ରାତିରେ ସେ ଚରମ ପଦକ୍ଷେପ ନେଇଥିଲେ। ସମସ୍ତେ ଶୋଇଯିବା ପରେ ବିଳମ୍ବିତ ରାତିରେ ସେ ନିଜ ୩ ପିଲାଙ୍କୁ ଉଠାଇ କୂଅ ପାଖକୁ ନେଇଥିଲେ। ଏହାପରେ ଜଣ ଜଣ କରି ସମସ୍ତଙ୍କୁ ଠେଲି ଦେଇ ନିଜେ ବି କୂଅକୁ ଡେଇଁ ପଡ଼ିଥିଲେ।

ବାହାରୁ କିଛି ଶବ୍ଦ ଶୁଣି ପରିବାର ଲୋକେ କୂଅ ପାଖକୁ ଦୌଡ଼ି ଯାଇଥିଲେ। ଏହାପରେ ବୋହୂ ପିଲାଙ୍କ ସହ କୂଅକୁ ଡେଇଁ ପଡ଼ିଥିବା ଜାଣି ତୁରନ୍ତ ଉଦ୍ଧାର ପାଇଁ ସାହି ପଡ଼ିଶାଙ୍କୁ ନେହୁରା ହୋଇଥିଲେ। ଗ୍ରାମବାସୀ ତୁରନ୍ତ ମହିଳାଙ୍କ ସମେତ ବଡ଼ ଝିଅଙ୍କୁ କୂଅରୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ମେଡିକାଲ ପଠାଯାଇଥିଲା। ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ମାତ୍ର ସାନ ସାନ ପୁଅ, ଝିଅଙ୍କ ପତ୍ତା ନ ମିଳିବାରୁ ଅଗ୍ନିଶମ ବାହିନୀକୁ ଗ୍ରାମବାସୀ ଖବର ଦେଇଥିଲେ ଅଗ୍ନିଶମ କର୍ମଚାରୀ ତୁରନ୍ତ ଗାଁରେ ପହଞ୍ଚି ଉଭୟ ପୁଅ, ଝିଅଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

Advertisment

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ପରିବାର ଲୋକଙ୍କ ସମେତ ମହିଳାଙ୍କୁ ପଚରାଉଚରା କରୁଛି।

Ganjam Mother Child Death Suicide Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe