Advertisment

‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ...’

5T ସଚିବ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଆସିକା ସାଂସଦ।

ଅଦ୍ୟତନ ହୋଇଛି
Pramila Bisoyi

Pramila Bisoyi

Advertisment

ପୁଣି ଥରେ ଚର୍ଚ୍ଚାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ। କେତେବେଳେ ଧାନବିଲ ଖସ ଖସ ଗୀତ ଗାଇ ତ ଆଉ କେତେବେଳେ ହୁଳହୁଳି ପକାଇ କିମ୍ବା ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ 5T ସଚିବ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆସିକା ସାଂସଦ।

Advertisment

ବୁଧବାର ଅର୍ଥାତ ଗତକାଲି ଗଞ୍ଜାମ ଜିଲ୍ଲାର ଶେରଗଡରୁ ପୁରୀକୁ ନୂତନ ସରକାରୀ ବସ୍ ସେବାର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାଂସଦ ପ୍ରମିଳା ବିଷୋୟୀ ସଭାମଞ୍ଚରେ ଧନ୍ୟବାଦ ଦେବାବେଳେ 'ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ' ବୋଲି କହିଥିଲେ। ଥରେ ରେ ନୁହେଁ, ଦୁଇ ଦୁଇ ଥର ପାଣ୍ଡିଆନଙ୍କୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରି ସଭାରେ ନିଜର ଅଭିଭାଷଣ ରଖିଥିଲେ। ପାଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବି ଉପସ୍ଥିତ ଥିଲେ। ଅଥଚ କେହି କିଛି କହି ନଥିଲେ। ତେବେ ଜଣେ ସାଂସଦ ହୋଇ କେଉଁ ପରିସ୍ଥିତିରେ 5T ସଚିବଙ୍କୁ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ’ ବୋଲି ଦୁଇ ଦୁଇ ଥର ସମ୍ବୋଧନ କଲେ, ସେନେଇ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହାର ଭିଡ଼ିଓ ଭାଇରାଲ ହେବା ପରେ ଚାରିଆଡେ ଜୋରଦାର ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲା ପାଇଁ ଆଉ ଏକ ନୂତନ ସରକାରୀ ବସ୍ ସେବାର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଉପସ୍ଥିତ ରହି ଏହି ବସ୍‌ ସେବାର ଶୁଭାରମ୍ଭ କରିଥିଲେ। ଶେରଗଡ଼-ପୁରୀ ରୁଟ୍ ମଧ୍ୟରେ ସାଧାରଣ ଯାତ୍ରୀଙ୍କ ଗମନାଗମନ ପାଇଁ ନୂତନ ବସ୍ ସେବାଟି କରାଯାଇଥିଲା। ଯାହାଫଳରେ ଶେରଗଡ଼ ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଉପକୃତ ହୋଇପାରିବେ।

Advertisment

Ganjam Cmo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe