Advertisment

ମୋର ଗୋଟିଏ ବୋଲି ପୁଅ ଚାଲିଗଲା, ଏବେ ମୋ ମୁଣ୍ଡ କାମ କରୁନି

ଖଲିକୋଟ ମେଡିକାଲରେ କାନ୍ଦିକାନ୍ଦି ଗଡ଼ି ଯାଉଥିବା ଜଣେ ବାପାକୁ ଯିଏ ଦେଖୁଥିଲା ତାହା ଆଖିରେ ବି ପାଣି ଆସି ଯାଉଥିଲା।

ଅଦ୍ୟତନ ହୋଇଛି
A father emotion

A father emotion

Advertisment

ମୋର ଗୋଟିଏ ବୋଲି ପୁଅ। ସେ ଚାଲିଗଲା। ଏବେ ମୋ ମୁଣ୍ଡ କାମ କରୁନି। ମୁଣ୍ଡ କ’ଣ ହେଇ ଯାଉଛି। ଏମିତି କହି କହି ଆଜି ଗଞ୍ଜାମ ଜିଲ୍ଲା ଖଲିକୋଟ ମେଡିକାଲରେ କାନ୍ଦିକାନ୍ଦି ଗଡ଼ି ଯାଉଥିବା ଜଣେ ବାପାକୁ ଯିଏ ଦେଖୁଥିଲା ତା’ ଆଖିରେ ବି ପାଣି ଆସି ଯାଉଥିଲା। ଖାଲି ଏ ବାପା ଜଣକ ନୁହେଁ ତାଙ୍କ ପତ୍ନୀ ଓ ପରିବାର ଲୋକେ ଡାକ୍ତରଖାନାରେ ଚିତ୍କାର କରି କାନ୍ଦୁଥିଲେ। ଏହି ହୃଦୟ ଫଟା କାନ୍ଦ ଯିଏ ଦେଖିଥିଲା, ସେ ବି କାନ୍ଦୁଥିଲା। ଖବର ନେବାରେ ଜଣାପଡ଼ିଥିଲା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ରଂଜିତ ଦାସ ତାଙ୍କ ଏକ ମାତ୍ର ୨ ବର୍ଷର ଶିଶୁ ପୁତ୍ରକୁ ହରାଇ ଏଭଳି ଅଧିର ହୋଇପଡ଼ିଛନ୍ତି। ପୁଅ ଦାଣ୍ଡ ପିଣ୍ଢାରେ ଖେଳୁଥିବା ବେଳେ ଏକ ନାଗସାପ ଦଂଶନ କରିଥିଲା। ଯେଉଁଥିରେ ତାହାର ପ୍ରାଣ ବାୟୁ ଉଡ଼ି ଯାଇଛି।

Advertisment

ପୁଅର ମୃତଦେହକୁ ଛାତିରେ ଚାପି ଧରି ଅନାବିଳ ସ୍ନେହ କରୁଥିବା ବାପା ଓ ପରିବାର ଲୋକେ ଦୁଃଖରେ କାନ୍ଦିକାନ୍ଦି ଅଥୟ ହୋଇପଡ଼ୁଥିଲେ। ଯାହା ସଭିଙ୍କ ହୃଦୟକୁ ଦୁଃଖରେ ବ୍ୟଥିତ କରିଦେଉଥିଲା।

କେମିତି ବା ହୃଦୟଟା ସହିବ। ସୂଚନା ମୁତାବକ, ମିସ୍ତ୍ରୀ କାମ କରୁଥିବା ରଂଜିତ ଶୁକ୍ରବାର ସକାଳୁ ପୁଅକୁ ଗେଲ କରି ସାରି ପ୍ରତିଦିନ ଭଳି କାମକୁ ବାହାରି ଯାଇଥିଲେ। ଯିବା ବେଳେ ତାଙ୍କର ଏହି ଶିଶୁପୁତ୍ର ଖଗେଶ୍ୱର ସାଙ୍ଗରେ ଯିବାକୁ ଜିଦ୍ କରିଥିଲା ଓ ପଛେ ଗୋଡ଼ାଇଥିଲା। ହେଲେ ବାପା ବୁଝାଇସୁଝାଇ ଘରେ ଛାଡ଼ି ଯାଇଥିଲେ। ହେଲେ କିଛି କ୍ଷଣିକ ପରେ ସବୁକିଛି ଓଲଟାପାଲଟ ହୋଇଯାଇଥିଲା।

Advertisment

ଘର ବାରିପଟ ରଞ୍ଜିତଙ୍କ ସ୍ତ୍ରୀ କୌଣସି କାମ କରୁଥିବା ବେଳେ ପୁଅ ଦାଣ୍ଡ ଦୁଆରେ ଖେଳୁଥିଲା। କାମ ସାରି ପୁଅକୁ ନେବାକୁ ରଞ୍ଜିତଙ୍କ ସ୍ତ୍ରୀ ଦାଣ୍ଡ ଦୁଆରେ ପହଞ୍ଚିବା ବେଳକୁ ପୁଅକୁ ଏକ ନାଗ ସାପ ଚୋଟ ପରେ ଚୋଟ ମାରି ଚାଲିଥିଲା। ପୁଅ କାନ୍ଦି ବୋବାଇ ଚିତ୍କାର କରୁଥିଲା। ସାପକୁ ଘଉଡ଼ାଇବା ପରେ ସଙ୍ଗେସଙ୍ଗେ ପୁଅକୁ ଖଲ୍ଲିକୋଟ ମେଡିକାଲକୁ ନେଇଯାଇଥିଲେ। ହେଲେ ସେତବେଳକୁ ସବୁ କଥା ସରିଥିଲା। ଡାକ୍ତରଖାନାରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଖବର ପାଇ ଶିଶୁର ବାପା ଓ ପରିଜନ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହାପରେ କାନ୍ଦବୋବାଳିରେ ଡାକ୍ତରଖାନାର ଫାଟି ପଡ଼ିଥିଲା।

ସେପଟେ ଶିଶୁକୁ ଚୋଟ ମାରିଥିବା ନାଗ ସାପକୁ ସ୍ଥାନୀୟ ଜଣେ ସାପ ଧରାଳି ଆସି ଧରିଥିଲେ।

ରଞ୍ଜିତ ଦାସଙ୍କ କହିବା କଥା, ବହୁ ଅପେକ୍ଷା ପରେ ଗାଁ ଠାକୁରାଣୀ ମନ୍ଦିରରେ ମାନସିକ କରି ତାଙ୍କ ଦୟାରୁ ଏହି ପୁଅ ହୋଇଥିଲା। ହେଲେ ଆଜି ଏଭଳି ଅଚାନକ ପୁଅର ଅକାଳ ମୃତ୍ୟକୁ ସେ ବିଶ୍ୱାସ କରିପାରୁନାହାନ୍ତି।

ଅଘଟଣ ଖବର ପାଇ ପୁରୁଷୋତ୍ତମପୁର ଥାନା ପୁଲିସ ଖଲ୍ଲିକୋଟ ମେଡ଼ିକାଲରେ ପହଞ୍ଚିଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ରିପୋର୍ଟ- ଖଲିକୋର୍ଟରୁ ସିଲୁ ବିଶ୍ୱାଳ

Unnatural Death Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe