Advertisment

ପୁଣି ତାଲା ପକାଇଲେ ଶ୍ୱଶୁର, ବାହାରେ ତପସ୍ୱିନୀ!

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ମାମଲାରେ ଆସିଲା ଆଉ ଏକ ନୂଆ ଟ୍ୱିଷ୍ଟ। ଗୋଟିଏ ପଟେ ଶାଶୂଘର ଯିବା ପାଇଁ ତପସ୍ୱିନୀ ପୂରା ପ୍ରସ୍ତୁତ ଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ ଝଟକା ଲାଗିଛି। ତପସ୍ୱିନୀଙ୍କ ପାଇଁ ପୁଣି ଶାଶୁଘରେ ତାଲା ପଡ଼ିଛି। କୋର୍ଟଙ୍କ ରାୟ କପି ଆସିବା ପରେ ପୁଣି ନୂଆ ମୋଡ଼ ନେଇଛି ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ତପସ୍ବିନୀଙ୍କୁ ତାଙ୍କ ଶାଶୁଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି […]

ପୁଣି ତାଲା ପକାଇଲେ ଶ୍ୱଶୁର, ବାହାରେ ତପସ୍ୱିନୀ!

tapaswini-and-sumit

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ମାମଲାରେ ଆସିଲା ଆଉ ଏକ ନୂଆ ଟ୍ୱିଷ୍ଟ। ଗୋଟିଏ ପଟେ ଶାଶୂଘର ଯିବା ପାଇଁ ତପସ୍ୱିନୀ ପୂରା ପ୍ରସ୍ତୁତ ଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ ଝଟକା ଲାଗିଛି। ତପସ୍ୱିନୀଙ୍କ ପାଇଁ ପୁଣି ଶାଶୁଘରେ ତାଲା ପଡ଼ିଛି। କୋର୍ଟଙ୍କ ରାୟ କପି ଆସିବା ପରେ ପୁଣି ନୂଆ ମୋଡ଼ ନେଇଛି ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା।

Advertisment

ତପସ୍ବିନୀଙ୍କୁ ତାଙ୍କ ଶାଶୁଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ। କୋର୍ଟଙ୍କ ଅର୍ଡରରେ କେବଳ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଶାଶୂଘରେ ରହିବାକୁ ନିର୍ଦ୍ଦେଶ ନଥିବା ତାଙ୍କ ଓକିଲ କହିଛନ୍ତି। ଏହା ପରେ ଘରର ମୁଖ୍ୟ ଫାଟକରେ ତାଲା ପାକାଇଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ବି ଗତ ଦୁଇ ଦିନ ଧରି ସୁମିତଙ୍କ ଘର ଗ୍ୟାରେଜ୍ ରୁମରେ ଅଛନ୍ତି ତପସ୍ୱିନୀ।

ସୁମିତଙ୍କ ଓକିଲ କହିଛନ୍ତି ଯେ, ତପସ୍ୱିନୀ ଦାଶ ଡାକ୍ତର ସୁମିତଙ୍କ ଘରେ ରହିବେ ବୋଲି କୋର୍ଟରେ ରାୟରେ କେଉଁଠି ବି ଉଲ୍ଲେଖ ହୋଇନାହିଁ। ରାୟ କପିରେ ଉଲ୍ଲେଖ ହୋଇଛି ଯେ ସୁମିତ ପ୍ରତିମାସର ୧୦ ତାରିଖ ଭିତରେ ତାଙ୍କ ପତ୍ନୀ ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେବେ। ତେଣୁ କୋର୍ଟଙ୍କ ରାୟକୁ ଭୁଲ୍ ଭାବେ ପରିବେଷଣ କରାଯାଇଥିବା ସୁମିତଙ୍କ ଓକିଲ କହିଛନ୍ତି।

ଅନ୍ୟପଟେ ତପସ୍ୱିନୀଙ୍କ ଓକିଲ କହିଛନ୍ତି, ଜିଲ୍ଲା ଦୌରା ଜଜ୍ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ ତପସ୍ୱିନୀ ତାଙ୍କର ମାଟ୍ରିମୋନିଆଲ୍ ହାଉସରେ ରହିବେ। ଏ ନେଇ ଜିଲ୍ଲା ଦୌରା ଜଜ୍ ପ୍ରୋଟେକ୍ସନ୍ ଅଫିସର୍, ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତପସ୍ୱିନୀ ୫ ତାରିଖରୁ ସୁମିତଙ୍କ ଘରେ ରହିସାରନ୍ତାଣି। କିନ୍ତୁ ରହିବାର ଅବସ୍ଥା ଠିକ୍ ନଥିବାରୁ ଘରକୁ ସଜଡ଼ାଯାଉଛି। ବୋଧହୁଏ ପ୍ରତିପକ୍ଷ ଓକିଲ୍ କୋର୍ଟଙ୍କ ରାୟଙ୍କୁ ସଠିକ୍ ଭାବେ ପଢ଼ିନାହାନ୍ତି।

Advertisment

ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ତାଙ୍କ ରାୟରେ ଶୁଣାଇଥିଲେ ଯେ ତପସ୍ୱିନୀ ଶାଶୁ ଘର ଅର୍ଥାତ ସ୍ୱାମୀ ଡକ୍ତର ସୁମିତ ସାହୁଙ୍କ ଘରେ ରହିବେ। କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଥିଲେ ଯେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବେ। ଚଳିବା ପାଇଁ ତାଙ୍କୁ ସୁମିତ ମାସିକ ୧୭୦୦୦ ଟଙ୍କା ପ୍ରଦାନ। ତପସ୍ୱିନୀ ସେହି ଟଙ୍କା ଗ୍ରହଣ କରିବା ପରେ ଗୋଟିଏ ରିସିଟ୍‌ ସୁମିତଙ୍କୁ ପ୍ରଦାନ କରିବେ। ସୁମିତ ତାଙ୍କୁ ମାସର ୧୦ ତାରିଖ ସୁଦ୍ଧା ପ୍ରଦାନ କରିବେ।

ଡାକ୍ତର ସୁମିତ କିମ୍ୱା ତାଙ୍କ ପରିବାର ହେଉ ବା ତପସ୍ୱିନୀ କିମ୍ୱା ତାଙ୍କ ପରିବାର କାହାକୁ ଆକ୍ଷେପ ପ୍ରତିଆକ୍ଷେପ କରିବେ ନାହିଁ। ଉଭୟ ପରିବାର ପକ୍ଷରୁ କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ। କୋର୍ଟଙ୍କ ରାୟର କପି ବ୍ରହ୍ମପୁର ଏସ୍‌ପି, ସବ୍‌ କଲେକ୍ଟର, ପ୍ରୋଟେକସନ୍‌ ଅଫିସରଙ୍କ ପାଖକୁ ପଠାଇ ଦିଆଯାଇଛି। ସେମାନେ ତପସ୍ୱିନୀଙ୍କ ରହିବା ବ୍ୟବସ୍ଥା କରିବେ ବୋଲି ଆଇନ୍‌ଜୀବୀ ଶ୍ରୀ ପଟ୍ଟନାୟକ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe