Advertisment

ଲୋକାର୍ପଣ ପୂର୍ବରୁ ଅସରାଏ ବର୍ଷାରେ ଭୁଶୁଡ଼ିଲା ଇଣ୍ଡୋର ଷ୍ଟାଡିୟମ କାନ୍ଥ!

ଆଉ କିଛି ଦିନପରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥାଆନ୍ତେ। ହେଲେ ତା’ ପୂର୍ବରୁ ସବୁ ବେଙ୍ଗା ହୋଇଗଲା। ଅସରାଏ ବର୍ଷାରେ ନବ ନିର୍ମିତ ଇନ୍‌ଡୋର ଷ୍ଟାଡିୟମ୍‌ର କିଛି ଅଂଶ ଭାଙ୍ଗି ଗଲା। ପିଲରକୁ ସଯୋଗ କରୁଥିବା କାନ୍ଥ ଭୁଶୁଡ଼ି ପଡ଼ିଲା।

ଅଦ୍ୟତନ ହୋଇଛି
Ganjam

Ganjam

Advertisment

ପ୍ରାୟ ୯୦ ପ୍ରତିଶତ କାମ ସରିଥିଲା। କାମ ଏକ ପ୍ରକାର ସରିଥିଲା। କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥାଆନ୍ତେ। ହେଲେ ତା’ପୂର୍ବରୁ ଅସରାଏ ବର୍ଷାରେ ଭୁଶୁଡ଼ିଲା ଇନ୍‌ଡୋର ଷ୍ଟାଡିୟମ୍‌ର କିଛି ଅଂଶ। ଏପରି ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଆସିଛି। ନିମ୍ନମାନର କାମ ଯୋଗୁ ଭୁଶୁଡ଼ିଥିବା ଅଭିଯୋଗ ହୋଇଛି।

Advertisment

କ୍ରୀଡା କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ସଶକ୍ତି କରିବା ଓ କ୍ରୀଡା ଭିତ୍ତିଭୂମିରେ ରୂପାନ୍ତରିତ କରିବା ଉଦ୍ଦେଶ୍ୟରେ ୨୦୨୧ ମସିହା ଡିସେମ୍ୱର ୧୬ ତାରିଖରେ କୋଦଳା ତହସିଲ ପଡ଼ିଆରେ ବହୁମୁଖି ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ପଡ଼ିଥିଲା। ୭ କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ପ୍ରକଳ୍ପ କାମ ୯୦ ପ୍ରତିଶତ ସରିଥିଲା। ରଙ୍ଗ ଦିଆ କାମ ସରିଥିଲା। ଖାଲି ପାଚେରୀ ନିର୍ମାଣ କାର୍ଯ୍ୟ ସରିବା ପରେ ଲୋକାର୍ପଣ ହୋଇଥାଆନ୍ତା।

ଆଉ କିଛି ଦିନପରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥାଆନ୍ତେ। ହେଲେ ତା’ ପୂର୍ବରୁ ସବୁ ବେଙ୍ଗା ହୋଇଗଲା। ଅସରାଏ ବର୍ଷାରେ ନବ ନିର୍ମିତ ଇନ୍‌ଡୋର ଷ୍ଟାଡିୟମ୍‌ର କିଛି ଅଂଶ ଭାଙ୍ଗି ଗଲା। ପିଲରକୁ ସଯୋଗ କରୁଥିବା କାନ୍ଥ ଭୁଶୁଡ଼ି ପଡ଼ିଲା। ଅସରାଏ ବର୍ଷାରେ ଷ୍ଟାଡିୟମ୍‌ର ଅପସ୍ଥା ଯଦି ଏମିତି, ତାହାହେଲେ ଲୋକାର୍ପଣ ପରେ କ’ଣ ହୋଇଥାଅନ୍ତା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ ଏପରି ନିମ୍ନମାନର କାମ ହୋଇଥିବା କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାଉନସିଲର ମଧୁସୂଦନ ଜେନା ଅଭିଯୋଗ କରିଛନ୍ତି।

Advertisment

ଘଟଣାକୁ ନେଇ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଠିକାଦାର ପୋଷଣ ନୀତି ଚାଲିଛି। ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁ କୋଟି କୋଟି ଟଙ୍କା ପାଣିରେ ପଡୁଛି ବୋଲି ସେ କହିଛନ୍ତି।

ଅଭିଯୋଗ ନେଇ କୋଦଳା ପୂର୍ତ୍ତ ବିଭାଗ ଅଧିକାରୀ ଯନ୍ତ୍ରୀ ଓ ଏସ୍‌ଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଖଲିକୋଟରୁ ଶିଲୁ ବିଶ୍ୱାଳ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe