Advertisment

ପହଞ୍ଚିଲା ଓଡ଼ିଆ ଶ୍ରମିକ ପ୍ରଦୀପଙ୍କ ମୃତଦେହ

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ବିଦେଶରୁ ଆସିଲା ଓଡିଆ ଶ୍ରମିକଙ୍କ ମୃତଦେହ। ଓମାନରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ବାହାରିନ୍‌ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜ ପ୍ରୟାସରେ ତାଙ୍କ ମୃତଦେହ ଆଜି ପହଞ୍ଚିଛି। ପ୍ରଦୀପ ଓମାନରେ ସେ ଡଲଫିନ୍‌ ଟ୍ରେଡିଂ ଆଣ୍ଡ ଇନଭେଷ୍ଟମେଣ୍ଟ କମ୍ପାନୀରେ କାମ କରୁଥିଲେ। ଗତ ୧୪ ତାରିଖରେ ସେ ମୋବାଇଲ୍‌ ରିଚାର୍ଜ କରି ରାଜପଥ ଅତିକ୍ରମ କରୁଥିବା ବେଳେ ଏକ […]

ପହଞ୍ଚିଲା ଓଡ଼ିଆ ଶ୍ରମିକ ପ୍ରଦୀପଙ୍କ ମୃତଦେହ

pradeep

Advertisment

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ବିଦେଶରୁ ଆସିଲା ଓଡିଆ ଶ୍ରମିକଙ୍କ ମୃତଦେହ। ଓମାନରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ବାହାରିନ୍‌ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜ ପ୍ରୟାସରେ ତାଙ୍କ ମୃତଦେହ ଆଜି ପହଞ୍ଚିଛି।

Advertisment

ପ୍ରଦୀପ ଓମାନରେ ସେ ଡଲଫିନ୍‌ ଟ୍ରେଡିଂ ଆଣ୍ଡ ଇନଭେଷ୍ଟମେଣ୍ଟ କମ୍ପାନୀରେ କାମ କରୁଥିଲେ। ଗତ ୧୪ ତାରିଖରେ ସେ ମୋବାଇଲ୍‌ ରିଚାର୍ଜ କରି ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ତାଙ୍କ ମୃତଦେହକୁ ଜନ୍ମମାଟିକୁ ଫେରାଇ ଆଣିବା ଲାଗି ବାହାରିନ୍‌ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜ ପ୍ରୟାସ ଚଳାଇଥିଲେ।

ଡକ୍ଟର ପ୍ରହରାଜ ଓମାନ୍‌‌ରେ ଭାରତୀୟ ଦୂତାବାସ, ବୈଦେଶିକ ବ୍ୟାପାର, ସିଏମଓ, ଓଡ଼ିଶା ମୋ ପରିବାର ଓ କମ୍ପାନୀର ମ୍ୟାନେଜର୍ ପରଭେଜଙ୍କ ସହ ଯୋଗଯୋଗ କରିଥିଲେ। ତାଙ୍କ ପ୍ରୟାସରେ ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମୃତଦେହ ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା।

Advertisment

ସେହିପରି ଓମାନ ଡଲଫିନ ଲାବୋର କ୍ୟାମ୍ପରେ ଫସି ରହିଥିବା ୯ ଜଣ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ମଧ୍ୟ ଡକ୍ଟର ପ୍ରହରାଜ ଚେଷ୍ଟା ଚଳାଇଛନ୍ତି। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସବୁ ଶ୍ରମିକଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଥିବା ନେଇ ତାଙ୍କୁ ବିଦେଶ ମନ୍ତ୍ରାଳୟରୁ ପ୍ରତିଶ୍ରୁତି ମିଳିଥିବା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe