ଘରର ଦୁଃଖ ଦୂର କରିବାକୁ ଯାଇ ବିଦେଶରେ ବନ୍ଧା ପଡ଼ିଲେ ଓଡ଼ିଆ ପୁଅ

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ପରିବାରର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ ବିଦେଶ। କିନ୍ତୁ ସେଠାରେ ମିଳୁଛି ନାହିଁ ନଥିବା ନିର୍ଯାତନା। ବର୍ଷେ ଧରି ତାଙ୍କୁ ମିଛ ଜାଲରେ ଫସାଇ ନିର୍ଯାତନା ଦିଆଯାଉଛି। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଇରାଶି ଗାଁର ବିଭୁଧେନ୍ଦ୍ର ପଣ୍ଡାଙ୍କ କଥା। ତାଙ୍କ ପିତା ହେଉଛନ୍ତି ଭିକାରୀ ଚରଣ ପଣ୍ଡା। ବିଭୁ ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ସେଠାରେ ସେ ଫସି ରହିଯାଇଛନ୍ତି। ବିଭୁ ନିଜ […]

bibhudhendra-panda

Ranjit Kumar Jena
  • Published: Thursday, 22 July 2021
  • , Updated: 22 July 2021, 07:40 PM IST

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ପରିବାରର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ ବିଦେଶ। କିନ୍ତୁ ସେଠାରେ ମିଳୁଛି ନାହିଁ ନଥିବା ନିର୍ଯାତନା। ବର୍ଷେ ଧରି ତାଙ୍କୁ ମିଛ ଜାଲରେ ଫସାଇ ନିର୍ଯାତନା ଦିଆଯାଉଛି। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଇରାଶି ଗାଁର ବିଭୁଧେନ୍ଦ୍ର ପଣ୍ଡାଙ୍କ କଥା। ତାଙ୍କ ପିତା ହେଉଛନ୍ତି ଭିକାରୀ ଚରଣ ପଣ୍ଡା। ବିଭୁ ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ସେଠାରେ ସେ ଫସି ରହିଯାଇଛନ୍ତି। ବିଭୁ ନିଜ ଗାଁକୁ ଫେରିବାକୁ ଚାହୁଁଛନ୍ତି, କିନ୍ତୁ ଏହା ବଦଳରେ ତାଙ୍କୁ ନାନା ନିର୍ଯାତନା ମିଳୁଛି। ସେ ଗୋଟିଏ ବନ୍ଦ କୋଠରୀରେ ବନ୍ଦୀ ହୋଇରହିଛନ୍ତି। ତାଙ୍କୁ ଜାଣିଶୁଣି ମିଛ କେସରେ ଛନ୍ଦି ନିର୍ଯାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଲୋକାଲ ଏଜେଣ୍ଟ ମାଧ୍ୟମରେ ୨୦୧୮, ସେପ୍ଟେମ୍ବର ୧୭ ତାରିଖରେ ବିଭୁ ଦୁବାଇର ଶାରଜା ଇଣ୍ଡଷ୍ଟ୍ରିଆଲ ଏରିଆ ସ୍ଥିତ ଅଲମଦିନା ଥମ୍ବିବା ମେଣ୍ଟାଲ କାମ୍ପାନୀରେ ନିଯୁକ୍ତି ପାଇଥିଲେ। ଉକ୍ତ କମ୍ପାନୀରେ ଦୁଇ ବର୍ଷ କାର୍ଯ୍ୟ କରି ଗାଁକୁ ଫେରିବା ପାଇ ଚୁକ୍ତି ହୋଇଥିଲା। କିନ୍ତୁ ଚୁକ୍ତିନାମା ଶେଷ ହେବାର ବର୍ଷେ ବିତିଯାଇଥିଲେ ହେଁ କମ୍ପାନୀ ତାଙ୍କୁ ଗାଁକୁ ଛାଡ଼ୁ ନାହିଁ। ଏହା ବଦଳରେ ତାଙ୍କୁ ସେଠାରେ ନିର୍ଯାତନା ଦିଆ ଯାଉଥିବା ପରିବାର ଲୋକ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି।

କିଛିଦିନ ହେବ ବିଭୁଙ୍କୁ ଗୋଟିଏ ବନ୍ଦ କୋଠରୀରେ ବନ୍ଦି କରି ଦିଆଯାଇଛି। ଏହାସହ ତାଙ୍କ ବିରୋଧରେ ମିଛ କେସ୍ ଦେଇ କମ୍ପାନୀ ମ୍ୟାନେଜର ବିଭିନ୍ନ ନିର୍ଯାତନା ଦେଉଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ନା ଖାଇବାକୁ ଠିକରେ ମିଳୁଛି ନା ପ୍ରାରିଶ୍ରମିକ ଦରମା ମିଳୁଛି। ଏହି ନିର୍ଯାତନାର ଗୋଟିଏ ଭିଡିଓ ହସ୍ତଗତ ହୋଇଛି। ଏବେ କେବଳ ଭାଗ୍ୟକୁ ଆଦରି ସେଠାରେ ପଡ଼ି ରହିଛନ୍ତି ଓଡ଼ିଆ ଯୁବକ।
ବର୍ଷେ ହେବ ଗାଁକୁ ଫେରିବାକୁ ଚାହୁଥିଲେ ମଧ୍ୟ ବିଭୁ ଫେରି ପାରୁନାହାନ୍ତି। କିଛିଦିନ ହେବ ପୁଅର ଫୋନ୍ ନ ଆସିବାରୁ ପରିବାର ଲୋକେ ଦୁବାଇର ଅନ୍ୟ ଅଞ୍ଚଳରେ ରହୁଥିବା ଜଣେ ଓଡ଼ିଆ ଯୁବକ ସହ ଯୋଗାଯୋଗ କରି ଏ ବିଷୟରେ ଜାଣିବାକୁ ପାଇଲେ। ପରେ ପୁଅକୁ ସେଠାରୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି। ଗାଁରେ ବୃଦ୍ଧ ବାପା ଓ ମାଆ ସେମାନଙ୍କର ପୁଅକୁ ତିନିବର୍ଷ ହେବ ଦେଖିନାହାନ୍ତି। ବିଭୁଙ୍କର ମା’ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କ ପୁଅକୁ ଫେରାଇ ଆଣ।

ରାଜ୍ୟ ବାହାରେ ଓଡ଼ିଆ ଶ୍ରମିକକୁ ଏଭଳି ନିର୍ଯାତନା ଘଟଣା ନୂଆ ନୁହେଁ। ଏବେ ବିଦେଶରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିଭୁଧେନ୍ଦ୍ର ନିଜେ ଗାଁକୁ ଫେରିବାକୁ ଚାହୁଁଥିଲେ ବି ତାକୁ ସମ୍ପୃକ୍ତ କାମ୍ପାନୀ ଛାଡ଼ୁନାହିଁ। ଗାଁରେ ତାଙ୍କ ପରିବାର କହିଲେ ବୃଦ୍ଧ ବାପା ମାଆ ଏବଂ ଦୁଇ ଭାଇ। ଏହି ଘଟଣାରେ ଖଲ୍ଲିକୋଟ ତହସିଲଦାର କହିଛନ୍ତି ଯେ ଆମେ ଏ ସମ୍ବନ୍ଧରେ ଜିଲ୍ଲା ପ୍ରଶାସନକୁ ଜଣାଇବୁ ଏବଂ ବିଭୁଙ୍କୁ ଶୀଘ୍ର ବିଦେଶରୁ ଫେରାଇ ଆଣିବୁ।

Related story