Advertisment

ସାନ୍ଧ୍ୟ ଭ୍ରମଣରେ ଯାଇଥିଲେ ସ୍ୱାମୀ, ସ୍ତ୍ରୀଙ୍କ ବେକ କାଟିଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସାନ୍ଧ୍ୟ ଭ୍ରମଣରେ ସ୍ୱାମୀ ଯାଇଥିବା ବେଳେ ଘରେ ଥିବା ଏକୁଟିଆ ବୟସ୍କା ମହିଳାଙ୍କୁ ଟାର୍ଗେଟ କଲେ ଦୁର୍ବୃତ୍ତ। ଏପରିକି ଘରେ ପଶିବା ସହ ମହିଳାଙ୍କ ବେକ କାଟି ହତ୍ୟା କଲେ। ଏପରି ଚାଞ୍ଚଲ୍ୟକର ଘଟଣା ଗତକାଲି ସନ୍ଧ୍ୟା ସମୟରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଳକା ପୁରୀରେ ଘଟିଛି। ମୃତା ମହିଳା ହେଲେ ସୁଜାତା ବେହେରା । ତେବେ ଘରୁ କୌଣସି ଲୁଟପାଟ ହୋଇ ନ ଥିବା ବେଳେ ଆକ୍ରମଣର କାରଣ ଜଣାପଡ଼ିନି। ସୂଚନା […]

ଅଦ୍ୟତନ ହୋଇଛି
ସାନ୍ଧ୍ୟ ଭ୍ରମଣରେ ଯାଇଥିଲେ ସ୍ୱାମୀ,  ସ୍ତ୍ରୀଙ୍କ ବେକ କାଟିଦେଲେ ଦୁର୍ବୃତ୍ତ

police

Advertisment

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସାନ୍ଧ୍ୟ ଭ୍ରମଣରେ ସ୍ୱାମୀ ଯାଇଥିବା ବେଳେ ଘରେ ଥିବା ଏକୁଟିଆ ବୟସ୍କା ମହିଳାଙ୍କୁ ଟାର୍ଗେଟ କଲେ ଦୁର୍ବୃତ୍ତ। ଏପରିକି ଘରେ ପଶିବା ସହ ମହିଳାଙ୍କ ବେକ କାଟି ହତ୍ୟା କଲେ। ଏପରି ଚାଞ୍ଚଲ୍ୟକର ଘଟଣା ଗତକାଲି ସନ୍ଧ୍ୟା ସମୟରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଳକା ପୁରୀରେ ଘଟିଛି। ମୃତା ମହିଳା ହେଲେ ସୁଜାତା ବେହେରା । ତେବେ ଘରୁ କୌଣସି ଲୁଟପାଟ ହୋଇ ନ ଥିବା ବେଳେ ଆକ୍ରମଣର କାରଣ ଜଣାପଡ଼ିନି।

Advertisment

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସୁଜାତାଙ୍କ ସ୍ୱାମୀ ବିଜୟ ବେହେରା ସାନ୍ଧ୍ୟ ଭ୍ରମଣରେ ଯାଇଥିଲେ। ଘରେ ଏକୁଟିଆ ସୁଜାତା ଥିଲେ। ଏହି ସମୟରେ  ଘରେ ଦୁର୍ବୃତ୍ତ ପଶିଥିଲେ । ଏହାପରେ ସେମାନେ ସୁଜାତାଙ୍କ ବେକ କାଟିବା ସହ ଶରୀରର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ସୁଜାତାଙ୍କ ମୃତ୍ୟୁ ହୋଇଛି।

କିଛି ସମୟ ପରେ ବିଜୟ ଘରକୁ ଫେରି ଗେଟ୍‌ ବାହାରେ ତାଲା ପଡ଼ିଥିବା ଦେଖିବାକୁ ପାଇଲେ। ଏହାପରେ ଝରକା ପଟେ ଦେଖି ଭିତରେ ସୁଜାତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଚଟାଣ ଉପରେ ପଡ଼ିଥିବା ଦେଖିବାକୁ ପାଇଲେ। ଏନେଇ ସେ ପୁଲିସ୍‌କୁ ଖବର ଦେଖିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କ’ଣ ଲୁଟ୍‌ ହୋଇଛି ସେ ନେଇ ସଠିକ୍‌ ଭାବେ କିଛି ଜଣା ପଡ଼ିନି ।ତେବେ ଘରୁ କିଛି ଲୁଟପାଟ ହୋଇନି।

Advertisment

ବିଜୟ ଓ ସୁଜାତାଙ୍କ ପୁଅଙ୍କର ଗତ ୨୬ ତାରିଖରେ ବିବାହ ହୋଇଥିବା ବେଳେ ଘରେ ସୁନାଗହଣା ଥାଇପାରେ ସନ୍ଦେହରେ ଦୁର୍ବୃତ୍ତ ପଶିଥାଇପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଘରୁ କୌଣସି ଜିନିଷ ଗାଏବ ହୋଇ ନ ଥିବା ବେଳେ ପୂର୍ବ ଶତ୍ରୁତା ଏହାର କାରଣ ହୋଇଥାଇପାରେ ବୋଲି ବି ଆଲୋଚନା ହେଉଛି।

ଆଜି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରୁଛି। ଏହାପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍‌ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe