woman-dead-body
ବ୍ରହ୍ମପୁର (ଜଗନ୍ନାଥ ସାହୁ): ବୃଦ୍ଧାଙ୍କ ହାତ ଓ ଗୋଡ଼ ବନ୍ଧା ଥିବା ମୃତଦେହ ଉଦ୍ଧାର। ଏମିତି ଏକ ଘଟଣା ଘଟିଛି ଗଂଜାମ ଜିଲା ଦିଗପହଣ୍ଡି ବ୍ଲକ କ.ନୂଆଗାଁ ଥାନା ଅନ୍ତର୍ଗତ ଖମାରିଗାଁରେ। ଯେଉଁଠାରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ପଡୋଶୀ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ପୁରୁଣାପାଣି ପୁରବା ଗାଁର ଦୁଃଖୀ ଦଳେଇ।
ଦୁଃଖୀ ଦଳେଇଙ୍କର ବୟସ ୭୦ ବର୍ଷ ହେବ। ଗତକାଲି ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଖମାରି ଗାଁକୁ କୌଣସି ଏକ କାମ ପାଇଁ ଆସିଥିଲେ। କିନ୍ତୁ ଏହା ପରଠାରୁ ସେ ନିଖୋଜ ହୋଇଯାଇଥିଲେ। ସାରା ରାତି ତାଙ୍କର ଖୋଜ ଖବର ମିଳିନଥିଲା। ଯାହାକୁ ନେଇ ତାଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଥିଲେ।
ହେଲେ ଆଜି ତାଙ୍କର ମୃତଦେହ ଗାଁ ଠାରୁ ପ୍ରାୟ ତିନି ଶହ ମିଟର ଦୂରରେ ଥିବା ଏକ ବିଲରୁ ମିଳିଛି। ବିଲ୍ ଭିତରେ ତାଙ୍କର ମୃତଦେହ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କ ହାତକୁ ବାନ୍ଧି ଦିଆଯାଇଥିବା ବେଳେ ବେକରେ ଗାମୁଛା ଭିଡି ଟଣା ଯାଇଥିବା ବିଲର ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି।। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। ମୃତଦେହକୁ ଜବତ କରି ପୁଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ବିଲ ଭିତରୁ ଏମିତି ଅବସ୍ଥାରେ ମୃତଦେହ ପଡ଼ିଥିବାର ଦେଖି ନାନା ପ୍ରଶ୍ନ ଉଠୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/woman-dead-body.jpg)