Advertisment

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ପୁଲିସ କର୍ମଚାରୀ ମୃତ, ୩ ଆହତ

ଗତକାଲି ସତ୍ୟ ନିଜ ବନ୍ଧୁ ଲିଟୁଙ୍କ ସହ ଏକ ବାଇକ୍‌ରେ ଖଲ୍ଲିକୋଟରେ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ବାଇକରେ ଯାଉଥିଲେ।

ଅଦ୍ୟତନ ହୋଇଛି
khallikote Medical

khallikote Medical

Advertisment

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁହରିଆ ପାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ପୁଲିସ କର୍ମଚାରୀ ଜଣଙ୍କ ହେଲେ ସତ୍ୟ ଜାନି। ସେ ଛତ୍ରପୁର ଅଷ୍ଟମ ବାଟାଲିୟମରେ କାମ କରୁଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ଗତକାଲି ସତ୍ୟ ନିଜ ବନ୍ଧ ଲିଟୁ ଭୁଇଁ ସହ ଏକ ବାଇକ୍‌ରେ ଖଲ୍ଲିକୋଟରେ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ବାଇକରେ ଯାଉଥିଲେ।  ଏହି ସମୟରେ ଗୁହରିଆ ପାଟ ନିକଟରେ ବୀପରିତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସତ୍ୟଙ୍କର ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖଲ୍ଲିକୋଟ ପୁଲିସ ଘଟଣାର ତଦନ୍ତ କରୁଛି।

Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe