Advertisment

ଅଧା ରହିଲା ମା’ ବାଙ୍କେଶ୍ୱରୀଙ୍କ ଦର୍ଶନ,ଘାଟିରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌

ଆଜି ସକାଳେ ଏକ ପିକ୍‌ଭ୍ୟାନ୍‌ରେ ଗଡ଼ଗୋବିନ୍ଦପୁର ପଞ୍ଚାୟତର ଧାନରାଶି ଗାଁର ଏକ ପରିବାର ମା’ ବାଙ୍କେଶ୍ୱରୀଙ୍କ ଦର୍ଶନ ପାଇଁ ଯାଉଥିଲେ।

author-image
Tapaswini Nayak
Accident

Accident

ମା’ ବାଙ୍କେଶ୍ୱରୀଙ୍କ ଦର୍ଶନ କରିବା ପାଇଁ ଆଜି ସକାଳେ ପୂରା ପରିବାର ଖୁସିରେ ବାହାରିଥିଲେ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହି ନଥିଲା। ମା’ଙ୍କ ମନ୍ଦିର ପହଞ୍ଚିବାକୁ ଆଉ କିଛି ବାଟ ଥିବାବେଳେ ଘାଟିରେ ପିକ୍‌ଅପ୍‌ ଭ୍ୟାଟି ଓଲଟି ପଡ଼ିଥିଲା। ଆଜି ସକାଳେ ଗଞ୍ଜାମ ଜିଲ୍ଲା ବାଙ୍କେଶ୍ୱରୀ ଘାଟିରେ ଏହି ଦୁର୍ଘଟଣା ଘଟିଛି।

Advertisment

ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଲିଙ୍ଗା କନିଆରୀ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଏକ ପିକ୍‌ଭ୍ୟାନ୍‌ରେ ଗଡ଼ଗୋବିନ୍ଦପୁର ପଞ୍ଚାୟତର ଧାନରାଶି ଗାଁର ଏକ ପରିବାର ମା’ ବାଙ୍କେଶ୍ୱରୀଙ୍କ ଦର୍ଶନ ପାଇଁ ଯାଉଥିଲେ। ମା’ଙ୍କ ମନ୍ଦିର ଅଳ୍ପ ଦୂର ଥିବା ବେଳେ ବାଙ୍କେଶ୍ୱରୀ ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଲିଙ୍ଗା କନିଆରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ୪ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment

ଗାଡ଼ିରେ ଡ୍ରାଇଭର ସମେତ ୭ ଜଣ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Ganjam Road Accident