ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଦୁଃଖ, କାମ କରିବାକୁ ଯାଇ ଦଲାଲ ପାଖରେ ପଡ଼ିଛନ୍ତି ବନ୍ଧା!

ନିର୍ଯାତନା ଅସହ୍ୟ ହେବାରୁ ସୁର ଦାସ ଓ ପ୍ରଭାକର ଦାସ ଲୁଚି ନିଜ ଗାଁ ଭଦୁଆକୁ ଫେରି ଆସିଥିଲେ। ଗାଁରେ ପହଞ୍ଚିବା ପରେ ସେଠାରେ ଦିଆଯାଉଥିବା ନିର୍ଯାତନା ସମ୍ପର୍କରେ ପରିବାର ଲୋକଙ୍କ ଆଗରେ ବଖାଣିଥିଲେ। ନିର୍ଯାତନାର ଲୋମ ଟାଙ୍କୁରା ଦୃଶ୍ୟ ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇ ଯାଇଥିଲା।

Ganjam PhotoOR

ବନ୍ଧା ପଡ଼ିଥିବା ଶ୍ରମିକଙ୍କ ପତ୍ନୀ

Manoranjan Sial
  • Published: Monday, 24 April 2023
  • Updated: 24 April 2023, 09:05 PM IST

Sports

Latest News

ପୁରସ୍କାର ପରେ ପୁରସ୍କାର ହାତଉଛି ଗଞ୍ଜାମ ଜିଲ୍ଲା! ହେଲେ ଯାଇନି ଦାଦନ ଦୁଃଖ। ହଟୁନି ଦାଦନ ଯନ୍ତ୍ରଣା। ଭୋକ ବିକଳରେ ଚେନ୍ନାଇ ଯାଇ ୭ ମାସ ହେଲା ବନ୍ଧା ପଡ଼ିଛି ୩ ଜୀବନ। ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଆସିଛି ଏପରି ଦାରୁଣ ଚିତ୍ର। ଦଲାଲ ପାଖରୁ ମୁକୁଳାଇବା ପାଇଁ ପରିବାର ଲୋକେ ଯେତେ ଗୁହାରୀ କଲେ ମଧ୍ୟ ଜିଲ୍ଲା ପ୍ରଶାସନ କାନରେ ପଡ଼ୁନଥିବା ଅଭିଯୋଗ ହେଉଛି।

ଗାଁରେ କାମଦାମ ମିଳିଲା ନାହିଁ। ତେଣୁ ବେଗୁନିଆପଡା ବ୍ଲକ୍‌ କୋଦଳା ଥାନା ଭଦୁଆ ଗାଁର ଅଚୁତ ଦାସ, କବି ଦାସ, କୈଳାଶ ଦାସ, ସୁର ଦାସ ଓ ପ୍ରଭାକର ଦାସ ଦଲାଲଙ୍କ ଜରିଆରେ ଚେନ୍ନାଇ ଯାଇଥିଲେ। ସେମାନେ ସୋଲାପୁର ଅଞ୍ଚଳରେ ସମୁଦ୍ରରେ ମାଛ ଜାଲ ଧରିବା କାମ କରୁଥିଲେ। ୭ ମାସରୁ ଅଧିକ ସମୟ ଧରି କାମ କରୁଥିଲେ ମଧ୍ୟ ମିଳିଲାନି ମଜୁରୀ। ଦରମା ମାଗିରେ ନାନା ନିର୍ଯାତନା ଦିଆଯାଉଥିଲା। ମାଡ଼ ମାରିବା ସହ ମାଛ ଜାଲରେ ବାନ୍ଧି ସମୁଦ୍ରକୁ ଫୋପାଡ଼ି ଦେବାକୁ ଧମକ ଦିଆଯାଉଥିଲା।

Also Read

ଘରକୁ ଫେରିବାର ସବୁ ରାସ୍ତା ବନ୍ଦ ଥିବାରୁ ବାଧ୍ୟହୋଇ ସେଠାରେ ଯନ୍ତ୍ରଣାଦାୟକ ଜୀବନ କାଟୁଥିଲେ ୫ ଶ୍ରମିକ। ତେବେ ନିର୍ଯାତନା ଅସହ୍ୟ ହେବାରୁ ସୁର ଦାସ ଓ ପ୍ରଭାକର ଦାସ ଲୁଚି ନିଜ ଗାଁ ଭଦୁଆକୁ ଫେରି ଆସିଥିଲେ। ଗାଁରେ ପହଞ୍ଚିବା ପରେ ସେଠାରେ ଦିଆଯାଉଥିବା ନିର୍ଯାତନା ସମ୍ପର୍କରେ ପରିବାର ଲୋକଙ୍କ ଆଗରେ ବଖାଣିଥିଲେ। ନିର୍ଯାତନାର ଲୋମ ଟାଙ୍କୁରା ଦୃଶ୍ୟ ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ସେଠାରେ ବନ୍ଦୀ ଜୀବନ କାଟୁଥିବା ଅଚୁତ ଦାସ, କବି ଦାସ ଓ କୈଳାଶ ଦାସଙ୍କୁ ଫୋନ୍‌ କରିଥିଲେ।

ପରିବାର ଲୋକଙ୍କଠାରୁ ଡାକରା ପାଇ ଅଚୁତ ଦାସ, କବି ଦାସ ଓ କୈଳାଶ ଦାସ ସେଠାରୁ ପଳାଇ ଆସୁଥିଲେ। ହେଲେ ଅଧା ରାସ୍ତାରୁ ଠିକାଦାର ସେମାନଙ୍କୁ ମାଡ଼ ମାରି ନେଇଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ବର୍ତ୍ତମାନ କେଉଁଠି ରଖାଯାଇଛି, ସେ ସମ୍ପର୍କରେ କାହା ପାଖରେ କିଛି ଖବର ନାହିଁ। ଫୋନ୍‌ କଲେ ମଧ୍ୟ କେହି ଉଠାଉ ନାହାନ୍ତି। ଯାହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି।

ପରିବାର ଲୋକ ଏନେଇ କୋଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ ଅଭିଯୋଗ ଗ୍ରହଣ କରିବା ପରିବର୍ତ୍ତେ ଯେଉଁ ଅଞ୍ଚଳରେ ସେମାନଙ୍କୁ ଅଟକ ରଖାଯାଇଛି, ସେହି ଥାନାରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲା। ତେଣୁ ସେମାନେ କାନମୁଣ୍ଡ ଆଉଁଶି ଘରକୁ ଫେରି ଆସିଥିଲେ। ଘରେ କୌଣସି ପୁରୁଷ ଲୋକ ନଥିବାରୁ ଏତେ ଦୂର ଯିବା ପାଇଁ ପାଖରେ ନା ସମ୍ୱଳ ଅଛି ନା ସାହସ ଅଛି। ତେଣୁ ଭଗବାନଙ୍କ ଭରସାରେ ଘରେ ଘରେ ଚୁପ୍‌ ବସିଛି।

ଅଚୁତ ଦାସଙ୍କ ସ୍ତ୍ରୀ କୁନ୍ତୀ ଦାସ କହିଛନ୍ତି, ଦୀପାବଳିରେ ଘରୁ ଯାଇଥିଲେ। ହେଲେ ମଜୁରୀ ମିଳୁନି। ପ୍ରବଳ ମାଡ଼ ମାରୁଛନ୍ତି। ଖାଇବାକୁ ଦେଉନାହାନ୍ତି। ଘରକୁ ଫେରିବାକୁ ଦେଉନାହାନ୍ତି। ଫୋନ୍‌ରେ କଥା ହେବାକୁ ଦେଉନାହାନ୍ତି ବୋଲି କୁନ୍ତୀ କହିଛନ୍ତି।

କବି ଦାସଙ୍କ ସ୍ତ୍ରୀ କେଶରୀ ଦାସ କହିଛନ୍ତି, ୭ ମାସ ହେଲା ଘରୁ ଯାଇଥିଲେ। ଦୁଇ ମାସ ହେଲା ଘରକୁ ଫୋନ୍‌ କରୁନାହାନ୍ତି। ସେମାନେ ଘରକୁ ଆସୁଥିଲେ। ହେଲେ ଅଧା ବାଟରୁ ସେମାନଙ୍କୁ ମାଡ଼ ମାରି ନେଇଗଲେ। ପଇସା ଦେଉନାହାନ୍ତି। ଶୀଘ୍ର ମୋ ସ୍ୱାମୀଙ୍କୁ ଫେରାଇ ଆଣନ୍ତୁ।

ରିପୋର୍ଟ-ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story