Advertisment

ଆଉ ଦେଖିବାକୁ ମିଳିବନି ସେ ହସ ହସ ମୁହଁ, କାଳ ରାତି ସବୁ ସାରି ଦେଲା

କନ୍ୟା ସୋନେଲିର ବିବାର ଭୋଜିରେ ଯୋଗ ଦେବାକୁ ଯାଇଥିଲେ ଖଣ୍ଡଦେଉଳି ଗାଁର ପରିବାର ଲୋକେ ଓ ନିକଟ ସମ୍ପର୍କୀୟ । ସୋନେଲିଙ୍କ ବିବାହ ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Marriage

Marriage

Advertisment

ମାତ୍ର କିଛି କ୍ଷଣରେ ସବୁ କିଛି ଓଲଟପାଲଟ ହୋଇଗଲା। ଘରେ ପହଞ୍ଚିବା ବି ସମ୍ଭବ ହେଲାନି। ଝିଅକୁ ବିଦା କରି ହସଖୁସିରେ ଫାଟି ପଡ଼ୁଥିବା ପରିବାର ଲୋକ ଓ ସମ୍ପର୍କୀୟ ଜାଣି ନ ଥିଲେ ଯେ, ଏହା ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କ ଶେଷ ଯାତ୍ରା। କିଛି ସମୟର ବ୍ୟବଧାନରେ କିଏ ବସ୍‌ ତଳେ ଚାପି ହୋଇ ଆଖି ବୁଜି ସାରିଥିଲା ତା ଆଉ କିଏ ବଞ୍ଚିବା ପାଇଁ ବୁକୁ ଫଟା କ୍ରନ୍ଦନ କରୁଥିଲା। ଏପରି ଏକ ଲୋମଟାଙ୍କୁରା ଘଟଣା ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଥିଲା।

Advertisment

କନ୍ୟା ସୋନେଲିର ବିବାର ଭୋଜିରେ ଯୋଗ ଦେବାକୁ ଯାଇଥିଲେ ଖଣ୍ଡଦେଉଳି ଗାଁର ପରିବାର ଲୋକେ ଓ ନିକଟ ସମ୍ପର୍କୀୟ । ସୋନେଲିଙ୍କ ବିବାହ ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବିବାହ ବେଳେ ସମସ୍ତେ ହସଖୁସିରେ ମାତିଥିବା ବେଳେ ହସ ହସ ମୁହଁରେ ଦେଉଥିଲେ ଭଳିକି ଭଳି ଫଟୋ ପୋଜ । ବିବାହ ଉତ୍ସବରେ ବନ୍ଦାପନା କରିଥିଲେ । ଆଉ ଝିଅକୁ ବିଦାୟ ଦେଇ ଭୋଜି ଖାଇ ଘରମୁହାଁ ହୋଇଥିଲେ।

ଦୁଇଟି ଗାଡିରେ କନିଆ ଘର ଲୋକେ ଫେରୁଥିବାବେଳେ ଘରକୁ ପହଞ୍ଚିବାକୁ ମାତ୍ର କିଛି କିଲୋମିଟର ପୂର୍ବରୁ ଏକ OSRTC ବସ୍‌ ଧକ୍କା ଦେଇଥିଲା । ମାତ୍ର କିଟିକିଟି ଅନ୍ଧକାରରେ  ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୮ ଜଣଙ୍କ ମଧ୍ୟରୁ ୭ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଜଣକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗତକାଲିର କାଳ ରାତ୍ରିରେ ଆଖି ପିଛୁଳାକେ ଛାରଖାର ହୋଇଗଲା ବହୁ ପରିବାର। କାହା କାହା ପରିବାର ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି ତ କିଏ ନିଜ ପିଲାଙ୍କୁ ଓ କିଏ ବାପାମା’ଙ୍କୁ ହରାଇ ମୁଣ୍ଡ ପିଟୁଛନ୍ତି।

Advertisment
Ganjam Accident Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe