Advertisment

ଚିକେନ୍ କିଣୁଥିବା ବେଳେ ମାଡ଼ିଗଲା ପିକ୍‌ଅପ୍ ଭ୍ୟାନ୍‌

ଚିକେନ୍‌ ଦୋକାନ ଆଡ଼କୁ ମାଡ଼ି ଆସିଥିଲା ପିକ୍‌ଅପ୍ ଭ୍ୟାନ୍‌। କିଛି ଭାବିବା ପୂର୍ବରୁ ସେଠାରେ ଥିବା ୩ ବ୍ୟକ୍ତିଙ୍କୁ ପିଟି ସାରିଥିଲା ଭ୍ୟାନ୍‌ଟି।

author-image
Jitendra Garnayak
ଅଦ୍ୟତନ ହୋଇଛି
Van

Van

ଜଣେ ବ୍ୟକ୍ତି ଚିକେନ୍ କିଣୁ ଥିବା ବେଳେ ତାଙ୍କ ଉପରେ ମାଡ଼ିଗଲା ପିକ୍‌ଅପ୍ ଭ୍ୟାନ୍। ସେହିଠାରେ ହିଁ ଚାଲିଗଲା ତାଙ୍କ ଜୀବନ। ଏହି ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଗୋର ତୋଟା ନିକଟରେ।

Advertisment

ମୃତକଙ୍କ ନାଁ ପଞ୍ଚୁ ବେହେରା। ତାଙ୍କ ଘର ଆସିକା ଥାନା ମାଗୁରା ଗାଁରେ।

ସୂଚନା ଅନୁଯାୟୀ, ନନ୍ଦିଗୋର ତୋଟା ନିକଟରେ ଜାତୀୟ ରାଜପଥ ୫୯ କଡ଼ରେ ଥିବା ଏକ ଚିକେନ୍ ଦୋକାନରୁ ଚିକେନ୍ ନେବା ପାଇଁ ପଞ୍ଚୁ ଅପେକ୍ଷା କରିଥିଲେ। ସେତେବେଳେ ବିଦୁ ଗୌଡ଼ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଚିକେନ୍ ନେବା ପାଇଁ ସେଠାରେ ଛିଡ଼ା ହୋଇଥିଲେ। ଦୋକାନୀ ସୁଜତା ସେଠୀ ଚିକେନ୍ କାଟୁଥିଲେ। ଏହି ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍ ଚିକେନ୍ ଦୋକାନକୁ ମାଡ଼ି ଆସିଥିଲା। ପଞ୍ଚୁଙ୍କ ସହିତ ବିଦୁ ଓ ସୁଜତାଙ୍କୁ ଗାଡ଼ିଟି ପିଟି ଦେଇଥିଲା।

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ପଞ୍ଚୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିଦୁ ଓ ସୁଜତାଙ୍କୁ ଉଦ୍ଧାର କରାଯାଇ ଧରାକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Advertisment

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇବା ପରେ ପିକ୍‌ଅପ୍ ଭ୍ୟାନ ଛାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସ୍ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ବିଦୁ ଗୌଡ଼ ଜାନିବିଲିର ବାସିନ୍ଦା ହୋଇଥିବା ବେଳେ ସୁଜତା ସେଠୀଙ୍କ ଘର ଦାମୋଦରପଲ୍ଲୀରେ।

Ganjam Accident Roadaccident Road Accident