Advertisment

ଦିଗପହଣ୍ଡି ଦୁର୍ଘଟଣା: OSRTC ବସ୍ ଡ୍ରାଇଭର ଗିରଫ

ରବିବାର ବିଳମ୍ବିତ ରାତିରେ ଓଏସ୍‌ଆରଟି ବସ୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ପରେ ଚମ୍ପଟ ମାରିଥିବା ଓଏସ୍‌ଆରଟି ବସ୍‌ ଡ୍ରାଇଭରକୁ ପୁଲିସ ଆଜି ଗିରଫ କରିଛି। ଗତକାଲି ଭରତପୁର ଥାନା ପୁଲିସ୍‌ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ସମ୍ପୃକ୍ତ ଓଏସ୍‌ଆରଟି ବସ୍‌ ଡ୍ରାଇଭରକୁ ଧରିଥିଲା। ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲା।

Advertisment

ଦିଗପହଣ୍ଡି ପୁଲିସ ଓଏସ୍‌ଆରଟି ବସ୍‌ ଡ୍ରାଇଭରକୁ ଥାନାରେ ଅଟକ ରଖି ଦୁର୍ଘଟଣା ବିଷୟରେ  ଗୁଡ଼େଇତୁଡ଼େଇ ଅନେକ ପ୍ରଶ୍ନ ପଚାରି ଥିଲା। ଆଜି ଦିଗପହଣ୍ଡି ପୁଲିସ ତାଙ୍କୁ ଗିରଫ କରିଛି।

 ସୂଚନେଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ବ୍ଲକ ଖେମୁଣ୍ଡି କଲେଜ ନିକଟରେ ଓଏସ୍‌ଆରଟି ବସ୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାହେବାରୁ ୧୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ମୃତହତ ଯାତ୍ରୀ ଖଣ୍ଡଦେଉଳି ଗାଁର। ରବିବାର ରାତି ପ୍ରାୟ ଗୋଟାଏ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଗୋଟିଏ ବସ୍‌ରେ ପ୍ରାୟ ୨୫ ଜଣ ଲୋକ ଖଣ୍ଡଦେଉଳିକୁ ଫେରୁଥିଲେ। ହେଲେ  ଓଏସ୍‌ଆରଟି ବସ୍‌ ଥିବା ଯାତ୍ରୀଙ୍କର କିଛି ହୋଇ ନାହିଁ।  ଅନ୍ୟପକ୍ଷରେ ଓଏସ୍‌ଆରଟି ବସ୍‌ଟି ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇଥିବା ଯାତ୍ରୀବାହୀ ବସ୍‌ର ଡ୍ରାଇଭର  ନିଜ ବୟାନରେ କହିଛନ୍ତି। 

Advertisment
Ganjam Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe