Advertisment

ଦୁଇ ଠକଙ୍କୁ ବାନ୍ଧିଲା ପୁଲିସ୍‌

ଅମିତ କୁମାର ମହାପାତ୍ର, ଆକାସ ବେହେରା କିଛି ମାସ ତଳେ କରସିଙ୍ଗି ଉଦୟପୁର ଗାଁରେ ପହଞ୍ଚିଥିଲେ। ସେମାନେ ନିଜକୁ ବ୍ଲକ କର୍ମଚାରୀ ବୋଲି ପରିଚୟ ଦେଇଥିଲେ।

Fraud

Fraud

Advertisment

କାଳିଆ ଯୋଜନାରେ ଟଙ୍କା ପାଇବା ପାଇଁ ଲିଙ୍କ କରାଇ ଦେବାକୁ କହି ଠକିଥିଲେ। ବହୁ ଖୋଜାଖୋଜି ପରେ ଆଜି ଧରାପଡ଼ିଲେ ଦୁଇ ଠକ। ଏପରି ଖବର ଆସିଛି ଗଞ୍ଜାମ ଜିଲ୍ଲାରୁ। ବୁଗୁଡ଼ା ଥାନା ପୁଲିସ୍‌ ଦୁଇ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଅମିତ କୁମାର ମହାପାତ୍ର, ଆକାସ ବେହେରା କିଛି ମାସ ତଳେ କରସିଙ୍ଗି ଉଦୟପୁର ଗାଁରେ ପହଞ୍ଚିଥିଲେ। ସେମାନେ ନିଜକୁ ବ୍ଲକ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଏହା ପରେ ସେମାନେ କାଳିଆ ଯୋଜନାରେ ମୋବାଇଲ ନମ୍ବର ଲିଙ୍କ କରାଇଦେବାକୁ କହି ଗାଁରେ ଘରକୁ ଘର ବୁଲି କେତେକ ଲୋକଙ୍କୁ ଠକି ଥିଲେ। ଏନେଇ ଗାଁ ଲୋକେ ବୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଦୁଇ ଠକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଆଜି ପୁଲିସ୍‌ ଦୁଇ ଠକଙ୍କୁ ନୟାଗଡ଼ ଓ ଫୁଲବାଣୀ ଅଞ୍ଚଳରୁ ଧରିବାରେ ସଫଳ ହୋଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା କହିଛନ୍ତି।

ରିପୋର୍ଟର-ପୋଲସରାରୁ ପୀତବାସ ଦାଶ

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe