Advertisment

ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣା, ୫ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗତ ୨୨ ତାରିଖରେ ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ପିତଳ ଛକରେ ସାମାନ୍ୟ କମେଣ୍ଟ ମରାରୁ ଘଟିଥିଲା ରକ୍ତପାତ । ଏକାଥରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅଭିଯୋଗରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ସାଧୁ ଓରଫ ଅମୀୟ ସ୍ୱାଇଁ ଅଛି। ଏହି ଘଟଣାରେ ଜଣେ ଫେରାର ଥିବା ବେଳେ ତାଙ୍କୁ ଖୋଜିବାକୁ […]

ଅଦ୍ୟତନ ହୋଇଛି
ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣା, ୫ ଜଣଙ୍କୁ ବାନ୍ଧିଲା ପୁଲିସ୍‌

arrest

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗତ ୨୨ ତାରିଖରେ ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ପିତଳ ଛକରେ ସାମାନ୍ୟ କମେଣ୍ଟ ମରାରୁ ଘଟିଥିଲା ରକ୍ତପାତ । ଏକାଥରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅଭିଯୋଗରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ସାଧୁ ଓରଫ ଅମୀୟ ସ୍ୱାଇଁ ଅଛି। ଏହି ଘଟଣାରେ ଜଣେ ଫେରାର ଥିବା ବେଳେ ତାଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଛି ପୁଲିସ୍‌। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ ।

Advertisment

ଏସ୍‌ପିଙ୍କ ସୂଚନା ମୁତାବକ, ମଙ୍ଗୁଳୁ ସ୍ୱାଇଁଙ୍କ ପୁଅମାନେ ପିତଳ ଛକରେ ଏକ ଫାଷ୍ଟଫୁଡ୍ ଦୋକାନ ଖୋଲି ବେପାର କରନ୍ତି। ଗତ ୨୨ ତାରିଖ ରାତିରେ ସେଠାରେ ଏକ ଦମ୍ପତ୍ତି ଛିଡ଼ା ହୋଇଥିବା ବେଳେ  ଅମୀୟ ସ୍ୱାଇଁ ତାଙ୍କୁ କମେଣ୍ଟ କରିଥିଲେ। ଶମ୍ଭୁ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ବଢ଼ିଲା। ଏଥିରେ ସାଧୁ ନିଜ ସହଯୋଗୀମାନଙ୍କୁ ଡାକିଥିଲା। ଏକାଥରେ ୬ ଜଣ  ହାତରେ ଠେଙ୍ଗା, କାଠ ବେଣ୍ଟ, ଲୁହା ରଡ ଧରି ଶମ୍ଭୁ ଓ ତାଙ୍କ ଭାଇମାନଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ୩ ଓ ଏମକେସିଜିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

[caption id="attachment_723596" align="aligncenter" width="650"]SP ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ଗଞ୍ଜାମ ଏସ୍‌ପି।[/caption]

Advertisment

ପୁଲିସ୍‌ ହତ୍ୟାକାଣ୍ଡରେ ସମ୍ପୃକ୍ତ ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରି ସାରିଛି। ସେମାନଙ୍କୁ ରିମାଣ୍ଡରେ ଆଣି ସିନ୍‌ ଅଫ କ୍ରାଇମ ରିକିଏସନ ହେବ । ବ୍ୟବହୃତ ମାରଣାସ୍ତ୍ର ସହ ୨ ବାଇକ୍‌ ଜବତ କରିଛି । ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ଟିମ୍‌ ଗଠନ  କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ପି ।  ସାଧୁ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ତା’ ନାଁରେ ପୂର୍ବରୁ ୧୫ରୁ ୧୬ ମାମଲା ଥିବା କହିଛନ୍ତି ଏସ୍‌ପି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ ଏକ ଶାନ୍ତି କମିଟି ଗଠିତ ହୋଇଛି। ପିତଳ ଛକରେ ଏକ ଆଉଟ ପୋଷ୍ଟ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଅବଗତ କରାଯିବ । ସେପର୍ଯ୍ୟନ୍ତ ଉକ୍ତ ଛକରେ ଜଣେ ଅଧିକାରୀ ଓ ୪ କର୍ମଚାରୀ  ମୁତୟନ ରହିବେ ବୋଲି କହିଛନ୍ତି ଏସ୍‌ପି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe