Advertisment

ଛାତିଥରା ଦୁର୍ଘଟଣା ପରେ ଚମ୍ପଟ ମାରିଥିଲେ OSRTC ଡ୍ରାଇଭର, ଏବେ ଧରାପଡ଼ିଲେ

ଭରତପୁର ଥାନା ପୁଲିସ୍‌ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ସମ୍ପୃକ୍ତ ଓଏସ୍‌ଆରଟି ବସ୍‌ ଡ୍ରାଇଭରକୁ ଧରିଥିଲା। ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
OSRTC

OSRTC

ଦିଗପହଣ୍ଡି ରେ ଘଟିଥିବା ଛାତିଥରା ଦୁର୍ଘଟଣା ପରେ ଚମ୍ପଟ ମାରିଥିଲେ ଓଏସ୍‌ଆରଟି ବସ୍‌ ଡ୍ରାଇଭର। ଲୋକମାନେ ଚିତ୍କାର କରୁଥିବା ବେଳେ ଡ୍ରାଇଭର ଅନ୍ୟ ଏକ ବସ୍‌ରେ ଭୁବନେଶ୍ୱର ପଳାଇ ଆସିଥିଲେ। ଏ ସମ୍ପର୍କରେ ଖବର ପାଇ ଭରତପୁର ଥାନା ପୁଲିସ୍‌ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ସମ୍ପୃକ୍ତ ଓଏସ୍‌ଆରଟି ବସ୍‌ ଡ୍ରାଇଭରକୁ ଧରିଥିଲା। ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲା। ପୁଲିସ୍‌ ତାଙ୍କୁ ଧରି ଜେରା କରୁଛି। କେଉଁ ପରିସ୍ଥିତି ବସ୍‌ ଦୁର୍ଘଟଣା ଘଟିଲା? କାହାର ଭୁଲ? ଦୁର୍ଘଟଣା ପରେ କାହିଁକି ଚମ୍ପଟ ମାରିଲେ? ଏମିତି ଅନେକ ପ୍ରଶ୍ନ ତାଙ୍କୁ ଗୋଡ଼ାଇ ତୋଡ଼ାଇ ପଚାରିଥିବା ଜଣାପଡ଼ିଛି। ରବିବାର ବିଳମ୍ୱିତ ରାତିରେ ବିବାହ ଭୋଜିରୁ ଫେରୁଥିବା ଏକ ବସ୍‌ ଓ ଓଏସ୍‌ଆର୍‌ଟିସି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

Advertisment

ରବିବାର ରାତି ପ୍ରାୟ ଗୋଟାଏ ହେବ। ବାହାଘର ଭୋଜି ଖାଇ ବ୍ରହ୍ମପୁରରୁ ଖଣ୍ଡଦେଉଳି ଗାଁକୁ ବସ୍‌ରେ ଫେରୁଥିଲେ। କେତେ କ’ଣ ଖୁସି? ପରସ୍ପର ଭିତରେ ଭୋଜିର ଅନୁଭୂତିକୁ ବଖାଣୁଥିଲେ ଲୋକେ। ଆଉ କିଛି ଚୁପ୍‌ଚାପ୍‌ରେ ଶୋଇ ପଡ଼ିଥିଲା। ହଠାତ୍‌ ଜମ ଦୂତ ପରି ମାଡ଼ି ଆସିଲା ଓଏସ୍‌ଆର୍‌ଟିସି ବସ୍‌। ରାୟଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବସ୍‌ଟି କେହି କିଛି ଭାବିବା ଆଗରୁ ପିଟି ଦେଇଥିଲା। ଯାହାଫଳରେ ବିବାହ ଭୋରୁ ଫେରୁଥିବା ବସ୍‌ଟି ଓଲଟି ପଡ଼ିଥିଲା। କୋଳାହଳ ଓ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଅନ୍ଧକାର ରାତି। ସମସ୍ତେ ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ? ହେଲେ କିଏ କେମିତି ଓ କାହାକୁ ଉଦ୍ଧାର କରିବ? କାରଣ ବସ୍‌ ଭିତରେ ସମସ୍ତେ ଚାପି ହୋଇଯାଇଥିଲେ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଆଖପାଖ ଗାଁ ଲୋକ, ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚିଲେ। କଷ୍ଟ ହେଲେ ମଧ୍ୟ ସବୁ ବିପଦକୁ ସମ୍ମୁଖୀନ ହୋଇ ବସ୍‌ ଭିତରୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେତେବେଳକୁ ବହୁ ଲୋକଙ୍କ ଜୀବନ ଦୀପ ଲିଭି ଯାଇଥିଲା। ମିଳିଥିବା ସୂଚନା ଅନୁସାରେ ମୃତ ବ୍ୟକ୍ତିମାନେ ହେଲେ- ରୂପାଲି ପ୍ରଧାନ, ତ୍ରିପତି ପ୍ରଧାନ(୬୦), ସୁଜ୍ଞାନ ପ୍ରଧାନ(୨୫), ଦେବାଂଶୁ ପ୍ରଧାନ(୨), ଶ୍ରୀମଣୀ ପ୍ରଧାନ, ଅଦ୍ୱିକ୍‌ ପ୍ରଧାନ(୧), ସଞ୍ଜୟ କୁମାର(୫୨), ସଙ୍ଗୀତା ଡାକୁଆ(୨୫), ରମେଶ ପ୍ରଧାନ(୬୦), ସୀତାରାମ ପ୍ରଧାନ(୬୨) ଓ ଶିବାନୀ ପ୍ରଧାନ। ଏହାଛଡ଼ା ଅନେକ ବ୍ରହ୍ମପୁର ଏମ୍‌କେସିଜି ଓ ଦିଗପହଣ୍ଡି ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Ganjam Accident Roadaccident