Advertisment

ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ହାଇଡ୍ରାମା; ରାତି ସାରା ନଜରବନ୍ଦୀ ରହିଲେ ସମିତି ସଭ୍ୟ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆଜି ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ହେଲେ ତା’ ପୂର୍ବରୁ ଦେଖିବାକୁ ମିଳିଛି ହାଇ ଭୋଲଟେଜ ଡ୍ରାମା। ସୁରକ୍ଷା ଆଳାରେ ବାଲୁଗାଁକୁ ବୁଲି ଯାଇଥିବା ୧୨ ସମିତି ସଭ୍ୟଙ୍କୁ ରାତି ସାରା ବାଲୁଗାଁ ବରକୂଳ ପାନ୍ଥ ନିବାସରେ ଅଟକ ରଖିଥିଲା ପୁଲିସ୍‌ । ଆଜି ସକାଳେ ସମିତି ସଭ୍ୟମାନେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏହାପରେ ସେମାନଙ୍କୁ ମୁକୁଳାଯାଇ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଛତ୍ରପୁର […]

ଅଦ୍ୟତନ ହୋଇଛି
ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ହାଇଡ୍ରାମା; ରାତି ସାରା ନଜରବନ୍ଦୀ ରହିଲେ ସମିତି ସଭ୍ୟ

samiti member

Advertisment

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆଜି ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ହେଲେ ତା’ ପୂର୍ବରୁ ଦେଖିବାକୁ ମିଳିଛି ହାଇ ଭୋଲଟେଜ ଡ୍ରାମା। ସୁରକ୍ଷା ଆଳାରେ ବାଲୁଗାଁକୁ ବୁଲି ଯାଇଥିବା ୧୨ ସମିତି ସଭ୍ୟଙ୍କୁ ରାତି ସାରା ବାଲୁଗାଁ ବରକୂଳ ପାନ୍ଥ ନିବାସରେ ଅଟକ ରଖିଥିଲା ପୁଲିସ୍‌ । ଆଜି ସକାଳେ ସମିତି ସଭ୍ୟମାନେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏହାପରେ ସେମାନଙ୍କୁ ମୁକୁଳାଯାଇ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଛତ୍ରପୁର ଅଭିମୁଖେ ନିଆଯାଇଛି ।

Advertisment

ଗତକାଲି ଛତ୍ରପୁର ବ୍ଲକର ୧୨ ସମିତି ସଭ୍ୟ ବାଲୁଗାଁ ବୁଲି ଯାଇଥିଲେ। ସନ୍ଧ୍ୟା ସମୟରେ ସେମାନେ ବାଲୁଗାଁ ବରକୂଳ ପାନ୍ଥ ନିବାସରେ ବିଶ୍ରାମ ନେଇଥିବା ବେଳେ ରାତି ପ୍ରାୟ ୧୧ଟା ପରେ ହଠାତ୍‌ ପୁଲିସ୍‌ ପହଞ୍ଚିଥିଲା। ଏହାପରେ ସମସ୍ତ ସମିତିସଭ୍ୟଙ୍କ ଫୋନ୍‌ ଛଡ଼ାଇ ନେବା ସହ ପାନ୍ଥ ନିବାସ ବାହାର ଓ ଭିତର ପଟ କବାଟ ବନ୍ଦ କରି ଦିଆଯାଇଥିଲା । ଯାହାଦ୍ୱାରା ସେମାନେ କାହା ସହ ଯୋଗାଯୋଗ କରିପାରିବେନି । ଏପରିକି   କାହାକୁ ସେଠାକୁ ପ୍ରବେଶ ଅନୁମତି ମଧ୍ୟ ନ ଥିଲା।

ରାତି ସାରା ଏପରି ନଜରବନ୍ଦୀ ରହିବା ପରେ ଉଦ୍ଧାର ପାଇଁ ଆଜି ସକାଳୁ  ସମିତିସଭ୍ୟମାନେ ଲଜ୍‌ର ବାଲକୋନୀରେ ଛିଡ଼ା ହୋଇ   ଆକୁଳ ନିବେଦନ କରିଥିଲେ। ଏପରିକି ନ ଛାଡ଼ିଲେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା ଚେତାବନୀ ବି ଦେଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ମୁକୁଳାଯାଇଛି। ଏପରି ଅଟକ ଥିବା ୧୨ ସମିତି ସଭ୍ୟ ବ୍ଳକ ଅଧ୍ୟକ୍ଷ ନିର୍ବାଚନରେ ଭାଗ ନେବା ପାଇଁ ଛତ୍ରପୁର ଅଭିମୁଖେ ଯାଇଛନ୍ତି  ।

Advertisment

[caption id="attachment_724490" align="aligncenter" width="650"]samiti member ଉଦ୍ଧାର ସମିତିସଭ୍ୟଙ୍କୁ ଛତ୍ରପୁର ଅଭିମୁଖେ ନିଆଯାଉଛି ।[/caption]

ସମିତିସଭ୍ୟଙ୍କୁ ସୁରକ୍ଷା ଦେବା ନିମନ୍ତେ  ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ପୁଲିସ୍‌ ଅଧିକାରୀ ନିଜ ସଫେଇରେ କହିଛନ୍ତି। ଏନେଇ ଛତ୍ରପୁର ଏସଡିପିଓ କହିଛନ୍ତି, କାହାକୁ ଅଟକ ରଖାଯାଇଥିଲା , ସୁରକ୍ଷା ପାଇଁ ଯାଇଥିଲୁ । ମୋବାଇଲ୍ ଛଡ଼ାଇ ନେବା ଅଭିଯୋଗର ଯାଞ୍ଚ କରୁଛୁ । ଆମର ବି ଟିକେ ଭୁଲ ରହିଥିଲା,  ରାତିରେ କୌଣସି ସ୍ପଷ୍ଟୀକରଣ ଦେଇପାରି ନ ଥିଲୁ । ସେଥିପାଇଁ ଏପରି ଦ୍ୱନ୍ଦ ସୃଷ୍ଟି ହୋଇଛି ।

ତେବେ କୌଣସି ସମିତି ସଭ୍ୟ ସୁରକ୍ଷା ମାଗି ନ ଥିବା ବେଳେ ହଠାତ୍‌ ପୁଲିସ୍‌ କାହିଁକି ରାତି ଅଧରେ ପହଞ୍ଚି ସେମାନଙ୍କୁ ଚାରିପଟୁ ଘେରାବନ୍ଦୀ କରି ରଖିଲା, କାହିଁକି ସେମାନଙ୍କ ଫୋନ ଛଡ଼ାଇ ନେଲା, କାହା ଇଙ୍ଗିତରେ ପୁଲିସ୍‌ ଏସବୁ କରୁଥିଲା, ତାହା ଏବେବି ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି।

ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ  ଦେଖିବାକୁ ମିଳିଛି ଏପରି ଛକାପଞ୍ଝା । ପୂର୍ବରୁ ୧୨ ତାରିଖରେ ଏହି ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ସେତେବେଳେ ମଧ୍ୟ ଦେଖିବାକୁ ମିଳିଥିବା ସାଂଘାତିକ ନାଟକ । ଗତ ୧୨ ତାରିଖରେ ଛତ୍ରପୁର ବ୍ଲକର ନିର୍ବାଚିତ ୧୮ ସମିତି ସଭ୍ୟ ଭୋଟ ଦେବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ହଠାତ୍‌ ୬ ଜଣ ଅସୁସ୍ଥ ହୋଇପଡ଼ିଲେ। କୋଭିଡ ଟେଷ୍ଟରୁ ସମସ୍ତ ୬ ଜଣ ପଜିଟିଭ ଚିହ୍ନଟ ହେଲେ। ଏହାପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ବେଳେ ଆଜି ଏଥିନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ଏହାପୂର୍ବରୁ ଗତକାଲିଠୁ ଦେଖିବାକୁ ମିଳିଛି ସୁରକ୍ଷା ଅଳରେ ନଜରବନ୍ଦୀ ଡ୍ରାମା।

[caption id="attachment_724491" align="aligncenter" width="650"]chilika ପାନ୍ଥ ନିବାସ ସମ୍ମୁଖରେ ପୁଲିସ୍‌ ।[/caption]

ବିଜେଡିର ୨ ଗୋଷ୍ଠୀ ମଧ୍ୟରେ ଚାଲିଥିବା କନ୍ଦଳ ଯୋଗୁ ବିଧାୟକଙ୍କ ଇଙ୍ଗିତରେ ଏପରି ହେଉଥିବା ଆଲୋଚନା ହେଉଛି।  ଛତ୍ରପୁର ବ୍ଲକରେ  ଗୋଟିଏ ଗୋଷ୍ଠୀ ବିଜେଡିରେ ୧୨ ଜଣ ସମିତି ସଭ୍ୟ ଥିବା ବେଳେ ଓ ଅନ୍ୟ ଏକ ଗୋଷ୍ଠୀରେ ୬ ଜଣ ରହିଛନ୍ତି । ତେଣୁ  ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ବାରମ୍ବାର ସ୍ଥଗିତ କରିବାକୁ ଏପରି ନାଟକ ହେଉଥିବା ଆଲୋଚନା ହେଉଛି।

ଯଦି ପୁଲିସ୍‌ ଆମକୁ ସୁରକ୍ଷା ଦେବାକୁ ଚାହୁଁଥିଲା, ଆମ ମୋବାଇଲ କାହିଁକି ନେଇଗଲା, ଆମକୁ କାହିଁକି   ନଜରବନ୍ଦୀରେ ରଖାଗଲା  ବୋଲି ମୁକୁଳିବା ପରେ ପ୍ରଶ୍ନ କରିଛନ୍ତି ସମିତିସଭ୍ୟ । ଏ ଯାଏ ପୁଲିସ୍‌ ମୋବାଇଲ ଫେରାଇ ନ ଥିବା କହିଛନ୍ତି ମୁକୁଳିଥିବା ସମିତିସଭ୍ୟ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe