Advertisment

‘କରପ୍ସନ୍‌, କଲେକ୍ସନ୍‌, କନ୍ସପିରେସିର ପେଣ୍ଠସ୍ଥଳ ସିଏମଓ’

ଦୀର୍ଘ ଦିନର ନୀରବତା ପରେ ପୁଣି ମୁହଁ ଖୋଲିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସତ୍ୟସାଇ ଭଜନମଣ୍ଡଳୀରେ ଯୋଗଦେଇ ସେ କହିଛନ୍ତି, ୨୩ ବର୍ଷର ଅବହେଳା ପରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର କରିବାକୁ ସ୍ୱପ୍ନ ଦେଖାଉଛନ୍ତି।

ଅଦ୍ୟତନ ହୋଇଛି
Pradeep Panigrahi

Pradeep Panigrahi

Advertisment

ରାଇଜ ମୁଖିଆଙ୍କୁ ସିଧା ସଳଖ ଆକ୍ରମଣ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗୋପାଳପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ସିଏମ୍‌ ଅଫିସ୍‌ ହେଉଛି କରପ୍ସନ (ଦୁର୍ନୀତି), କଲେକ୍ସନ୍‌( ଅର୍ଥ ଆଦାୟ) ଓ କନ୍ସପିରେସି(ଷଡ଼ଯନ୍ତ୍ର)ର ପେଣ୍ଠସ୍ଥଳ। ସେଠାରେ ଏମିତି ଅନେକ କିଛି ହେଉଛି ବୋଲି କହିଛନ୍ତି ଶ୍ରୀ ପାଣିଗ୍ରାହୀ।

Advertisment

ଦୀର୍ଘ ଦିନର ନୀରବତା ପରେ ପୁଣି ମୁହଁ ଖୋଲିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସତ୍ୟସାଇ ଭଜନମଣ୍ଡଳୀରେ ଯୋଗଦେଇ ସେ କହିଛନ୍ତି, ୨୩ ବର୍ଷ ପରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର କରିବାକୁ ସ୍ୱପ୍ନ ଦେଖାଉଛନ୍ତି। ହେଲେ ୨୩ ବର୍ଷ ପୂର୍ବରୁ କୁଆଡେ ଯାଇଥିଲେ? ଶଙ୍ଖକୁ ଗର୍ବ କହିବାର କାରଣ କ’ଣ? ନବୀନ ବାବୁ ଗର୍ବ ବା ଜଗନ୍ନାଥ ଆମର ଗର୍ବ ବୋଲି କହିଲେ ଭଲ ଲାଗିଥାନ୍ତା। ୨୩ ବର୍ଷ ପରେ ଲୋକ କ’ଣ ଶଙ୍ଖ ଚିହ୍ନକୁ ଭୁଲିଗଲେଣି କି? ସେଥିପାଇଁ ଶଙ୍ଖ ମୋର ଗର୍ବ ବୋଲି କହୁଛନ୍ତି। ଗୋପାଳପୁର ଏୟାପୋର୍ଟ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ଜିଲ୍ଲାର ବରିଷ୍ଠ ନେତାମାନଙ୍କୁ ସାଇଡ଼ଲାଇନ୍‌ କରିଦିଆଯାଇଛି। ୨୦୨୩ରେ କବିସୂର୍ଯ୍ୟ ବଳଦେବ ରଥ ଓ ଉପେନ୍ଦ୍ର ଭଞ୍ଜଙ୍କ କଥା ମନେ ପଡ଼ିଗଲା। କବିସୂର୍ଯ୍ୟ ବଳଦେବ ରଥ ଓ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ ଉପରେ ସେମାନଙ୍କର ଧାରଣା ଅଛି ତ? ଚକରା ବିଷୋୟୀ କୁଆଡ଼େ ଗଲେ? ଗଞ୍ଜାମ ପାଇଁ ଚକରା ବିଷୋୟୀଙ୍କର କ’ଣ କିଛି ଅବଦାନ ନାହିଁ? ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ, ବିନାୟକ ଆଚାର୍ଯ୍ୟଙ୍କ ପରି ବହୁ ବରପୁତ୍ରଙ୍କର କ’ଣ କିଛି ଅବଦାନ ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ପ୍ରଦୀପ।

Advertisment

ସେ ଆହୁରି କହିଛନ୍ତି, ସିଏମ୍‌ ସାର୍‌ ଏକାମ୍ର କ୍ଷେତ୍ରରେ ରହୁଛନ୍ତି। ଶ୍ରୀକ୍ଷେତ୍ର ଯାଉଛନ୍ତି। ବେଳେ ବେଳେ ଅର୍କକ୍ଷେତ୍ର ପରିଦର୍ଶନ କରୁଛନ୍ତି। ସେହି ସବୁ କ୍ଷେତ୍ରରେ ୫ଟି ପୁଷ୍କରିଣୀ ରହିଛି। ଲକ୍ଷ ଲକ୍ଷ ବର୍ଷ ହେଲା ସେହି ପୋଖରୀ ରହିଛି। ସେଠାରୁ ପାଣିନେବା ପାଇଁ ହଜାର ହଜାର ଲୋକ ଆସୁଛନ୍ତି। ୨୩ ବର୍ଷ ହେଲା ସେହି ପବିତ୍ର ପୁଷ୍କରିଣୀ ଉଦ୍ଧାର ହୋଇପାରିଲା ନାହିଁ। ତା’ପରେ ସାର୍‌ ଆମର କହୁଛନ୍ତି ୱାର୍ଲଡର ଏକ ନମ୍ୱର। ଯିଏ ୫ଟା ପୋଖରୀ ଉଦ୍ଧାର କରିପାରିଲେ ନାହିଁ, ସିଏ କି ନମ୍ୱର ୱାନ୍‌ ବୋଲି କହିଛନ୍ତି ପ୍ରଦୀପ।

ସେ କହିଛନ୍ତି, ଗୋପଳପୁର ନିର୍ବାଚନମଣ୍ଡଳୀ ମୋ ହାର୍ଟ। ବହୁତ କଥା କହିବାର ଅଛି। ସମୟ ଆସିଲେ କହିବି। ଯାହା କହିବି ଲୋକଙ୍କ ଉପରେ ପ୍ରଭାବ ପଡିବ। ଗଞ୍ଜାମ ରାଜନୀତିରେ ଲୋକ ଚାହୁଁଛନ୍ତି ପରିବର୍ତ୍ତନ କରିବାକୁ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଛତ୍ରପୁରରେ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ସିଏମ୍‌ ଅଫିସ୍‌ ହେଉଛି କରପ୍ସନ, କଲେକ୍ସନ ଓ କନ୍ସପିରେସିର ପେଣ୍ଠସ୍ଥଳ। ସେଇଠାରୁ ଏସବୁ ଯୋଜନା ହେଉଛି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ପ୍ରଦୀପଙ୍କ ଅଭିଯୋଗ ନେଇ ଗଞ୍ଜାମ ବିଜେଡି ଜିଲ୍ଲା ସଭାପତି ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି, ପ୍ରଦୀପଙ୍କ ମୁଣ୍ଡ ଖରାପ ହୋଇଗଲାଣି। ଦୁର୍ନୀତି ଅଭିଯୋଗରେ ବିଜେଡି ପ୍ରଦୀପଙ୍କୁ ବହିଷ୍କୃତ ହୋଇଛନ୍ତି। ଦଳରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ବୋଲି ସେ କହିଛନ୍ତି।

BjD Ganjam Bjd Leader Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe