Advertisment

ଜେଲ୍‌ ଅନ୍ତେବାସୀଙ୍କ କମାଲ; ନିଜେ କୋରିଓଗ୍ରାଫି କରି ଫାଇନାଲ୍‌ରେ ପଶିଲେ

ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ କଳାନ୍ତରା ଅନୁଷ୍ଠାନ ଦ୍ୱାରା ଏକ ଜାତୀୟସ୍ତର ଡ୍ୟାନ୍ସ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନର କଳାକାରମାନେ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ଜେଲ ଅନ୍ତେବାସୀ ବି ସାମିଲ ଅଛନ୍ତି ।

author-image
Niharika Rout
ଅଦ୍ୟତନ ହୋଇଛି
Dance

Dance

କିଏ ହତ୍ୟା ଅଭିଯୋଗରେ ତ କିଏ ଆକ୍ରମଣ ଅଭିଯୋଗରେ ଜେଲ୍‌ରେ ବର୍ଷ ବର୍ଷ ହେଲା ବନ୍ଦୀ ଅଛନ୍ତି। ନା ବାହାରକୁ ବାହାରି ପାରୁଛନ୍ତି ନା ପରିବାର କଥା ବୁଝି ପାରୁଛନ୍ତି। ମନର କୋହ ଛାତିରେ ଚାପି ଧରିଥିବା ଏହି ଜେଲ୍‌ ଅନ୍ତେବସୀ ଦେଖାଇଛନ୍ତି କମାଲ।

Advertisment

ଡ୍ୟାନ୍ସ କରି ଧୁମ୍‌ ମଚାଇଛନ୍ତି ଜେଲ୍‌ ଅନ୍ତେବାସୀ । କେବଳ ସେତିକି ନୁହେଁ, ଅନଲାଇନ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗିତାରେ ଫାଇନାଲ ରାଉଣ୍ଡକୁ ବି ଉତ୍ତୀର୍ଣ୍ଣ ହେବାକୁ ସକ୍ଷମ ହୋଇଛନ୍ତି। ବ୍ରହ୍ମପୁର ଜେଲ୍‌ ଅନ୍ତେବାସୀଙ୍କ ଏପରି ପ୍ରତିଭାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ କଳାନ୍ତରା ଅନୁଷ୍ଠାନ ଦ୍ୱାରା ଏକ ଜାତୀୟସ୍ତର ଡ୍ୟାନ୍ସ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନର କଳାକାରମାନେ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ଜେଲ ଅନ୍ତେବାସୀ ବି ସାମିଲ ଅଛନ୍ତି ।

Advertisment

ଗତ ୬ ତାରିଖରେ ଏନେଇ ସରକାରଙ୍କ ତରଫରୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଚିଠି ଆସିଥିଲା। ଅଛନ୍ତି । ଅନଲାଇନ ମୋଡ଼ରେ ପ୍ରତିଯୋଗିତା ଆୟୋଜନ ନିମନ୍ତେ କୁହାଯାଇଥିଲା। ଚିଠି ପାଇବା କ୍ଷଣି ପ୍ରତିଯୋଗିତା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ପ୍ରସ୍ତୁତି ।

କୋରିଓଗ୍ରାଫିଠୁ ଆରମ୍ଭ କରି କଷ୍ଟ୍ୟୁମ ଫାଇନାଲ କରିବା ତଥା ଡ୍ୟାନ୍ସ କରିବା ସବୁ କିଛି ଜେଲ୍‌ ଭିତରେ ଜେଲ୍‌ ଅନ୍ତେବାସୀ ହିଁ ଫାଇନାଲ କରିଥିଲେ। ଏହାପରେ ନିଜ ଷ୍ଟେଜ ଫରଫର୍ମାନ୍ସର ଭିଡିଓ କରି ଅନଲାଇନ୍‌ରେ ସମ୍ପୃକ୍ତ ସଂସ୍ଥାକୁ ପଠାଇଥିଲେ।

ଏହି ଭିଡିଓ ଖୁବ୍‌ ପ୍ରଶଂସିତ ହେବା ସହ ଫାଇନାଲକୁ ଉତିର୍ଣ୍ଣ ହୋଇଛନ୍ତି ବ୍ରହ୍ମପୁର ଜେଲ ଅନ୍ତେବାସୀ ଟିମ୍‌। ଫାଇନାଲ୍‌ରେ ବି ଖୁବ୍‌ ଭଲ କରିବା ନେଇ ଆଶାବାଦୀ ଅଛନ୍ତି ଏହି ଟିମ୍‌ ସଦସ୍ୟ ।ଏଥିରେ ପ୍ରାୟ ୧୦ ଜଣ ସଦସ୍ୟ ଅଛନ୍ତି। ସମସ୍ତଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ସେମାନଙ୍କ ପ୍ରତିଭାକୁ ବିକଶିତ କରିବାକୁ ସାହାଯ୍ୟ କରିଥିବା ଜେଲ୍‌ ଅଧିକାରୀଙ୍କୁ ମଧ୍ୟ ସମସ୍ତେ ସାଧୁବାଦ ଜଣାଇଛନ୍ତି।

Ganjam Berhampur Jail