Advertisment

ମୁହଁ ମୋଡ଼ି ଦେଲେ ଆତ୍ମୀୟସ୍ୱଜନ, ମୃତକଙ୍କୁ କାନ୍ଧ ଦେଲେ ପ୍ରଶାସନିକ ଅଧିକାରୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କରୋନା ଆଶଙ୍କାରେ ଶବ ସଂସ୍କାର ପାଇଁ ଆଗେଇ ଆସିଲେନି ଆତ୍ମୀୟସୋଜନ। ଆଉ ଏଭଳି ବିପଦ ସମୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବିଭାଗର କର୍ମଚାରୀ ଓ ଗ୍ରାମର ଦୁଇ ଯୁବକ କଲେ ଅନ୍ତିମ ସଂସ୍କାର। ଏଭଳି ଘଟଣା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସମରଝୋଳ ଗ୍ରାମରେ ଦେଖିବାକୁ ମିଳିଛି। ପୂରା ଘଟଣା ଏମିତି। ଡି.ଗୋବିନ୍ଦ ନାମକ ଜଣେ ଯୁବକ ପାରାଦ୍ଵୀପରେ ରହି କାର୍ଯ୍ୟ କରୁଥିଲେ। ଶନିବାର ନିଜ ଘରକୁ ଆସି ରାତିରେ ଭୋଜନ ସାରି ଶୋଇଥିଲେ। […]

author-image
Tapas Behera
ମୁହଁ ମୋଡ଼ି ଦେଲେ ଆତ୍ମୀୟସ୍ୱଜନ, ମୃତକଙ୍କୁ କାନ୍ଧ ଦେଲେ ପ୍ରଶାସନିକ ଅଧିକାରୀ

uio

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କରୋନା ଆଶଙ୍କାରେ ଶବ ସଂସ୍କାର ପାଇଁ ଆଗେଇ ଆସିଲେନି ଆତ୍ମୀୟସୋଜନ। ଆଉ ଏଭଳି ବିପଦ ସମୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବିଭାଗର କର୍ମଚାରୀ ଓ ଗ୍ରାମର ଦୁଇ ଯୁବକ କଲେ ଅନ୍ତିମ ସଂସ୍କାର। ଏଭଳି ଘଟଣା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସମରଝୋଳ ଗ୍ରାମରେ ଦେଖିବାକୁ ମିଳିଛି।

Advertisment

ପୂରା ଘଟଣା ଏମିତି। ଡି.ଗୋବିନ୍ଦ ନାମକ ଜଣେ ଯୁବକ ପାରାଦ୍ଵୀପରେ ରହି କାର୍ଯ୍ୟ କରୁଥିଲେ। ଶନିବାର ନିଜ ଘରକୁ ଆସି ରାତିରେ ଭୋଜନ ସାରି ଶୋଇଥିଲେ। ଆଉ ସକାଳୁ ପରିବାର ସଦସ୍ୟ ତାଙ୍କୁ ନିଦରୁ ଉଠାଇଥିଲେ ମଧ୍ୟ ସେ ଉଠିନଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।  ହେଲେ କୋଭିଡ ସଂକ୍ରମିତ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ କରି ଶବକୁ ମଧ୍ୟ ଛୁଇଁନଥିଲେ। ମୃତ୍ୟୁ ଘଟଣା ଗ୍ରାମରେ ପ୍ରଚାର ହେବା ପରେ  ଭୟର ବାତାବରଣ ଖେଳି ଯାଇଥିଲା। ଏଭଳି ଦୁଃଖ ଖବର ପାଇ ମାନବିକତା ଦେଖାଇ ଆଗକୁ ଆସିଥିଲେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନଅଧିକାରୀ ,ପୌର ନିର୍ବାହୀ ଅଧିକାରୀ। ତାଙ୍କ ସହ ଅଗ୍ନିଶମ ବିଭାଗ ମଧ୍ୟ ସମରଝୋଳ ଗ୍ରାମରେ ପହଞ୍ଚି ଯାଇଥିଲେ।

ଏଥିସହ ବଡ଼ଖଣ୍ଡି ଗ୍ରାମ ରୋଜଗାର ସେବକଙ୍କ ସହ  ଗ୍ରାମର ଅନ୍ୟ ଦୁଇ ଜଣ ସ୍ୱେଚ୍ଛାସେବୀ ଯୁବକ ପିପିଇ କିଟ୍,ଗ୍ଲୋବସ୍ ପରିଧାନ କରି ମର୍ଯ୍ୟାଦାର ସହ ଗୋବିନ୍ଦଙ୍କ ମରଶରୀରକୁ ନିଜ ଗ୍ରାମରେ ଶେଷ ସଂସ୍କାର କରିଛନ୍ତି।

Advertisment

ବର୍ତ୍ତମାନ ମହାମାରୀ କରୋନା ତାର କରାଳ ରୂପ ଦେଖାଇବା ସହ ପ୍ରତିଦିନ ଅନେକ ଜୀବନ ମଧ୍ୟ ନେଉଛି। ଏଭଳି ଘଟଣା ଯେତେ ପରିମାଣରେ ଦୁଃଖ ଦେଉଛି ତାଠାରୁ ଦୁଃଖ ହେଉଛି କରୋନା କାଳରେ କାହାର ମୃତ୍ୟୁ ହେଲେ ମିଳିପାରୁନାହିଁ ଚାରି କାନ୍ଧ। ସଂକ୍ରମଣ ଭୟରେ ମଣିଷ ପଣିଆ ବି ମରି ଯାଉଛି। ଆଉ ଏଭଳି ସମୟରେ ଶବ ସଂସ୍କାର ରେ ନିୟୋଜିତ ଥିବା ସମସ୍ତଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ବିଭିନ୍ନ ମହଲରୁ ସାଧୁବାଦ ଜଣାଇବା ସହ ପ୍ରଶଂସା କରାଯାଇଛି।