Advertisment

ଗାଲରେ ହାତ ମାରିଦେଲା ରୋଡ୍‌ ରୋମିଓ, ପେଟେଣ୍ଟ ମେଡ଼ିସିନ୍‌ ଦେଲେ ବାପା

ବସ୍‌ଷ୍ଟପ୍‌ରେ ଅପମାନିତ ହୋଇ ଦୁଇ ଝିଅ ଘରକୁ ଫେରିଥିଲେ। ଆଉ ପୂରା ଘଟଣା ବାପ ଓ ମାଆଙ୍କୁ କହିଥିଲେ। ଝିଅଠାରୁ ସବୁକଥା ଶୁଣିବା ପରେ ତାତି ଯାଇଥିଲେ ବାପା। ସଙ୍ଗେ ସଙ୍ଗେ ଝିଅକୁ ଧରି ଗଡ଼ିଶାପଲ୍ଲୀ ଗାଁରେ ପହଞ୍ଚିଥିଲେ।

ଅଦ୍ୟତନ ହୋଇଛି
Ganjam

Ganjam

Advertisment

ରାସ୍ତାରେ ଛିଡ଼ା ହୋଇଥିଲେ ଛାତ୍ରୀ। ରୋଡ୍‌ ରୋମିଓ ଆସିଲା କମେଣ୍ଟ ମାରିଲା। ତାଙ୍କ ଗାଲରେ ହାତ ମାରି ପଳାଇଗଲା। ଏକଥା ଜାଣିବା ପରେ ଛାତ୍ରୀଙ୍କ ବାପା, ରୋମିଓକୁ ଘରୁ ଘୋଷାଡି ଆଣି ବହେ ଛେଚିଥିଲେ। ପରେ ଘୋଷାଡି ଘୋଷାଡି ନେଇ ପୁଲିସ୍‌ ଜିମାରେ ଦେଇଥିଲେ। ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

Advertisment

ଟ୍ୟୁସନ୍‌ ଯିବା ପାଇଁ ଦୁଇ ଛାତ୍ରୀ ଗଣ୍ଡାଧର ବସ ଷ୍ଟପ୍‌ରେ ଛିଡ଼ା ହୋଇଥିଲେ। ଠିକ୍‌ ସେଠାରେ ପହଞ୍ଚିଥିଲା ଗଡ଼ିଶାପଲ୍ଲୀ ଗାଁ ରୋଡ୍‌ ରୋମିଓ ସୀମାଞ୍ଚଳ ପ୍ରଧାନ। ଦୁଇ ଝିଅଙ୍କୁ ଦେଖି କମେଣ୍ଟ ମାରିଥିଲା। ଆଉ ଅକ୍ଷେପ କହିଥିଲା, ଏଥର ବାଦାମ ବିକିରି ହେଲେ ଆଇ ଫୋନ୍‌ କିଣିଦେବି…। ମାତ୍ର ଝିଅ ଦୁଇ ଜଣ, କମେଣ୍ଟକୁ କର୍ଣ୍ଣପାତ କରିନଥିଲେ। କିଛି ସମୟ ପରେ ଜଣେ ଝିଅଙ୍କ ଗାଲରେ ହାତ ମାରି ସାଇକେଲ୍‌ରେ ପଳାଇ ଯାଇଥିଲା ରୋମିଓ।

ବସ୍‌ଷ୍ଟପ୍‌ରେ ଅପମାନିତ ହୋଇ ଦୁଇ ଝିଅ ଘରକୁ ଫେରିଥିଲେ। ଆଉ ପୂରା ଘଟଣା ବାପ ଓ ମାଆଙ୍କୁ କହିଥିଲେ। ଝିଅଠାରୁ ସବୁକଥା ଶୁଣିବା ପରେ ତାତି ଯାଇଥିଲେ ବାପା। ସଙ୍ଗେ ସଙ୍ଗେ ଝିଅକୁ ଧରି ଗଡ଼ିଶାପଲ୍ଲୀ ଗାଁରେ ପହଞ୍ଚିଥିଲେ। ସୀମାଞ୍ଚଳକୁ ଘର ଭିତରୁ ଘୋଷାଡି ଆଣି ବହେ ଛେତି ଥିଲେ। ସବୁକଥା ଜାଣିବା ପରେ ରୋଡ୍‌ ରୋମିଓଙ୍କ ପରିବାର ବା ଗାଁ ଲୋକେ କେହି ପ୍ରତିବାଦ କରିଥିଲେ।

Advertisment

ମାଡ଼ରେ ରୋଡ୍‌ ରୋମିଓର ପ୍ରେମ ନିଶା ଛାଡ଼ି ଯାଇଥିଲା। ଆଣ୍ଠେଇ ପେଟେଇ ଭୁଲ୍‌ ମାଗିଥିଲା। ହେଲେ ଅପମାନିତ ହୋଇଥିବା ଝିଅର ବାପା କିନ୍ତୁ ନଛୋଡବନ୍ଧା। ରୋଡ୍‌ ରୋମିଓକୁ ଗାଁ ଦାଣ୍ଡରେ ମାଡ଼ ମାରି ଜଗନ୍ନାଥପ୍ରସାଦ ଥାନାକୁ ନେଇଥିଲେ। ପୁଲିସ୍‌ ଜିମାରେ ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁହାରୀ କରିଥିଲେ। ଏବେ ଯୁବକ ଜଣକ ଥାନାରେ ଅଟକ ରଖିଥିଲା। ଆଜି ଅଣ୍ଡରଟେକିଂ ଲେଖି ସୀମାଞ୍ଚଳକୁ ପୁଲିସ୍‌ ଛାଡ଼ିଥିବା ଜଣାପଡ଼ିଛି।

ରିପୋର୍ଟ- ଭଞ୍ଜନଗରରୁ ରାଜେଶ ପଣ୍ଡା

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe