/odisha-reporter/media/post_attachments/uploads/2021/09/ganja-1.jpg)
ganja
ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ପିକ୍ ଅପ୍ ଭ୍ୟାନରେ ଚାଲାଣ ହେଉଥିଲା ଗଞ୍ଜେଇ। ଧରିଲା ପୁଲିସ୍। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଡାଳଖାଇ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ ଜବତ କରାଯାଇଛି। ଗଞ୍ଜେତ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ଗିରଫ ଜଣକ ହେଲେ ଆର ଉଦୟଗିରି ଥାନା ଅଞ୍ଚଳର ଥୋମାସ ପୂଜାରୀ।
Advertisment
ସୂଚନା ମୁତାବକ ଗୁରୁବାର ୧୧.୪୫ ସମୟରେ ବଡଗଡ଼ ମୋହନା ରାସ୍ତା ଡାଳଖାଇ ନିକଟରେ ବଡଗଡ଼ ପୁଲିସ ବ୍ଲକିଙ୍ଗ କରି ଗାଡ଼ି ଗୁଡିକୁ ଚେକିଂ କରୁଥିଲା। ଏହି ସମୟରେ ଏକ ପିକ୍ ଅପ୍ ଭ୍ୟାନ୍ ପୁଲିସକୁ ଦେଖି ଗାଡ଼ି ଦ୍ରୁତ ଗତିରେ ଚଳାଇଥିଲା। ପୁଲିସ ପିଛାକରି ଗାଡିକୁ ଅଟକାଇଥିଲା। ଗାଡ଼ିରୁ ଗଞ୍ଜେଇ ଥିବା ଜାଣି ପୁଲିସ୍ ଭ୍ୟାନକୁ ଜବତ କରିବା ସହିତ ଜଣକୁ ଗିରଫ କରିଛି।
ତଦନ୍ତରେ ଜଣା ପଡ଼ିଛି ମୋହନାରୁ ଗଞ୍ଜାମ ଆଡକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଆସ୍କା ଏସଡିପିଓ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
