Advertisment

ଯେତେ ବୁଝାଇଲେ ବି ବୁଝୁନାହାନ୍ତି, ମରିଯିବେ ଭାବି ନେଉ ନାହାନ୍ତି ଟିକା

ଗଞ୍ଜାମ (ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଚେନକୁ ରୋକିବା ପାଇଁ ସରକାର ଲକଡାଉନ୍ ଓ ଶଟ୍ ଡାଉନକୁ ଲାଗୁ କରିଛନ୍ତି। ଏହି ଦୁଇଟି ଉପାୟ ବ୍ୟତୀତ କରୋନାରେ ଲଗାମ ଲଗାଇବା ପାଇଁ ଟିକାକରଣକୁ ମୁଖ୍ୟ ଅସ୍ତ୍ର କୁହାଯାଉଛି। ହେଲେ ଟିକାକୁ ନେଇ ଲୋକଙ୍କ ମନରେ ଭୟ ଦେଖିବାକୁ ମିଳିଛି। ଟିକା ନେବାକୁ ଲୋକେ ସିଧାସଳଖ ମନା କରି ଦେଉଛନ୍ତି। କାରଣ ଟିକା ନେଲେ କୁଆଡ଼େ ଲୋକେ ମରି ଯାଉଛନ୍ତି। ତେବେ ଟିକା ନେବା ପାଇଁ ଯେତେ ସଚେତନ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଯେତେ ବୁଝାଇଲେ ବି ବୁଝୁନାହାନ୍ତି, ମରିଯିବେ ଭାବି ନେଉ ନାହାନ୍ତି ଟିକା

Vaccine

ଗଞ୍ଜାମ (ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଚେନକୁ ରୋକିବା ପାଇଁ ସରକାର ଲକଡାଉନ୍ ଓ ଶଟ୍ ଡାଉନକୁ ଲାଗୁ କରିଛନ୍ତି। ଏହି ଦୁଇଟି ଉପାୟ ବ୍ୟତୀତ କରୋନାରେ ଲଗାମ ଲଗାଇବା ପାଇଁ ଟିକାକରଣକୁ ମୁଖ୍ୟ ଅସ୍ତ୍ର କୁହାଯାଉଛି। ହେଲେ ଟିକାକୁ ନେଇ ଲୋକଙ୍କ ମନରେ ଭୟ ଦେଖିବାକୁ ମିଳିଛି। ଟିକା ନେବାକୁ ଲୋକେ ସିଧାସଳଖ ମନା କରି ଦେଉଛନ୍ତି। କାରଣ ଟିକା ନେଲେ କୁଆଡ଼େ ଲୋକେ ମରି ଯାଉଛନ୍ତି। ତେବେ ଟିକା ନେବା ପାଇଁ ଯେତେ ସଚେତନ କରାଇଲେ ବି ଗ୍ରାମାଞ୍ଚଳ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି।

Advertisment

ଏହି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ବଦାଙ୍ଗି ପଞ୍ଚାୟତରେ। ଘରକୁ ଘର ବୁଲି ଅଙ୍ଗନାବାଡ଼ି ଦିଦି, ଏଏନଏମଙ୍କ ସହ ସ୍ୱାସ୍ଥ୍ୟ କର୍ମୀ ଟିକା ନେବା ଲାଗି ଲୋକଙ୍କୁ ବୁଝାଉଥିବା ବେଳେ ଲୋକେ ଟିକା ନେବା ଲାଗି ସିଧା ମନା କରି ଦେଉଛନ୍ତି। ଏଠାକାର ବେଲାପାନୁ, ମଧୁରବନ୍ଧ, ପିପଳପଙ୍କା, ମୟାଙ୍ଗି, ଲବଣିସର ଭଳି ଆଦିବାସୀ ଗାଁର ଲୋକେ ଟିକା ନାଁ ଶୁଣିଲେ ତାଟି କବାଟ ପକାଇ ଘରେ ରହୁଛନ୍ତି।

ସେପଟେ ଗାଁ କଲ୍ୟାଣ ସମିତି ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ଟିକା ଦେବା ପାଇଁ ପରାମର୍ଶ ଦିଅଯାଉଛି। କର୍ମୀମାନେ ଘରକୁ ଘର ବୁଲି ଟିକା ନେବାକୁ ଲୋକଙ୍କୁ କହୁଛନ୍ତି। ସୋରଡ଼ା ବ୍ଲକରେ ୪୫ରୁ ଅଧିକ ବୟସ ବ୍ୟକ୍ତିଙ୍କ ପାଇଁ ୪୪ ହଜାର ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୧୧ହଜାର ଜଣ ବ୍ୟକ୍ତିଙ୍କ ଟିକାକରଣ ହୋଇଥିବା ଜଣାପଡିଛି।

Advertisment

ଅନ୍ୟପଟେ ଜୁନ ୨୧ ତାରିଖରୁ ରାଜ୍ୟରେ ବ୍ୟାପକ ଟିକାକରଣ ପାଇଁ ପ୍ରସ୍ତୁତ ଅଛନ୍ତି ସରକାର।  କେମିତି ସୁରୁଖୁରୁରେ ଲୋକଙ୍କୁ ଟିକା ଦିଆଯାଇ ପାରିବ ସେଥିପାଇଁ ଯଥେଷ୍ଟ ମାନବ ସମ୍ବଳ ଅଛନ୍ତି। ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।