Advertisment

ହାଇ ଭୋଲଟେଜ ଡ୍ରାମାରେ ପଡ଼ିଲା ଯବନିକା; ରାତିରେ ଅଟକ ସମିତିସଭ୍ୟ ସକାଳେ ଭୋଟ ଦେଲେ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହାଇ ଭୋଲଟେଜ ଡ୍ରାମାରେ ପଡ଼ିଲା ଯବନିକା । ଶେଷରେ ଆଜି ହୋଇଛି ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଗତ ରାତିରେ ବାଲୁଗାଁ ପାନ୍ଥ ନିବାସରେ ପୁଲିସ୍‌ ଦ୍ୱାରା ଅଟକ ଥିବା ୧୨ ସମିତି ସଭ୍ୟ ଆଜି ମୁକୁଳିବା ପରେ ସିଧା ଛତ୍ରପୁରରେ ପହଞ୍ଚି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥିନିମନ୍ତେ  ବ୍ଲକ ଅଫିସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ହେବନି ସେ ନେଇ କଡ଼ା ସୁରକ୍ଷା […]

author-image
Niharika Rout
ଅଦ୍ୟତନ ହୋଇଛି
ହାଇ ଭୋଲଟେଜ ଡ୍ରାମାରେ ପଡ଼ିଲା ଯବନିକା; ରାତିରେ ଅଟକ ସମିତିସଭ୍ୟ ସକାଳେ ଭୋଟ ଦେଲେ

samiti sabhya

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହାଇ ଭୋଲଟେଜ ଡ୍ରାମାରେ ପଡ଼ିଲା ଯବନିକା । ଶେଷରେ ଆଜି ହୋଇଛି ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଗତ ରାତିରେ ବାଲୁଗାଁ ପାନ୍ଥ ନିବାସରେ ପୁଲିସ୍‌ ଦ୍ୱାରା ଅଟକ ଥିବା ୧୨ ସମିତି ସଭ୍ୟ ଆଜି ମୁକୁଳିବା ପରେ ସିଧା ଛତ୍ରପୁରରେ ପହଞ୍ଚି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥିନିମନ୍ତେ  ବ୍ଲକ ଅଫିସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ହେବନି ସେ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

Advertisment

ଗତକାଲି ଛତ୍ରପୁର ବ୍ଲକର ୧୨ ସମିତି ସଭ୍ୟ ବାଲୁଗାଁ ବୁଲି ଯାଇଥିବା ବେଳେ ବାଲୁଗାଁସ୍ଥିତ ବରକୂଳ ପାନ୍ଥ ନିବାସରେ ସେମାନଙ୍କୁ ରାତି ସାରା ଅଟକ ରଖିଥିଲା ପୁଲିସ୍‌। ସମସ୍ତ ସମିତିସଭ୍ୟଙ୍କ ଫୋନ୍‌ ଛଡ଼ାଇ ନେବା ସହ ପାନ୍ଥ ନିବାସ ବାହାର ଓ ଭିତର ପଟ କବାଟ ବନ୍ଦ କରି ଦିଆଯାଇଥିଲା । ଯାହାଦ୍ୱାରା ସେମାନେ କାହା ସହ ଯୋଗାଯୋଗ କରିପାରିବେନି । ଏପରିକି   କାହାକୁ ସେଠାକୁ ପ୍ରବେଶ ଅନୁମତି ମଧ୍ୟ ନ ଥିଲା।

[caption id="attachment_724538" align="aligncenter" width="650"]samiti member ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଭୋଟ ଦେବାକୁ ପହଞ୍ଚିଥିବା ଅଟକ ସମିତିସଭ୍ୟ ।[/caption]

Advertisment

ରାତି ସାରା ଏପରି ନଜରବନ୍ଦୀ ରହିବା ପରେ ଉଦ୍ଧାର ପାଇଁ ଆଜି ସକାଳୁ  ସମିତିସଭ୍ୟମାନେ ଲଜ୍‌ର ବାଲକୋନୀରେ ଛିଡ଼ା ହୋଇ ଆକୁଳ ନିବେଦନ କରିଥିଲେ। ଏପରିକି ନ ଛାଡ଼ିଲେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା ଚେତାବନୀ ବି ଦେଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ମୁକୁଳାଯାଇଛି। ଏପରି ଅଟକ ଥିବା ୧୨ ସମିତି ସଭ୍ୟ ବ୍ଳକ ଅଧ୍ୟକ୍ଷ ନିର୍ବାଚନରେ ଭାଗ ନେବା ପାଇଁ ଛତ୍ରପୁର ଅଭିମୁଖେ ଯାଇଥିଲେ।

କାହାକୁ ଅଟକ ରଖାଯାଇଥିଲା, ସୁରକ୍ଷା ପାଇଁ ଯାଇଥିଲୁ ।   ଆମର ବି ଟିକେ ଭୁଲ ରହିଥିଲା,  ରାତିରେ କୌଣସି ସ୍ପଷ୍ଟୀକରଣ ଦେଇପାରି ନ ଥିଲୁ । ସେଥିପାଇଁ ଏପରି ଦ୍ୱନ୍ଦ ସୃଷ୍ଟି ହୋଇଛି ବୋଲି ସଫେଇରେ କହିଥିଲେ ଛତ୍ରପୁର ଏସଡିପିଓ ।

ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ଏପରି ଛକାପଞ୍ଝା । ପୂର୍ବରୁ ୧୨ ତାରିଖରେ ଏହି ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ସେତେବେଳେ ମଧ୍ୟ ଦେଖିବାକୁ ମିଳିଥିବା ସାଂଘାତିକ ନାଟକ । ଗତ ୧୨ ତାରିଖରେ ଛତ୍ରପୁର ବ୍ଲକର ନିର୍ବାଚିତ ୧୮ ସମିତି ସଭ୍ୟ ଭୋଟ ଦେବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ହଠାତ୍‌ ୬ ଜଣ ଅସୁସ୍ଥ ହୋଇପଡ଼ିଲେ। କୋଭିଡ ଟେଷ୍ଟରୁ ସମସ୍ତ ୬ ଜଣ ପଜିଟିଭ ଚିହ୍ନଟ ହେଲେ। ଏହାପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ବେଳେ ଆଜି ଏଥିନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ଗତ ରାତିରେ ୧୨ ସମିତି ସଭ୍ୟଙ୍କୁ ଅଟକ ରଖାଯାଇଥିବା ବେଳେ ଆଜି ଭୋଟ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଶେଷରେ ଗଣମାଧ୍ୟମରେ ଖବର ପ୍ରଚାରିତ ହେବା ପରେ ସମସ୍ତ ସମିତିସଭ୍ୟଙ୍କୁ ମୁକୁଳା ଯାଇଥିବା ବେଳେ ସେମାନେ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି।