Advertisment

କାନ୍ଦିଲେ ବିଜେଡି ନେତ୍ରୀ; ନିଜ ଭାଇ କଳା ସାମ୍ରାଜ୍ୟର ହିସାବ ଦେଲେ!

‘ଚାକିରି କୋରାପୁଟରେ କାରୁଛି। କିନ୍ତୁ ଭୁବନେଶ୍ୱରରେ ୧୫ ହଜାର ଟଙ୍କାରେ ଘର ଭଡ଼ା ନେଇ ରହୁଛି। ୩୦ରୁ ୪୦ ହଜାର ଟଙ୍କା ଦରମା ପାଉଛି। ତା’ର ଦୁଇ ଝିଅ ଭୁବନେଶ୍ୱରରେ ଇଂଲିଶ ମିଡିୟମ୍‌ ସ୍କୁଲରେ ପାଠ ପଢ଼ୁଛନ୍ତି। ଏହାଛଡ଼ା ମଙ୍ଗରାଜ ପଏଣ୍ଟରେ ଦେଢ଼ କୋଟି ଟଙ୍କାରେ ଜାଗା କିଣିଛି। ନଖରା ତ୍ରିନାଥ ବଜାର ପାଖରେ ପ୍ଲଟ୍‌ କିଣିଛି।’

BJD

Sanjukta Mahala

Advertisment

ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ପାରିବାରିକ କଳି ଉଗ୍ରରୂପ ଧାରଣ କରୁଛି। ଆଜି ଅପରାହ୍ନରେ ଅଭିଯୋଗର ଲମ୍ୱା ତାଲିକା ଦେଇ ଗଣମାଧ୍ୟମ ଆଗରେ କାନ୍ଦି ଥିଲେ ସଂଯୁକ୍ତାଙ୍କ ମାଆ ଓ ଭାଉଜ। ଆଉ ନ୍ୟାୟ ପାଇଁ ପୁଲିସ୍‌ କମିଶନରଙ୍କ ପାଖରେ ଗୁହାରୀ କରିଥିଲେ। ସନ୍ଧ୍ୟାରେ କାନ୍ଦି କାନ୍ଦିର ମାଆ ଓ ଭାଉଜଙ୍କ ସବୁ ପ୍ରଶ୍ନ ଉତ୍ତର ଦେଇଛନ୍ତି ସଞ୍ଜୁକ୍ତା। ଖାଲି ଉତ୍ତର ଦେଇନାହାନ୍ତି, ବରଂ ପୂର୍ବତନ ଶ୍ରମ ମନ୍ତ୍ରୀଙ୍କୁ ତୀର ମାରିଛନ୍ତି ଓ ନିଜ ଭାଇର କଳା ସାମ୍ରାଜ୍ୟର ହିସାବ ଦେଇଛନ୍ତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ସଂଯୁକ୍ତା ମହଲା କହିଛନ୍ତି, ତିନି ମାସ ପରେ ପରିବାର ଲୋକେ ମୋ ବିରୋଧରେ ଅଭିଯୋଗ କରିବା ପାଇଁ ଆସିଲେ। ମୁଁ କ’ଣ ପରିବାରରେ ରହୁଛି? ମୁଁ ପରିବାରରେ ରହୁନି। ତାହାହେଲେ ମୁଁ ତାଙ୍କୁ ନିର୍ଯାତନା କେମିତି ଦେଲି? ମୁଁ ମୋ ଭାଉଜକୁ ମାଡ଼ ମାରିଛି ବୋଲି କହୁଛନ୍ତି। ତାହାହେଲେ ସେ କେଉଁ ଥାନାରେ ଏଫ୍‌ଆଇଆର୍‌ ଦେଇଛନ୍ତି କି? କିଛି ପ୍ରମାଣ ରହିଛି କି ବୋଲି ପ୍ରଶ୍ନ କରିଛନ୍ତି।

ସଞ୍ଜୁକ୍ତା ମହଲା ଆହୁରି କହିଛନ୍ତି, ମୋ ଭାଇ ଆଇଆର୍‌ବିରେ କନ୍‌ଷ୍ଟେବଳ ରହିଛି। ସେ କୋରାପୁଟରେ ଚାକିରି କରୁଛି। ୨୦୧୫ ମସିହାରେ ସେ ମୋ ପାଖକୁ ଆସି ହାତଗୋଡ଼ ଧରିଲା। ଆଉ କହିଲା, ମୁଁ ୩୦ରୁ ୪୦ ହଜାର ଟଙ୍କା ଦରମାରେ ଚଳିପାରୁ ନାହିଁ। ତା’ପରେ ତାଙ୍କୁ ମୋ’ ଅଫିସ୍‌ରେ ଦେଇଥିଲି। ଅଫିସରେ କାମ କରିବା ବାହାନାରେ ମୋ ନାଁ ନେଇ ଶହଶହ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ୍‌ କରିବାକୁ ବସିଲା। ଏ କଥା ଜାଣିବା ପରେ ତାକୁ ଚାକିରିରୁ କାଢ଼ି ଦେଇଥିଲି। ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଆକୁ ଧରି ସାମ୍ୱାଦିକ ସମ୍ମିଳନୀ କଲା ଓ ଥାନାରେ ଅଭିଯୋଗ କରିଥିଲା। ତା’ପରଠାରୁ ପରିବାର ସହିତ ମୋର କୌଣସି ସମ୍ପର୍କ ନାହିଁ ବୋଲି ଶ୍ରୀମତୀ ମହଲା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ସେ(ଭାଇ) ଆଇଆର୍‌ବିରେ ଚାକିରି କରୁଛି। ଚାକିରି କୋରାପୁଟରେ କାରୁଛି। କିନ୍ତୁ ଭୁବନେଶ୍ୱରରେ ୧୫ ହଜାର ଟଙ୍କାରେ ଘର ଭଡ଼ା ନେଇ ରହୁଛି। ୩୦ରୁ ୪୦ ହଜାର ଟଙ୍କା ଦରମା ପାଉଛି। ତା’ର ଦୁଇ ଝିଅ ଭୁବନେଶ୍ୱରରେ ଇଂଲିଶ ମିଡିୟମ୍‌ ସ୍କୁଲରେ ପାଠ ପଢ଼ୁଛନ୍ତି। ଏହାଛଡ଼ା ମଙ୍ଗରାଜ ପଏଣ୍ଟରେ ଦେଢ଼ କୋଟି ଟଙ୍କାରେ ଜାଗା କିଣିଛି। ନଖରା ତ୍ରିନାଥ ବଜାର ପାଖରେ ପ୍ଲଟ୍‌ କିଣିଛି। ତା’ ଘରୁ ୫ କେଜି ସୁନା ବାହାରିବ। ବୁଲେଟଠାରୁ ଆରମ୍ଭ କରି ଦାମୀ ଗାଡ଼ି ତା’ ଘରୁ ବାହାରିବ। ଏସବୁ ପୈତୃକ ସମ୍ପତ୍ତି ନୁହେଁ। ତାହାହେଲେ ଏତେ ସବୁ ସମ୍ପତ୍ତି କେଉଁଠୁ ଆସୁଛି? କେମିତି କରିଛି ଏ ସମ୍ପତ୍ତି? କୋରାପୁଟରେ ଚାକିରି କରୁଥିବା ଲୋକ ଭୁବନେଶ୍ୱରରେ କ’ଣ କରୁଛି ବୋଲି ସଂଯୁକ୍ତା ମହଲା ପ୍ରଶ୍ନ କରିଥିଲେ।

ବଦଳିକୁ ନେଇ ସଂଯୁକ୍ତା ମହଲା କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ନା ମିନିଷ୍ଟର? ବିଜେଡିର ସାଧାରଣ କର୍ମୀଟିଏ। ତାହାହେଲେ ମୁଁ ତା ବଦଳି କେମିତି ଅଟକାଇ ଦେଲି? ବର୍ତ୍ତମାନ ଶ୍ରୀକାନ୍ତ ସାହୁର ମନ୍ତ୍ରୀ ପଦ ଗଲା। ତେଣୁ ସେ ଓ ମୋ ଭାଇ ସହ ମିଶି ମାଆକୁ ମୋହରା ବନାଇ ଏ ଅଭିଯୋଗ ଆଣିଛନ୍ତି ବୋଲି ସଂଯୁକ୍ତା ମହଲା କହିଛନ୍ତି।

ସୋଶାଲ ମିଡ଼ିଆ ପୋଷ୍ଟକୁ ନେଇ ଶ୍ରୀମତୀ ମହଲା କହିଛନ୍ତି, ସୋଶାଲ ମିଡ଼ିଆରେ କ’ଣ ପୋଷ୍ଟ କରିଛି? ସେମାନେ ଦେଖାଇ ପାରିବେ? ୫ ବର୍ଷ ହେଲା ସେମାନଙ୍କ ସହିତ କୌଣସି ସମ୍ପର୍କ ରଖି ନାହିଁ। ମୁଁ କାହିଁକି ତାଙ୍କ ନାଁରେ ପୋଷ୍ଟ କରିବି? ୩ ମାସ ତଳେ ଥାନାକୁ ଯାଇଥିଲି। ଥରେ ୭ରୁ ୮ ଘଣ୍ଟା ଥାନାରେ ବସିଥିଲି। ସେତେବେଳେ ଏଫ୍‌ଆଇଆର୍‌ ହେଲାନି। ତା’ପରେ ୧୪ ଘଣ୍ଟା ଥାନାରେ ବସାଇଲେ, କଥା ଡାକ୍ତରୀ ମାଇନା ପର୍ଯ୍ୟନ୍ତ ଗଲା। କ’ଣ ମାମଲା ରୁଜୁ ହେଲା? ମୋର ଭରସା ଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ। ମାମଲା ହେବ ବୋଲି ଭାବିଥିଲି। ହେଲେ ତାହା ହେଲା ନାହିଁ। ଖାଲି ମନ୍ତ୍ରୀ ପଦଗଲା ବୋଲି କ’ଣ ମୋତେ ନ୍ୟାୟ ମିଳିଗଲା ବୋଲି ସଂଯୁକ୍ତା ମହଲା ପ୍ରଶ୍ନ କରିଛନ୍ତି।

BjD Ganjam Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe