Advertisment

ବାପା ହାତରୁ କୁନି ପୁଅକୁ ଛଡ଼େଇ ନେଲା ମୃତ୍ୟୁ

ଖଲିକୋଟ(ସିଲୁ ବିଶ୍ୱାଳ): ଟ୍ରକ ଚକ ତଳେ ଚାପି ଚାଲିଗଲା ୭ବର୍ଷର ବାଳକର ଜୀବନ।ଗଂଜାମ ପୁରୁଷୋତ୍ତମପୁର ଥାନା କୁମ୍ଭାରୀ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା l କୁମ୍ଭାରୀ ପାରି ଗାଁର ୭ବର୍ଷର ବାଳକ ନିଜ ବାପା ସହିତ ଦୋକାନରୁ ଫେରୁଥିଲା । ଏହି ସମୟରେ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱ ଅତିକ୍ରମ କରିବା ସମୟରେ  ହଠାତ ଏକ ଟ୍ରକ ଧକ୍କା ଦେଇଥିଲା। ଆଉ ଦୁର୍ଘଟଣାରେ ନାବାଳକର ଜୀବନ ଚାଲି ଯାଇଥିଲା।  ଘଟଣା ପରେ ଉତ୍ତ୍ୟକ୍ତ […]

author-image
Tapas Behera
ବାପା ହାତରୁ କୁନି ପୁଅକୁ ଛଡ଼େଇ ନେଲା ମୃତ୍ୟୁ  

tio

ଖଲିକୋଟ(ସିଲୁ ବିଶ୍ୱାଳ): ଟ୍ରକ ଚକ ତଳେ ଚାପି ଚାଲିଗଲା ୭ବର୍ଷର ବାଳକର ଜୀବନ।ଗଂଜାମ ପୁରୁଷୋତ୍ତମପୁର ଥାନା କୁମ୍ଭାରୀ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା l କୁମ୍ଭାରୀ ପାରି ଗାଁର ୭ବର୍ଷର ବାଳକ ନିଜ ବାପା ସହିତ ଦୋକାନରୁ ଫେରୁଥିଲା ।

Advertisment

ଏହି ସମୟରେ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱ ଅତିକ୍ରମ କରିବା ସମୟରେ  ହଠାତ ଏକ ଟ୍ରକ ଧକ୍କା ଦେଇଥିଲା। ଆଉ ଦୁର୍ଘଟଣାରେ ନାବାଳକର ଜୀବନ ଚାଲି ଯାଇଥିଲା।  ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ପରିବାର ବର୍ଗକୁ କ୍ଷତିପୂରଣ ଦାବି ସହ ଛକ ସ୍ଥାନରେ ସ୍ପିଡ୍‌ ବ୍ରେକର ଲଗାଇବା ଦାବିରେ ପୁରୁଷୋତ୍ତମପୁର ହୁମ୍ମା ରାଜ୍ୟରାଜପଥ ଅବରୋଧ କରିଛନ୍ତି l

ଖବର ପାଇ ପୁରୁଷୋତ୍ତମପୁର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଟ୍ରକ ଟିକୁ ଜବତ କରିଛି। ଏଥିସହ ଟ୍ରକ ଡ୍ରାଇଭର କୁ ଅଟକ ରଖିଛି l ଅନ୍ୟପଟେ କ୍ଷତିପୂରଣ ଦାବି ରାସ୍ତା ରୋକ କରିଥିବା ଲୋକକୁ ସ୍ଥାନୀୟ ତହସିଲଦାର ପହଞ୍ଚି ବୁଝାସୁଝା କରିଥିବା ବେଳେ କ୍ଷତିପୂରଣ ନ ଦେବା ଯାଏଁ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି l

Advertisment