/odisha-reporter/media/post_attachments/uploads/2021/02/police-2-1.jpg)
police
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ଜାମିନରେ ଖସାଇ ନିଜେ ଫସିଲେ ଥାନା ଏସ୍ଆଇ। ଗଞ୍ଜାମଜିଲ୍ଲା ବୁଗୁଡ଼ା JMFC ମାଜେଷ୍ଟ୍ରେଟଙ୍କ ଜାଲି ଦସ୍ତଖତ କରିବା ଅଭିଯୋଗରେ ଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ବୁଗୁଡା ପୁଲିସ୍ ଗିରଫ କରିଛି ।
Advertisment
ଅଭିଯୋଗ ଅନୁଯାୟୀ, ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଏସଆଇ ସୂର୍ଯ୍ୟନାରାୟଣ ଜାଲ ଦସ୍ତଖତ କରିଥିଲେ । ଏହାଦ୍ୱାରା ହତ୍ୟା ଉଦ୍ୟମ କରି ଜେଲ ଯାଇଥିବା ଜଣେ ଅଭିଯୁକ୍ତ ଜେଲରୁ ଜାମିନରେ ମୁକୁଳିଥିଲେ ।
ଏହି ଘଟଣା ଜଣାପଡିବା ପରେ ନିଜେ ବୁଗୁଡା ମାଜିଷ୍ଟ୍ରେଟ୍ ଥାନାରେ ଏସଆଇଙ୍କ ବିରୋଧରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରି ବୁଗୁଡା ପୁଲିସ୍ ଜାଲି ଦସ୍ତଖତ କରିଥିବା ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଭଞ୍ଜନଗର ଜେଲକୁ ପଠାଇ ଦିଆଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
