ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ବନ୍ଧା ହେଲେ ଏସ୍‌ଆଇ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ଜାମିନରେ ଖସାଇ ନିଜେ ଫସିଲେ ଥାନା ଏସ୍‌ଆଇ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା JMFC ମାଜେଷ୍ଟ୍ରେଟଙ୍କ ଜାଲି ଦସ୍ତଖତ କରିବା ଅଭିଯୋଗରେ ଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ବୁଗୁଡା ପୁଲିସ୍‌ ଗିରଫ କରିଛି । ଅଭିଯୋଗ ଅନୁଯାୟୀ, ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଏସଆଇ ସୂର୍ଯ୍ୟନାରାୟଣ ଜାଲ ଦସ୍ତଖତ କରିଥିଲେ । ଏହାଦ୍ୱାରା ହତ୍ୟା ଉଦ୍ୟମ କରି ଜେଲ ଯାଇଥିବା ଜଣେ ଅଭିଯୁକ୍ତ ଜେଲରୁ ଜାମିନରେ ମୁକୁଳିଥିଲେ । ଏହି […]

police

Niharika Rout
  • Published: Saturday, 20 February 2021
  • , Updated: 20 February 2021, 12:28 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ଜାମିନରେ ଖସାଇ ନିଜେ ଫସିଲେ ଥାନା ଏସ୍‌ଆଇ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା JMFC ମାଜେଷ୍ଟ୍ରେଟଙ୍କ ଜାଲି ଦସ୍ତଖତ କରିବା ଅଭିଯୋଗରେ ଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ବୁଗୁଡା ପୁଲିସ୍‌ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଏସଆଇ ସୂର୍ଯ୍ୟନାରାୟଣ ଜାଲ ଦସ୍ତଖତ କରିଥିଲେ । ଏହାଦ୍ୱାରା ହତ୍ୟା ଉଦ୍ୟମ କରି ଜେଲ ଯାଇଥିବା ଜଣେ ଅଭିଯୁକ୍ତ ଜେଲରୁ ଜାମିନରେ ମୁକୁଳିଥିଲେ ।

ଏହି ଘଟଣା ଜଣାପଡିବା ପରେ ନିଜେ ବୁଗୁଡା ମାଜିଷ୍ଟ୍ରେଟ୍ ଥାନାରେ ଏସଆଇଙ୍କ ବିରୋଧରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରି ବୁଗୁଡା ପୁଲିସ୍‌ ଜାଲି ଦସ୍ତଖତ କରିଥିବା ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଭଞ୍ଜନଗର ଜେଲକୁ ପଠାଇ ଦିଆଯାଇଛି।

Related story