Advertisment

ମା’କୁ ହାଣିଥିଲେ ଦୁର୍ବୃତ୍ତ, ୧୩ ଦିନ ପରେ ବିଷ ପିଇ ଦେଲା ପୁଅ

ମା’ ମୃତ୍ୟୁ ଖବର ଶୁଣି ଘରକୁ ଫେରିଥିବା ଦେବାଶିଷ ସବୁବେଳେ ଚୁପଚାପ ରହୁଥିଲେ। ମା’ ମୃତ୍ୟୁର ୧୩ ଦିନ ପରେ ନିଜେ ବି ବିଷ ପିଇ ଜୀବନ ହାରିଲା।

Mother & Son

Mother & Son

Advertisment

ମା’ ହତ୍ୟାକାଣ୍ଡର ଶିକାର ହେବା ପରେ ଏହାକୁ ସହ୍ୟ କରି ପାରିଲାନି ସାନପୁଅ। ସବୁବେଳେ ମା’ କଥା ଭାବି ଝୁରି ହେଉଥିବା ପୁଅ ନେଲା ଚରମ ନିଷ୍ପତ୍ତି। ମା’ ମୃତ୍ୟୁର ୧୩ ଦିନ ପରେ ନିଜେ ବି ବିଷ ପିଇ ଜୀବନ ହାରିଲା। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗାଁର ବଡ଼ ସାହିରେ ଘଟିଛି।

Advertisment

ମୃତ ଯୁବକଜଣକ ହେଲେ ଦେବାଶିଷ ପଣ୍ଡା । ସେ ବାହାର ରାଜ୍ୟରେ ରହି କାମ କରୁଥିଲେ। ଦୁର୍ବୃତ୍ତମାନେ ୧୩ ଦିନ ପୂର୍ବରୁ ଘରେ ପଶି ତାଙ୍କ ମା’ ସୁପ୍ରଭା ଚୌଧୁରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ମା’ ମୃତ୍ୟୁ ଖବର ଶୁଣି ଘରକୁ ଫେରିଥିବା ଦେବାଶିଷ ସବୁବେଳେ ଚୁପଚାପ ରହୁଥିଲେ।

ଆଜି ସକାଳୁ ସେ ନ ଉଠିବାରୁ ପରିବାର ଲୋକେ ତାଙ୍କୁ ଶୋଇବା ଘରୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦେବାଶିଷ ଘରେ ଥିବା କୀଟନାଶକ ଖାଇ ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଛତ୍ରପୁର ପୁଲିସ ମେଡିକାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Advertisment

ସୂଚନାଯୋଗ୍ୟ, ଫେବୁଆରୀ ୧୬ରେ ତାରିଖ ରାତିରେ ଘରେ ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସୁପ୍ରଭାଙ୍କ ଘରେ ପଶିଥିଲେ। ଏହାପରେ ସେମାନେ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ । ଏହି ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ ହତ୍ୟାର କାରଣ କିମ୍ବା ହତ୍ୟାକାରୀର ସୁରାକ ପାଇ ପାରୁ ନାହିଁ ।

ସୁପ୍ରଭାଙ୍କ ହତ୍ୟା ପଛରେ ପୂର୍ବରୁ ଶତ୍ରୁତା ଥିବା କୁହା ଯାଉଥିବା ବେଳେ ଖୁବ ଶୀଘ୍ର  ଏହା ପଛର କାରଣ ଜଣା ପଡିବ ବୋଲି ଛତ୍ରପୁର ଥାନା ଅଧିକାରୀ କହିଛନ୍ତି l କମ୍‌ ଦିନ ବ୍ୟବଧାନରେ ଗୋଟିଏ ପରିବାରର ୨ ଜଣଙ୍କ ଅଚାନକ ମୃତ୍ୟୁ ହେବା ପରେ ପରିବାରର ସମସ୍ତ ସ୍ତବ୍ଧ ହୋଇ ଯାଇଛନ୍ତି। ଦେବାଶିଷଙ୍କ ଘରେ ବାପା ଏବଂ ଦୁଇ ବଡ଼ ଭାଇ ଥିବା ଜଣା ପଡିଛି l

Poison Ganjam Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe