Advertisment

‘ସ୍ପାଇଡର-ମ୍ୟାନ୍’ ସଫଳତା ପଛରେ ଓଡ଼ିଆ ଝିଅ

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ହଲିଉଡ୍ ଫିଲ୍ମ ‘ସ୍ପାଇଡର-ମ୍ୟାନ୍ ନୋ ୱେ ହୋମ୍’ ବକ୍ସ ଅଫିସରେ ଧମାକା କରିଛି। ବିଶେଷକରି ଭାରତରେ ଏହି ଫିଲ୍ମ ରେକର୍ଡ ବ୍ରେକ୍ କଲେକ୍ସନ୍ କରୁଛି। ଏବେବି ସିନେମା ଘରେ ଫିଲ୍ମଟି ହାଉସଫୁଲ୍ ରହିଛି। ତେବେ ଏହି ସିନେମାର ସଫଳତା ପଛରେ ଜଣେ ଓଡ଼ିଆ ଝିଅଙ୍କ ହାତ ରହିଛି। ସେ ହେଉଛନ୍ତି ଗଞ୍ଜାମ ଖଲ୍ଲିକୋଟର ସିଲଭିଆ ମହାପାତ୍ର। ଯିଏ ‘ସ୍ପାଇଡରମ୍ୟାନ୍ ନୋ ୱେ ହୋମ୍’ ଫିଲ୍ମରେ ସେଟ୍ ଡିଜାଇନର୍ ଭାବେ କାମ କରିଛନ୍ତି। ହଲିଉଡ୍ […]

author-image
Ranjit Kumar Jena
‘ସ୍ପାଇଡର-ମ୍ୟାନ୍’ ସଫଳତା ପଛରେ ଓଡ଼ିଆ ଝିଅ

spider-man

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ହଲିଉଡ୍ ଫିଲ୍ମ ‘ସ୍ପାଇଡର-ମ୍ୟାନ୍ ନୋ ୱେ ହୋମ୍’ ବକ୍ସ ଅଫିସରେ ଧମାକା କରିଛି। ବିଶେଷକରି ଭାରତରେ ଏହି ଫିଲ୍ମ ରେକର୍ଡ ବ୍ରେକ୍ କଲେକ୍ସନ୍ କରୁଛି। ଏବେବି ସିନେମା ଘରେ ଫିଲ୍ମଟି ହାଉସଫୁଲ୍ ରହିଛି। ତେବେ ଏହି ସିନେମାର ସଫଳତା ପଛରେ ଜଣେ ଓଡ଼ିଆ ଝିଅଙ୍କ ହାତ ରହିଛି। ସେ ହେଉଛନ୍ତି ଗଞ୍ଜାମ ଖଲ୍ଲିକୋଟର ସିଲଭିଆ ମହାପାତ୍ର। ଯିଏ ‘ସ୍ପାଇଡରମ୍ୟାନ୍ ନୋ ୱେ ହୋମ୍’ ଫିଲ୍ମରେ ସେଟ୍ ଡିଜାଇନର୍ ଭାବେ କାମ କରିଛନ୍ତି। ହଲିଉଡ୍ ଫିଲ୍ମରେ କାମ କରି ସିଲଭିଆ ଏବେ ସବୁଠି ଚର୍ଚ୍ଚା ସାଉଁଣ୍ଟିଛନ୍ତି।

Advertisment

ଗଞ୍ଜାମ ଖଲ୍ଲିକୋଟ କରଣ ସାହି ନିବାସୀ ପ୍ରଫେସର ଅଜିତ ମହାପାତ୍ରଙ୍କ ବଡ଼ ଝିଅ ସିଲିଭିଆ ମହାପାତ୍ର। ସିଲଭିଆ ତାଙ୍କର ପାଠପଢ଼ା ଜାମ୍ବିଆ ଏବଂ ୟୁଏସ୍ଏର ଆଟଲାଣ୍ଟାରେ ଥିବା ଜର୍ଜିଆ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରେ ସମାପ୍ତ କରିଛନ୍ତି। ଜଣାଶୁଣା ହଲିଉଡ୍ ଅଭିନେତା ଟିମ୍ ହୋଲାଣ୍ଡଙ୍କ ଏହି ସିନେମାରେ ସକ୍ରିୟ କାର୍ଯ୍ୟ କରିଥିବାରୁ ସିଲଭିଆ ବହୁତ ଖୁସି ହୋଇଛନ୍ତି। ତାଛଡ଼ା ଓଡ଼ିଆ ଝିଅ ଭାବେ ଖଲ୍ଲିକୋଟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ମଧ୍ୟ ଆଣିଛନ୍ତି। ଯଦି ଆଗାମୀ ଦିନରେ ସିଲିଭିଆକୁ ଓଡ଼ିଶାରେ କାମ ମିଳେ, ସେ କରିବାକୁ ଆଗ୍ରହୀ ବୋଲି ସିଲିଭିଆଙ୍କ ସମ୍ପର୍କୀୟ କହିଛନ୍ତି।

publive-image

‘ସ୍ପାଇଡର-ମ୍ୟାନ୍ ନୋ ୱେ ହୋମ୍’ ବ୍ୟତୀତ ସିଲଭିଆ Guardians of the Galaxy Vol. 3, Black Adam, Loki The Suicide Squad, Zombieland: Double Tap, Avengers: Endgame (Additional Photography)ରେ ସେଟ୍ ଡିଜାଇନର୍ ଭାବେ କାମ କରିଛନ୍ତି। ସେହିପରି ସେ Jungle Cruise ଓ Spider-Man: Homecomingରେ ଇଫେକ୍ଟ ଟେକ୍ନିସିଆନ୍ ଏବଂ Avatar 2 ଓ Avengers: Endgameରେ ଡିଜାଇନ୍ ଟେକ୍ନିସିଆନ୍ ଭାବେ କାମ କରିଛନ୍ତି।

Advertisment

Spider-Man: No Way Home (2021) - IMDb

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୬ ତାରିଖରେ ଦେଶ ଓ ବିଦେଶରେ ମୁକ୍ତିଲାଭ କରିଥିଲା ମାର୍ଭଲ ସିନେମା ‘ସ୍ପାଇଡରମ୍ୟାନ୍ ନୋ ୱେ ହୋମ’। ପାଖାପାଖି ୧୫୦୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମଟି ରିଲିଜ୍ ପୂର୍ବରୁ ଆଡଭାନ୍ସ ଟିକେଟ୍ ବୁକିଂ ସରିଥିଲା। ବିଶେଷକରି ଫିଲ୍ମଟି ଭାରତୀୟ ମାର୍କେଟରେ ଧମାଲ ମଚାଇଛି। ଫିଲ୍ମଟି ଏବେ ବିଶ୍ୱ ସ୍ତରରେ ୧୦ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ କରିସାରିଛି।

Spider-Man: No Way Home' Stills Reveal Doc Ock, Electro & Green Goblin

ଭାରତରେ ମଧ୍ୟ ଫିଲ୍ମ ୧୬୫ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରି ସିନେପ୍ରେମୀଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି। ତେବେ ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଏହି ସିନେମାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରର ଓଡ଼ିଆ ଝିଅ ସିଲଭିଆ ମହାପାତ୍ରଙ୍କ ଅତୁଟ ଅବଦାନ ରହିଥିବା ବେଳେ ସେ ଏହି ସିନେମାରେ ସେଟ୍ ଡିଜାଇନ୍ କରି କୋଟି କୋଟି ଦର୍ଶକଙ୍କ ହୁଦୟକୁ ଜିତି ପାରିଛନ୍ତି।