Advertisment

ତାଲା ଖୋଲିଲେ ଶ୍ୱଶୁର, ଘରକୁ ପ୍ରବେଶ କଲେ ତପସ୍ୱିନୀ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କିଛି ସମୟର ହାଇଡ୍ରାମା ପରେ ତପସ୍ୱିନୀ ଶେଷରେ ବ୍ରହ୍ମାନଗର ସ୍ଥିତ ନିଜ ଶ୍ୱଶୁର ଘରେ ପ୍ରବେଶ କରିଛନ୍ତି। ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ ତାଲା ଖୋଲିବା ପରେ ଭିତରକୁ ପ୍ରବେଶ କରିଛନ୍ତି ତପସ୍ୱିନୀ। ତପସ୍ୱିନୀ ଶ୍ୱଶୁର ଘରର ଉପର ମହଲାରେ ରହିବେ। ତହସିଲଦାର, ପୁଲିସ ଓ ପ୍ରୋଟେକ୍ସନ୍ ଅଫିସରଙ୍କ ଉପସ୍ଥିତିରେ ତପସ୍ୱିନୀ ଘର ଭିତରକୁ ଯାଇଛନ୍ତି। ଏହା ପୂର୍ବରୁ ଆଜି ସନ୍ଧ୍ୟାରେ କୋର୍ଟଙ୍କ ରାୟ କପି ଆସିବା ପରେ ଡାକ୍ତର ସୁମିତ-ତପସ୍ୱିନୀ […]

ତାଲା ଖୋଲିଲେ ଶ୍ୱଶୁର, ଘରକୁ ପ୍ରବେଶ କଲେ ତପସ୍ୱିନୀ

tatswini1

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କିଛି ସମୟର ହାଇଡ୍ରାମା ପରେ ତପସ୍ୱିନୀ ଶେଷରେ ବ୍ରହ୍ମାନଗର ସ୍ଥିତ ନିଜ ଶ୍ୱଶୁର ଘରେ ପ୍ରବେଶ କରିଛନ୍ତି। ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ ତାଲା ଖୋଲିବା ପରେ ଭିତରକୁ ପ୍ରବେଶ କରିଛନ୍ତି ତପସ୍ୱିନୀ। ତପସ୍ୱିନୀ ଶ୍ୱଶୁର ଘରର ଉପର ମହଲାରେ ରହିବେ। ତହସିଲଦାର, ପୁଲିସ ଓ ପ୍ରୋଟେକ୍ସନ୍ ଅଫିସରଙ୍କ ଉପସ୍ଥିତିରେ ତପସ୍ୱିନୀ ଘର ଭିତରକୁ ଯାଇଛନ୍ତି।

Advertisment

ଏହା ପୂର୍ବରୁ ଆଜି ସନ୍ଧ୍ୟାରେ କୋର୍ଟଙ୍କ ରାୟ କପି ଆସିବା ପରେ ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା ନୂଆ ମୋଡ଼ ନେଇଥିଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୁଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା ସୁମିତଙ୍କ ଓକିଲ କହିଥିଲେ। କେବଳ ମାସିକ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି କିନ୍ତୁ ଶାଶୁଘରେ ରହିବାକୁ ନିର୍ଦ୍ଦେଶ ନଥିବା ତାଙ୍କ ଓକିଲ କହିଥିଲେ। ଯାହା ପରେ ଘରର ମୁଖ୍ୟ ଫାଟକରେ ତାଲା ପାକାଇ ଦେଇଥିଲେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ।

ହେଲେ କିଛି ସମୟରେ ପ୍ରୋଟେକ୍ସନ୍ ଅଫିସର୍, ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଥାନା ଅଧିକାରୀ ହସ୍ତକ୍ଷେପ ପରେ ସୁମିତଙ୍କ ବାପା ଘରର ତାଲା ଖୋଲିଥିଲେ। ଯାହା ପରେ ତପସ୍ୱିନୀ ନିଜ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ। ଘରକୁ ପ୍ରବେଶ କରିବା ପରେ ତପସ୍ୱିନୀ ଖୁସିରେ କାନ୍ଦି ପକାଇଥିଲେ।

Advertisment

ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ତାଙ୍କ ରାୟରେ ଶୁଣାଇଥିଲେ ଯେ ତପସ୍ୱିନୀ ଶାଶୁ ଘର ଅର୍ଥାତ ସ୍ୱାମୀ ଡକ୍ତର ସୁମିତ ସାହୁଙ୍କ ଘରେ ରହିବେ। କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଥିଲେ ଯେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବେ। ଚଳିବା ପାଇଁ ତାଙ୍କୁ ସୁମିତ ମାସିକ ୧୭୦୦୦ ଟଙ୍କା ପ୍ରଦାନ। ତପସ୍ୱିନୀ ସେହି ଟଙ୍କା ଗ୍ରହଣ କରିବା ପରେ ଗୋଟିଏ ରିସିଟ୍‌ ସୁମିତଙ୍କୁ ପ୍ରଦାନ କରିବେ। ସୁମିତ ତାଙ୍କୁ ମାସର ୧୦ ତାରିଖ ସୁଦ୍ଧା ପ୍ରଦାନ କରିବେ।

ଡାକ୍ତର ସୁମିତ କିମ୍ୱା ତାଙ୍କ ପରିବାର ହେଉ ବା ତପସ୍ୱିନୀ କିମ୍ୱା ତାଙ୍କ ପରିବାର କାହାକୁ ଆକ୍ଷେପ ପ୍ରତିଆକ୍ଷେପ କରିବେ ନାହିଁ। ଉଭୟ ପରିବାର ପକ୍ଷରୁ କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ। କୋର୍ଟଙ୍କ ରାୟର କପି ବ୍ରହ୍ମପୁର ଏସ୍‌ପି, ସବ୍‌ କଲେକ୍ଟର, ପ୍ରୋଟେକସନ୍‌ ଅଫିସରଙ୍କ ପାଖକୁ ପଠାଇ ଦିଆଯାଇଛି। ସେମାନେ ତପସ୍ୱିନୀଙ୍କ ରହିବା ବ୍ୟବସ୍ଥା କରିବେ ବୋଲି ଆଇନ୍‌ଜୀବୀ ଶ୍ରୀ ପଟ୍ଟନାୟକ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe