Advertisment

ପ୍ରେମିକା ଗର୍ଭବତୀ ପରେ ଲୁଚିଲା ପ୍ରେମିକ

ଆସିକା(ମନୋଜ ମୁନି): ଥାନାରୁ ନ୍ୟାୟ ନପାଇ ପ୍ରେମିକ ଘର ଆଗରେ ଧାରଣାରେ ବସିଲେ ପ୍ରେମିକା। ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମରେ ଦେଖିବାକୁ ମିଳିଛି।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଜଣେ ଯୁବକ ସୁରଟର ଜଣେ  ଯୁବତୀଙ୍କ ସହିତ  ପ୍ରେମ କରି ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭ ନଷ୍ଟ କରି ଗ୍ରାମକୁ ଲୁଚି ପଳାଇ ଆସିଥିଲେ। ପ୍ରେମିକ ଅନ୍ୟତ୍ର ବାହା ହେବାର ଖବର ପାଇ ପ୍ରେମିକା ଉକ୍ତ […]

author-image
Tapas Behera
ପ୍ରେମିକା ଗର୍ଭବତୀ ପରେ ଲୁଚିଲା ପ୍ରେମିକ

780

ଆସିକା(ମନୋଜ ମୁନି): ଥାନାରୁ ନ୍ୟାୟ ନପାଇ ପ୍ରେମିକ ଘର ଆଗରେ ଧାରଣାରେ ବସିଲେ ପ୍ରେମିକା। ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମରେ ଦେଖିବାକୁ ମିଳିଛି।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଜଣେ ଯୁବକ ସୁରଟର ଜଣେ  ଯୁବତୀଙ୍କ ସହିତ  ପ୍ରେମ କରି ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭ ନଷ୍ଟ କରି ଗ୍ରାମକୁ ଲୁଚି ପଳାଇ ଆସିଥିଲେ। ପ୍ରେମିକ ଅନ୍ୟତ୍ର ବାହା ହେବାର ଖବର ପାଇ ପ୍ରେମିକା ଉକ୍ତ ବଡଅଗୁଳ ଗ୍ରାମରେ ପହଞ୍ଚିଥିଲେ। କବିସୂର୍ଯ୍ୟନଗର ଥାନାରେ ଏତଲା ମଧ୍ୟ ଦେଇଥିଲେ।

Advertisment

ମାମଲା ରୁଜୁ ହେବାର ଖବର ପାଇ ପୁଅ ଫେରାର ହୋଇ ଯାଇଥିଲେ। ଇତି ମଧ୍ୟରେ ୨୦ ଦିନ ବିତିଯାଇଛି । ନ୍ୟାୟ ପାଇଲେନି ପିଡିତା । ଶେଷରେ ଗଂଜାମ ଏସପିଙ୍କୁ ପୀଡିତା ଦେଖାକଲେ।  ପ୍ରତିଶୃତି ମଧ୍ୟ ମିଳିଲା। ପ୍ରେମିକ ବନ୍ଧା ହେବେ। ସେହି ଅନୁଯାୟୀ ଏସପି କବିସୂର୍ଯ୍ୟନଗର ଥାନାକୁ ନିର୍ଦ୍ଦେଶ ଦେଲେ। ଏହାରି ଭିତରେ ପ୍ରେମିକ ହାଇ କୋର୍ଟରେ ଜାମିନ୍‌ ପାଇଁ  ଆବେଦନ କରିଛନ୍ତି। ଅପରପକ୍ଷେ ଏକଥା ସ୍ଥାନୀୟ ପୁଲିସ ଜାଣି ମଧ୍ୟ ପ୍ରେମିକାକୁ ଧରୁନାହାଁନ୍ତି ବୋଲି ପୀଡିତା ଅଭିଯୋଗ ଆଣିଛନ୍ତି। ନ୍ୟାୟ ମିଳୁ ନଥିବାରୁ  ପ୍ରେମିକ ଘର ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ପୀଡ଼ିତା।

ପୀଡ଼ିତାଙ୍କ ଦୁଃଖ ଶୁଣି ଛତ୍ରପୁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ତାଙ୍କୁ ସାଙ୍ଗରେ ନେଇ  କବିସୂର୍ଯ୍ୟନଗର ପୁଲିସ ଥାନାକୁ ଯାଇଥିଲେ। ଥାନା ଅଧିକାରୀ ସାକ୍ଷାତ ନଦେବାରୁ ପୁଣି ପୀଡ଼ିତାଙ୍କୁ ଧରି ପ୍ରେମିକ ଗ୍ରାମରେ ପହଞ୍ଚିଥିଲେ। ପ୍ରେମିକଙ୍କ ଘରେ ତାଲା ଝୁଲିଥିବାରୁ ପ୍ରେମିକା ଗ୍ରାମବାସୀଙ୍କୁ ଦୁଃଖ ଜଣାଇଥିଲେ। କିନ୍ତୁ ସନ୍ତୋଷଜନକ ଉତ୍ତର ନପାଇ ମହିଳା ସଦସ୍ୟ ପୀଡିତାଙ୍କୁ ସାଥିରେ ନେଇଛନ୍ତି।

Advertisment