Advertisment

ମହିଳାଙ୍କୁ ବିଏଡ୍ ଫେକ୍ ସାର୍ଟିଫିକେଟ ଦେଇ ଶିକ୍ଷକଙ୍କ ସମେତ ତାଙ୍କ ଡାକ୍ତର ପୁଅ ଓ ଅନ୍ୟ ଜଣ ଗିରଫ

ନକଲି ବିଇଡି ସାର୍ଟିଫିକେଟ ଦେବା ଅଭିଯୋଗରେ ବାପା-ପୁଅ ସହ ୪ ଜଣଙ୍କୁ ଗିରଫ କଲା ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁ ଥାନା ପୁଲିସ।

ଅଦ୍ୟତନ ହୋଇଛି
 fake certificate

fake certificate

Advertisment

ନକଲି ବିଇଡି ସାର୍ଟିଫିକେଟ ଦେବା ଅଭିଯୋଗରେ ବାପା-ପୁଅ ସହ ୪ ଜଣଙ୍କୁ ଗିରଫ କଲା ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁ ଥାନା ପୁଲିସ। ଅଭିଯୁକ୍ତ ବାପା ଜଣକ ଖଲ୍ଲିକୋଟ ଲଙ୍ଗଳେଶ୍ୱର ସ୍କୁଲରେ ଚାକିରି କରୁଥିବା ଶିକ୍ଷକ ଦଇତାରୀ ବେହେରା। ସେ ନିକଟରେ ଚାକିରିରୁ ନିଲମ୍ୱିତ ହୋଇଥିଲେ। ସେ ହିଁ ଏହି ଫେକ୍ ସାର୍ଟିଫିକେଟ ରାକେଟ୍‌ର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ତାଙ୍କ ପୁଅ ତଥା ଅନ୍ୟତମ ଅଭିଯୁକ୍ତ ଅମୃତ ପ୍ରସାଦ ବେହେରା ୟୁକ୍ରେନ୍‌ରେ ଏମ୍‌ବିବିଏସ୍‌ କରିଥିବା ଜଣାପଡ଼ିଛି। ଅନ୍ୟ ଦୁଇ ଅଭିଯୁକ୍ତ କଟକର କିଶାର କୁମାର ବେହେରା ଓ ଢେଙ୍କାନାଳର ପ୍ରଶାନ୍ତ କୁମାର ସାହୁ।

Advertisment

ସେମାନଙ୍କ ଠାରୁ ବହୁ ପରିମାଣର ନକଲି ସାର୍ଟିଫିକେଟ, ବ୍ଲାଙ୍କ ସାର୍ଟିଫିକେଟ, ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅଧିକାରୀ ବ୍ୟବହାର କରୁଥିବା ନକଲି ଲୋଗୋ, ପ୍ରିଣ୍ଟର ମେସିନ ଜବତ ହୋଇଛି। ସେମାନେ ଛତିଶଗଡ଼, ଆନ୍ଧ୍ର ଓ ଓଡ଼ିଶାରେ ରାକେଟ୍ ଚଳାଉଥିଲେ।

ଅଭିଯୁକ୍ତ ଲଙ୍ଗଳେଶ୍ୱର ସ୍ଥାନୀୟ ଜଣେ ମହିଳାଙ୍କୁ ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ବିଏଡ୍ ନାମ ଲେଖାବାରେ ଓ ପାସ୍‌ ସାର୍ଟିଫିକେଟ ଦେବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ୨୦୧୬ରେ ଅଭିଯୁକ୍ତ କୌଶଳ କରି ଟଙ୍କା ନେବା ପରେ ମହିଳାଙ୍କ ନାମଲେଖା ହୋଇଥିବା କହିଥିଲା। ୨୦୧୯ରେ ବିଏଡ୍ କୋର୍ସ ସରିଥିଲେ ହେଁ ସମ୍ପୃକ୍ତ ମହିଳାଙ୍କୁ ସାର୍ଟିଫିକେଟ ମିଳି ନଥିଲା। ବହୁ ହଇରାଣ କରିବା ପରେ ଉକ୍ତ ମହିଳାଙ୍କ ଠାରୁ ଏକ ବ୍ୟାଙ୍କ ଚେକ୍ ନେବା ପରେ ଅଭିଯୁକ୍ତ ବିଇଡି ସାର୍ଟିଫିକେଟ ଦେଇଥିଲା।

Advertisment

ମହିଳା ଜଣକ ବିଏଡ ସାର୍ଟିଫିକେଟ ପାଇବା ପରେ ଏହା ନକଲି ବୋଲି ସନ୍ଦେହ କରିଥିଲେ। ତେଣୁ ସେ ତାଙ୍କ ସ୍ୱାମୀ ମନୋରଞ୍ଜନ ଗୌଡ଼ଙ୍କୁ ପଠାଇ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରେ ସାର୍ଟିଫିକେଟକୁ ଯାଞ୍ଚ କରାଇଥିଲେ। ସେଠାରେ ଏହି ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା। ତେଣୁ ମନୋରଞ୍ଜନ ଏନେଇ ଗୋଷଣିନୁଆ ଗାଁ ଥାନାରେ ଫେକ୍ ସାର୍ଟିଫିକେଟ ସମ୍ପର୍କରେ ଅଭିଯୋଗ କରିଥିଲେ।

ପୁଲିସ ଯାଞ୍ଚ ପରେ ମୁଖ୍ୟ ଅଭିଯୁକ୍ତ ଦଇତାରୀ ବେହେରାଙ୍କୁ ଗିରଫ କରିଥିଲା। ତାଙ୍କୁ ଏହି ଫେକ୍‌ ସାର୍ଟିଫିକେଟ ଦେବାରେ ତାଙ୍କ ପୁଅ ଅମୃତ ଓ ଢେଙ୍କାନାର ପ୍ରଶାନ୍ତ କୁମାର ସାହୁ ସାହାଯ୍ୟ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତ ପ୍ରଶାନ୍ତ ଏକ ଜେରକ୍ସ ଓ ପ୍ରିଣ୍ଟିଂ ସେଣ୍ଟର ଚଳାଉଥିଲା। ଚଢ଼ାଉ ବେଳେ ପ୍ରଶାନ୍ତର ଘର ଓ ଅଫିସ୍‌ରୁ ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନ ନାମରେ ଜାରି ହେଉଥିବା ବିପୁଳ ପରିମାଣର ଫେକ୍ ସର୍ଟିଫିକେଟ ଓ ବ୍ଲାଙ୍କ ସାର୍ଟିଫିକେଟ(୪୫୦ରୁ ଅଧିକ) ଜବତ ହୋଇଛି। ଅନ୍ୟତମ ଅଭିଯୁକ୍ତ କଟକର କିଶାର କୁମାର ବେହେରା ସାର୍ଟିଫିକେଟ ଛପାଇବା ନିମନ୍ତେ ସ୍ୱତନ୍ତ୍ର ଧରଣର ପେପର ଯୋଗାଉଥିଲା। ତେଣୁ ତାକୁ ମଧ୍ୟ ଗିରଫ କରାଯାଇଛି।

ଫେକ୍‌ ସିର୍ଟିଫିକେଟ ରାକେଟ ଚଳାଉଥିବା ମାମଲାରେ ପୂର୍ବରୁ ମଧ୍ୟ କିଶୋର ଗିରଫ ହୋଇଥିଲା। ନିକଟରେ ବେଲ୍ ପାଇ ଜେଲ୍‌ରୁ ମୁକୁଳିଥିଲା।

ସେପଟେ ପୁଲିସ ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି। ଏଥିରେ ପ୍ରାୟ ୬ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି। ଏହାଛଡ଼ା ୬ ମୋବାଇଲ୍ ଓ କମ୍ପ୍ୟୁଟର ଜବତ କରିଛି। ଆଉ କେଉଁମାନେ ଏହି ଠକାମୀର ଶିକାର ହୋଇଛନ୍ତି ଓ କେତେ ଟଙ୍କା ଠକେଇ ହୋଇଛି ତାହା ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି।

Fake Item Racket Fake Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe