Advertisment

ଗଛ ନେଉଛି ସାଲାଇନ୍!

ସାଲାଇନ୍ ବୋତଲରେ ପଶିଥିବା ପାଣି ପାଇପ୍‌ ଦେଇ ଛୁଞ୍ଚି ବାଟ ଦେଇ ଗଛ ମୂଳରେ ଟପ୍‌ ଟପ୍‌ ହୋଇ ପଡ଼ୁଛି।

author-image
Niranjan Mishra
ଅଦ୍ୟତନ ହୋଇଛି
saline

saline

ଗଛ ନେଉଛି ସାଲାଇନ୍। କଥାଟା ବିଲୁକୁଲ ସତ। ସାଲାଇନ୍ ବୋତଲରେ ପଶିଥିବା ପାଣି ପାଇପ୍‌ ଦେଇ ଛୁଞ୍ଚି ବାଟେ ଗଛ ମୂଳରେ ଟପ୍‌ ଟପ୍‌ ହୋଇ ପଡ଼ୁଛି। ଆଉ ସେହିପାଣି ଏବେ ଗଛର ସୁରକ୍ଷା କରୁଛି। ଆରମ୍ଭ ହୋଇସାରିଛି ଗ୍ରୀଷ୍ମ ଋତୁ। ତେଣୁ ବର୍ଷା ଦିନେ ପୋତାଯାଇଥିବା ଗଛଗୁଡ଼ିକୁ ବଞ୍ଚାଇବା ଏବେ ପରିବେଶ ପ୍ରେମୀଙ୍କ ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଥିପାଇଁ ବ୍ରହ୍ମପୁର ସବୁଜ ବାହିନୀ ଏକ ନିଆରା ପ୍ରୟାଶ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ନିକଟସ୍ଥ ସୁକୁଣ୍ଡା ହଜରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ସୁକୁଣ୍ଡା ହଜ ପୋଖରୀ ହୁଡ଼ା ଉପରେ ପୋତାଯାଇଛି ୩ଶହରୁ ଅଧିକ ବିଭିନ୍ନ ପ୍ରକାରର ଗଛ। ଯାହାକୁ ବଞ୍ଚାଇବାକୁ ଲାଗିପଡ଼ିଛନ୍ତି ସ୍ଥାନୀୟ ଯୁବକ ଓ ପରିବେଶ ପ୍ରେମୀ। ସବୁଜସୁନ୍ଦର ପରିବେଶ ସୃଷ୍ଟି ନିମନ୍ତେ ସେମାନେ ଏହି ପ୍ରୟାଶ କରିଛନ୍ତି।

ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ କହିଛନ୍ତି, କମ୍ ପରିଶ୍ରମରେ ବୃକ୍ଷ ଗୁଡ଼ିକୁ ବଞ୍ଚାଇ ରଖିବା ଓ କମ୍ ଜଳ ବ୍ୟବହାର କରିବା ନିମନ୍ତେ ଏଭଳି ପ୍ରୟାସ ହାତକୁ ନିଆଯାଇଛି। ବର୍ଜ୍ୟବସ୍ତୁ ଭାବେ ପଡ଼ିରହିଥିବା ବିଭିନ୍ନ ତେଲ ଜାର, କେମିକାଲ ଜାର ସହ ସାଲାଇନ୍ ଦେବା ପାଇଁ ବ୍ୟବହାର ହେଉଥିବା ଆଇଭି ସେଟ୍ ବ୍ୟବହାର କରି ଗଛ ମୂଳେ ପାଣି ଦିଆଯାଉଛି। ଫଳରେ ଗଛ ଦିନ ସାରା ପାଣି ପାଉଛି। ଯାହା ତାର ବଞ୍ଚି ରହିବାରେ ସହାୟକ ହେବ। ଏହି ଗଛକୁ ପାଣି ଦେବା ପାଇଁ ଯେଉଁଠି ୩ହଜାର ଲିଟର ପାଣି ଆବଶ୍ୟକ ପଡ଼ୁଥିଲା, ଏବେ ମାତ୍ର ୧୨ଶହ ଲିଟରରେ ସବୁ ଗଛ ଦିନ ସାରା ପାଣି ପାଇଛି।

Advertisment

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Forest