ଟିକା ସାଙ୍ଗରେ କରୋନା ଫ୍ରି: ଆସ ମିଳି ମିଶି ନେବା !

ଆସିକା(ମନୋଜ ମୁନି) କରୋନାର ତୃତୀୟ ଲହରକୁ ନିମନ୍ତ୍ରଣ କରୁଛି ଟିକା କେନ୍ଦ୍ର । ଲୋକେ କରୋନାରୁ ବର୍ତ୍ତିବା ପାଇଁ ଟିକା କେନ୍ଦ୍ର ଆଗରେ ଜମା ହେଉଥିବା ବେଳେ ପ୍ରଶାସନର ଟିକା କେନ୍ଦ୍ର ଆଗରେ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଜନସାଧାରଣ ହଇରାଣ ହେବା ସହ କରୋନାର ବାହକ ସାଜୁଛନ୍ତି l ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ କରୋନା ଟିକା ନେବାଲାଗି ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଲି ଥିଲା l ଜମା […]

5gh

5gh

Tapas Behera
  • Published: Monday, 30 August 2021
  • Updated: 30 August 2021, 09:39 PM IST

Sports

Latest News

ଆସିକା(ମନୋଜ ମୁନି) କରୋନାର ତୃତୀୟ ଲହରକୁ ନିମନ୍ତ୍ରଣ କରୁଛି ଟିକା କେନ୍ଦ୍ର । ଲୋକେ କରୋନାରୁ ବର୍ତ୍ତିବା ପାଇଁ ଟିକା କେନ୍ଦ୍ର ଆଗରେ ଜମା ହେଉଥିବା ବେଳେ ପ୍ରଶାସନର ଟିକା କେନ୍ଦ୍ର ଆଗରେ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଜନସାଧାରଣ ହଇରାଣ ହେବା ସହ କରୋନାର ବାହକ ସାଜୁଛନ୍ତି l ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ କରୋନା ଟିକା ନେବାଲାଗି ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଲି ଥିଲା l

ଜମା ହୋଇଥିବା ଲୋକଙ୍କ ଲାଗି ପାନୀୟ ଜଳ, ବାରିକେଟ ଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ l ଯାହା ଫଳରେ ଲୋକମାନେ ଟିକା ନେବାଲାଗି ଆସି ସାମାଜିକ ଦୂରତାକୁ ଭୁଲି ଠେଲା ପେଲା ହୋଇଥିଲେ। ଏଥିରେ ୩ ଜଣ ମହିଳା ଆହାତ ହୋଇଥିବା ଦେଖିବାକୁ ମିଳିଛି l

ଅନ୍ୟପଟେ ଟିକା କେନ୍ଦ୍ର ଆଗରେ ପୁଲିସ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ କରୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି l ସେପଟେ ଟିକା କେନ୍ଦ୍ରରେ ମାତ୍ର ଏକ ହଜାର ଡୋଜ ଟିକା ମହଜୁଦ ଅଛି l ଲୋକଙ୍କୁ ଟିକା ଦିଆଯାଉଛି l ଭିଡ ନିୟନ୍ତ୍ରଣ ଲାଗି ପୁଲିସକୁ କୁହାଯାଇଛି ଏବଂ ଭିଡ ନିୟନ୍ତ୍ରଣ କରିବା ଆମପକ୍ଷେ ସମ୍ଭବ ହେଉନାହିଁ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ କହିଛନ୍ତି l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos