Advertisment

ଟିକା ନେଉ ନାହାନ୍ତି ଗାଁ ଲୋକେ, ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): କରୋନାକୁ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ କୋଭିଡ଼ ଟିକା ପ୍ରଦାନ କରାଯାଉଛି। ସହରାଞ୍ଚଳ ଲୋକେ କୋଭିଡ଼ ଟିକା ନେବା ପାଇଁ ବ୍ୟଗ୍ର ହେଉଥିବା ବେଳେ ଗ୍ରାମାଞ୍ଚଳର ଲୋକେ ଟିକା କଥା ଶୁଣିବା ମାତ୍ରେ ଅନିଚ୍ଛା ପ୍ରକାଶ କରୁଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକେ ଗୁଜବକୁ ବିଶ୍ୱାସ କରି ଟିକା ନେଉନଥିବା ଦେଖିବାକୁ ମିଳିଛି।  ଘରକୁ ଘର ବୁଲି ଡାକିଲେ ସୁଦ୍ଧା ଟିକା କେନ୍ଦ୍ରକୁ ଆସୁନାହାନ୍ତି ଲୋକେ […]

ଅଦ୍ୟତନ ହୋଇଛି
ଟିକା ନେଉ ନାହାନ୍ତି ଗାଁ ଲୋକେ, ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

jkl

Advertisment

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): କରୋନାକୁ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ କୋଭିଡ଼ ଟିକା ପ୍ରଦାନ କରାଯାଉଛି। ସହରାଞ୍ଚଳ ଲୋକେ କୋଭିଡ଼ ଟିକା ନେବା ପାଇଁ ବ୍ୟଗ୍ର ହେଉଥିବା ବେଳେ ଗ୍ରାମାଞ୍ଚଳର ଲୋକେ ଟିକା କଥା ଶୁଣିବା ମାତ୍ରେ ଅନିଚ୍ଛା ପ୍ରକାଶ କରୁଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକେ ଗୁଜବକୁ ବିଶ୍ୱାସ କରି ଟିକା ନେଉନଥିବା ଦେଖିବାକୁ ମିଳିଛି।  ଘରକୁ ଘର ବୁଲି ଡାକିଲେ ସୁଦ୍ଧା ଟିକା କେନ୍ଦ୍ରକୁ ଆସୁନାହାନ୍ତି ଲୋକେ । ଯାହାକୁ ନେଇ ଏବେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଚିନ୍ତା ବଢିଛି ।

Advertisment

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ବଦାଙ୍ଗି ପଂଚାୟତର ଲୋକେ ଟିକାକୁ ନେଇ ସଚେତନ ନାହାନ୍ତି। ଟିକାକୁ ନେଇ ମନରେ ରହିଛି ଅନେକ ଭ୍ରାନ୍ତ ଧାରଣା  ଓ ଅନ୍ଧ ବିଶ୍ୱାସ। ବେଲାପାନୁ, ମଧୁରବନ୍ଧ, ସନ୍ଦି ପିପଳପଙ୍କା, ମୟାଙ୍ଗି, ଲବଣିସର, ମଧୁରବନ୍ଧ ଭଳି ଆଦିବାସୀ ହରିଜନ ଗ୍ରାମର ଲୋକେ ଟିକା ନା ଶୁଣିଲେ ଘରୁ ବାହାରୁ ନାହାନ୍ତି। ବ୍ଲକ ର ବିଭିନ୍ନ ପଞ୍ଚାୟତରେ କ୍ୟାମ୍ପ କରାଯାଇ ପ୍ରତିଦିନ ଲୋକଙ୍କ ପାଇଁ ଟିକାକରଣର ବ୍ୟବସ୍ଥା କରାଯାଉଛି । ଦିନକ ପୂର୍ବରୁ ଗାଁ କଲ୍ୟାଣ ସମିତି ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ଟିକା ଦେବା ପାଇଁ ପରାମର୍ଶ ଦିଅଯାଉଛି । ସ୍ୱାସ୍ଥ୍ୟ କର୍ମୀମାନେ ଘର କୁ ଘର ବୁଲି ଟିକା ନେବାକୁ ଲୋକଙ୍କୁ କହୁଛନ୍ତି। ହେଲେ ଲୋକେ ମାନିବାକୁ ନାରାଜ। ସେମାନଙ୍କ ଏକା ଜିଦ ଆମେ ଏମିତି ମରିବୁ ପଛେ ଟିକା ନେଇ ମରିବୁନି। ଟିକା ନେବା ପରେ ଲୋକଙ୍କ ମୃତ୍ୟୁ ହେଉଛି। ଆମେ ମଲେ କିଏ ଦାୟୀ ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଜ୍ୱର ହେଲେ ଆମେ କାମ କରି ପାରିବୁନି, ମେଡିକାଲକୁ ଗଲେ କିଡନୀ କାଡ଼ି ନେଇ ଯିବେ ଏମିତି ଅନେକ ପ୍ରଶ୍ନ କରି ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଜୁବ କରୁଛନ୍ତି। ଗାଁ ଗାଁରେ ମିଥ୍ୟା ଗୁଜବ ପ୍ରଚାରିତ ହେବା ପରେ ଲୋକେ ଟିକା ନେବାକୁ ଡରୁଛନ୍ତି ବୋଲି କହିଛନ୍ତି ମହିଳା ସ୍ୱାସ୍ଥ୍ୟ କର୍ମୀ। ସହରାଞ୍ଚଳର ଲୋକେ ଟିକା ନେବା ପାଇଁ କେନ୍ଦ୍ର ନିକଟରେ ଲମ୍ବା ଧାଡି ଲଗାଉଥିବା ବେଳେ ଗ୍ରାମାଞ୍ଚଳ ଲୋକଙ୍କୁ ଘରୁ ଡାକିଲେ ବି ଆସୁ ନାହାନ୍ତି।

Advertisment

ସୋରଡ଼ା ବ୍ଲକରେ ୪୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପାଇଁ ୪୪,୦୦୦ ଟିକା କରଣ ଲକ୍ଷ ରଖାଯାଇଥିଲା।  ମାତ୍ର 11000 ଜଣଙ୍କୁ ଟିକା ଦିଆଯାଇଛି। ସର୍ଭେ ମୁତାବକ ଜିଲ୍ଲାରେ ଅନ୍ୟ ବ୍ଲକ ମାନଙ୍କୁ ଦେଖିଲେ ସୋରଡ଼ା ବ୍ଲକ ଟିକାକରଣ ରେ ସବୁଠୁ ପଛରେ ରହିଛି। ଗାଁ ଲୋକଙ୍କ କହିବା କଥା ହେଲା ଟିକା ନେଲେ ଲୋକେ ମରି ଯାଉଛନ୍ତି। ସେହି ଭୟରେ କେହିବି ଟିକା ନେଉନାହାନ୍ତି। ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe