Advertisment

ଋଷିକୁଲ୍ୟା ନଦୀ କୂଳରେ ମରି ପଡ଼ିଛନ୍ତି ହଜାର ହଜାର ସଂଖ୍ୟକ ମାଛ

ଋଷିକୁଲ୍ୟା ବ୍ରିଜ ଠାରୁ ଆରମ୍ଭ କରି ପୋତାଗଡ଼ ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ ଏଭଳି ହତବାକ୍ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
 fishes have died on the banks of the Rushikulya river

fishes have died on the banks of the Rushikulya river

Advertisment

ନଦୀ କୂଳ କୂଳେ ବହୁ କିଲୋମିଟର ପର୍ଯ୍ୟନ୍ତ ମରି ପଡ଼ିଛନ୍ତି ହଜାର ହଜାର ସଂଖ୍ୟକ ଛୋଟ, ବଡ଼ ମାଛ। ଯାହାକୁ ନେଇ ଦେଖାଦେଇଛି ଉଦ୍‌ବେଗ। ଗଞ୍ଜାମର ଋଷିକୁଲ୍ୟା ନଦୀ ମୁହାଣରେ ଏହି ମାଛ ମଡ଼କ ଦେଖିବାକୁ ମିଳିଛି। ଖାଲି ନଦୀ କୂଳରେ କାହିଁକି ନଦୀ ଭିତରେ ମଧ୍ୟ ଶହ ଶହ ମାଛ ମରି ଭାସୁଛନ୍ତି।

Advertisment

ଋଷିକୁଲ୍ୟା ବ୍ରିଜ ଠାରୁ ଆରମ୍ଭ କରି ପୋତାଗଡ଼ ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ ଏଭଳି ହତବାକ୍ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାଛଗୁଡିକ କ’ଣ ପାଇଁ ମରୁଛନ୍ତି ସେ ନେଇ ମତ୍ସ୍ୟ ବିଭାଗ କିମ୍ବା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

ତେବେ ପାଣି ବିଷାକ୍ତ ହେବାରୁ ମାଛ ମଡ଼କ ହୋଇଥିବା ଅନୁମାନ କରାଯାଉଛି। ମରି ପଡ଼ିଥିବା ମାଛଗୁଡ଼ିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଲୋକେ ଏହା ଦେଖିବା ପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସରକାରୀ ଦାୟିତ୍ୱହୀନତାକୁ ଦାୟୀ କରୁଛନ୍ତି। ମାଛଗୁଡ଼ିକ ପାଣିରେ ରହି ନ ପାରି ଉପରକୁ ଆସି ଛଟପଟ ହୋଇ ମରିଥିବା ଅନୁମାନ କରାଯାଉଛି।

Advertisment

ଅନ୍ୟପଟେ ଅଭିଯୋଗ ହୋଇଛି ଗ୍ରାସିମ ଇଣ୍ଡଷ୍ଟ୍ରିଜର ବିଷାକ୍ତ ବର୍ଜ୍ୟବସ୍ତୁ ଏହି ନଦୀଜଳକୁ ନିଷ୍କାସନ କରୁଥିବାରୁ ଏଭଳି ଘଟଣା ଘଟି ଥାଇପାରେ। ପାଣିର ମାନ ପରୀକ୍ଷା କରିବା ସହ ନଦୀ ଜଳ ସୁରକ୍ଷା ନିମନ୍ତେ ଜରୁରୀ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ବିଭାଗ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଦେଇଥିବା ଜଣାପଡ଼ିଛି।

ରିପୋର୍ଟ- ଖଲିକୋଟରୁ ସିଲୁ ବିଶ୍ୱାଳ

River Mishap Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe