ପୁଅକୁ ହରାଇବା ପାଇଁ ନିର୍ବାଚନ ମଇଦାନରେ ବାପା, ଚାଲିଛି କଡ଼ା ଟକ୍କର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କଥାରେ ଅଛି, ବାପ ଥିବା ପୁଅ ସଭାରେ ହାରେନି। ହେଲେ, ପୁଅକୁ ହରାଇବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବାପା।  ନିର୍ବାଚନ ରଣାଙ୍ଗନରେ ମୁହାଁମୁହିଁ ହୋଇଛନ୍ତି ବାପ-ପୁଅ । ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର। ଜଣେ ବିଜେପିରୁ ଲଢୁଛନ୍ତି ତ ଆଉ ଜଣେ ବିଜେଡିରୁ । ଏଭଳି ନିଆରା ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଏନ୍ଏସିରେ । ଏନ୍ଏସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଦୁଇ ନମ୍ବର […]

father-son

Niharika Rout
  • Published: Wednesday, 09 March 2022
  • , Updated: 09 March 2022, 08:24 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କଥାରେ ଅଛି, ବାପ ଥିବା ପୁଅ ସଭାରେ ହାରେନି। ହେଲେ, ପୁଅକୁ ହରାଇବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବାପା।  ନିର୍ବାଚନ ରଣାଙ୍ଗନରେ ମୁହାଁମୁହିଁ ହୋଇଛନ୍ତି ବାପ-ପୁଅ । ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର। ଜଣେ ବିଜେପିରୁ ଲଢୁଛନ୍ତି ତ ଆଉ ଜଣେ ବିଜେଡିରୁ । ଏଭଳି ନିଆରା ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଏନ୍ଏସିରେ ।

ଏନ୍ଏସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଦୁଇ ନମ୍ବର ଓ୍ୱାର୍ଡ଼ରୁ କାଉନସିଲର୍ ପଦବୀ ପାଇଁ ବାପପୁଅ ମଧ୍ୟରେ ମୁହାଁମୁହିଁ ଲଢ଼େଇ ହେବାକୁ ଯାଉଛି । ପୋଲସରା ଏନ୍ଏସିର ପ୍ରଥମ ମହିଳା ଅଧ୍ୟକ୍ଷା ସୌଦାମିନୀ ସାହୁଙ୍କ ସ୍ୱାମୀ ଦୁର୍ଯୋଧନ ସାହୁ ୨ ନମ୍ବର ଓ୍ୱାର୍ଡ଼ରୁ କାଉନସିଲ୍ ପଦବି ପାଇଁ ବିଜେପିରୁ ନାମାଙ୍କନ ଦାଖଲ କରିଥିବା ବେଳେ ପୁଅ ଅନୀଲ କୁମାର ସାହୁ ବିଜେଡିରୁ ନାମାଙ୍କନ ଦାଖଲ କରିଛନ୍ତି ।

[caption id="attachment_719007" align="aligncenter" width="650"] ପରିବାର ସହ ଦୁର୍ଯୋଧନ ।[/caption]

ଏନେଇ ଅନୀଲ କହିଛନ୍ତି,  ବାପା ଜାଣିକି ମୋ ବିରୋଧରେ ବିଜେପିରୁ ପ୍ରାର୍ଥୀପତ୍ର ଫାଇଲ କରିଛନ୍ତି। ସେ ଗାଁ ପାଇଁ ବହୁତ କିଛି କରିଛନ୍ତି। ତାଙ୍କର ବହୁତ ଅବଦାନ ଅଛି। ମୋର ଆଶା ଅଛି ମୁଁ ବହୁତ କିଛି କରିବି ।

ଏହା ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବ ବୋଲି ଆଶା କରିଛି।  ନିର୍ବାଚନ ମଇଦାନରେ କିଏ ଜିତିବ, ହାରିବ ତାହା ଫରକ ପଡ଼ିବନି। ଆମେ ବାପପୁଅ ହୋଇ ଜୀବନ ସାରା ରହିବୁ ବୋଲି କହିଛନ୍ତି ଦୁର୍ଯୋଧନ ।

Related story