Advertisment

ଅଟୋରେ ସ୍କୁଲ ଯାଉଥିଲେ ୫ ଛାତ୍ରଛାତ୍ରୀ, ପିଟି ଦେଲା ଟ୍ରାକ୍ଟର

ବେଶ୍‌ ହସଖୁସିରେ ଅଟୋରେ ସ୍କୁଲ ବାହାରିଥିଲେ ୫ ଛାତ୍ରଛାତ୍ରୀ। ଆଉ କିଛି ସମୟ ପରେ ସ୍କୁଲରେ ପହଞ୍ଚି ବି ଯାଇଥାନ୍ତେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ ।

author-image
Niharika Rout
Accident

Accident

ବେଶ୍‌ ହସଖୁସିରେ ଅଟୋରେ ସ୍କୁଲ ବାହାରିଥିଲେ ୫ ଛାତ୍ରଛାତ୍ରୀ। ଆଉ କିଛି ସମୟ ପରେ ସ୍କୁଲରେ ପହଞ୍ଚି ବି ଯାଇଥାନ୍ତେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ । ଏକ ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ଗୁରୁତର ହୋଇ ପଡ଼ିଲେ ୫ ଛାତ୍ରଛାତ୍ରୀ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଳାସପୁର କାଳୀ ମନ୍ଦିର ନିକଟରେ ଘଟିଛି।

Advertisment

ସାନଖେମୁଣ୍ଡି ବ୍ଲକ ଛନମେରି ଆଦର୍ଶ ବିଦ୍ୟାଳୟକୁ ଏକ ଅଟୋରେ ୫ ଛାତ୍ରଛାତ୍ରୀ ଆଜି ସକାଳେ ଯାଉଥିଲେ। ଅଟୋଟି ସ୍କୁଲ ପାଖାପାଖି ହୋଇ ଯାଇଥିଲ। ମାତ୍ର ପଳାସପୁର କାଳୀ ମନ୍ଦିର ନିକଟରେ ହଠାତ୍‌ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଅଟୋକୁ ପିଟିଥିଲା। ଫଳରେ ଛାତ୍ରଛାତ୍ରୀମାନେ ଛିଟିକି ରାସ୍ତାରେ ଏଣେତେଣେ ପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଉତ୍ତ୍ୟକ୍ତ ଲୋକେ ଟ୍ରାକ୍ଟର ଚାଳକ ଓ ଅଟୋ ଚାଳକଙ୍କୁ ଅଟକ ରଖି ପୁଲିସ୍‌ ଜିମା ଦେଇଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Accident