Advertisment

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ୨ କନିଷ୍ଠ ଯନ୍ତ୍ରୀ ସହ ଖଲାସି

ପୋଖରୀ ଖନନ କାମର ବିଲ୍‌ କରାଇଦେବାକୁ ସେମାନେ ଲାଞ୍ଚ ନେଉଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Two junior engineers were caught by the vigilance

Two junior engineers were caught by the vigilance

୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ୨ କନିଷ୍ଠ ଯନ୍ତ୍ରୀ। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଦୁଇ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ପାଢୀ ଓ ଧୀରେନ୍ଦ୍ର ପଣ୍ଡା। ଦୁଇ ଯନ୍ତ୍ରୀଙ୍କ ସହ ଅନ୍ୟ ଜଣେ ବିଭାଗୀୟ କର୍ମଚାରୀ(ଖଲାସି) ଅଜୟ କୁମାର ପାତ୍ରଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ। ଏକ ପୋଖରୀ ଖନନ କାମର ବିଲ୍‌ କରାଇଦେବାକୁ ସେମାନେ ଲାଞ୍ଚ ନେଉଥିଲେ। ନଗଦ ଟଙ୍କା ସହ ଭିଜିଲାନ୍ସ ହାତରେ ଏମାନେ ଧରାପଡ଼ିଛନ୍ତି।

Advertisment

ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଏହି ତିନି ଜଣଙ୍କୁ ଗିରଫ କରି ବିଭାଗୀୟ କାର୍ଯ୍ୟାଳୟରେ ପଚରାଉଚରା କରୁଛି। କୁକୁଡାଖଣ୍ଡି ବଡ ବନ୍ଧ କାର୍ଯ୍ୟର ଚୁକ୍ତିନାମା ପତ୍ର ପ୍ରଦାନ କରିବା ପାଇଁ ଏମାନେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସୂଚନା ମିଳିଛି। ଭିଜିଲାନ୍ସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Vigilance Raid Ganjam Bribe Corrupt Engineer