Advertisment

ବଜ୍ରାଘାତରେ ଦୁଇ ମୃତ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଂଚଳରେ ଅଭାବନୀୟ ଘଟଣାଘଟିଛି । କୁରୁଳେଇ ଓ ତନରଡ଼ା ଗ୍ରାମରେ ବଜ୍ରାଘାତ ଘଟି ଏକାଥରକେ ଦୁଇଜଣଙ୍କ ପ୍ରାଣହାନି ହୋଇଛି। ମୃତକ ଦ୍ୱୟ ହେଲେ କୁରୁଳେଇ ଗ୍ରାମର ପ୍ରଫୁଲ ସ୍ୱାଇଁ  ଅନ୍ୟଜଣେ ତନରଡ଼ା ଗ୍ରାମର ଛବିତା ଡାକୁଆ। ଏମାନେ ନିଜ ଜମିରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିବାରୁ ଉଭୟେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ […]

author-image
Tapas Behera
ବଜ୍ରାଘାତରେ ଦୁଇ ମୃତ

Lightning

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଂଚଳରେ ଅଭାବନୀୟ ଘଟଣାଘଟିଛି । କୁରୁଳେଇ ଓ ତନରଡ଼ା ଗ୍ରାମରେ ବଜ୍ରାଘାତ ଘଟି ଏକାଥରକେ ଦୁଇଜଣଙ୍କ ପ୍ରାଣହାନି ହୋଇଛି। ମୃତକ ଦ୍ୱୟ ହେଲେ କୁରୁଳେଇ ଗ୍ରାମର ପ୍ରଫୁଲ ସ୍ୱାଇଁ  ଅନ୍ୟଜଣେ ତନରଡ଼ା ଗ୍ରାମର ଛବିତା ଡାକୁଆ। ଏମାନେ ନିଜ ଜମିରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିବାରୁ ଉଭୟେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବେଲଗୁଣ୍ଠା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment