Advertisment

ଟ୍ରକ ଧକ୍କାରେ ୨ ବାଇକ ଆରୋହୀ ମୃତ, ୩ ଗୁରୁତର

ଭଞ୍ଜନଗର-ଦଶପଲ୍ଲା ରାସ୍ତାର ତୁଳସୀପଲ୍ଲୀ ଗାଁ ନିକଟରେ ଆଜି ସନ୍ଧ୍ୟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଆଗ ପଛ ହୋଇ ଯାଉଥିବା ଦୁଇ ବାଇକ୍‌କୁ ଧକ୍କା ଦେଇଥିଲା।

Accident

Accident

Advertisment

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି।

Advertisment

ଭଞ୍ଜନଗର-ଦଶପଲ୍ଲା ରାସ୍ତାର ତୁଳସୀପଲ୍ଲୀ ଗାଁ ନିକଟରେ ଆଜି ସନ୍ଧ୍ୟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଆଗ ପଛ ହୋଇ ଯାଉଥିବା ଦୁଇ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଭୋଳା ପ୍ରଧାନ ଓ ତାଙ୍କ ବାଇକ୍‌ ପଛରେ ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ବାଇକ୍‌ରେ ଥିବା ୩ ଜଣ ଯୁବକ ଗୁରୁତର ଆହତ ହୋଇ ରାସ୍ତା ପାର୍ଶ୍ୱରେ ଛିଟିକି ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ଦୁର୍ଘଟଣା ପରେ ଚାଳକ ଟ୍ରକ୍‌ ଛାଡ଼ି ଚମ୍ପଟ ମାରିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ-ଭଞ୍ଜନଗରରୁ ରାଜେଶ ପଣ୍ଡା

Ganjam Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe