ମାଟି ଅତଡ଼ା ଧସି ଫସି ଥିବା ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଂଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ଘଟିଛି ଅଘଟଣ। ମାଟି ଅତଡ଼ା ଧସି ଫସି ଥିବା ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଉଦ୍ଧାର ୨ ମହିଳା ଶ୍ରମିକଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କ ମୃତ୍ୟୁ ଘଟିଛି।  ୨ ମୃତକ ହେଲେ ଯମୁନା ନାୟକ ଓ ବର୍ଷା ନାୟକ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୪ ଜଣ ଶ୍ରମିକ ଫସି ରହିଥିଲେ ।

ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଥିଲା। ୪ଜଣ ଶ୍ରମିକଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା। ତେବେ ଡାକ୍ତରଖାନାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।  ଜେସିବି ମେସିନ୍ ସହାୟତାରେ ମାଟି ଖୋଳି ପୋତି ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।