Advertisment

ଷ୍ଟେଶନରେ ଓହ୍ଲାଇ ପାରିଲେନି, ଘର ଠିକଣା ପାଇବାକୁ ଚାଲିଗଲା ଯୌବନ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁର ପାଇଁ ଟିକେଟ କାଟିଲେ।  ହେଲେ ଓହ୍ଲାଇଲେ ମଧ୍ୟପ୍ରଦେଶର ବୁରହାନପୁର ଅଞ୍ଚଳରେ। ଆଉ ତା’ପରେ ଭୁଲି ଗଲେ ଘର ଠିକଣା। ଏମିତି ଦାଦନ ଖଟିବାକୁ ଯାଇ ୪୦ ବର୍ଷ ଧରି ନିଖୋଜ ହୋଇଯାଇ ଥିଲେ।  ଆଉ ଶେଷରେ କିଛି ସଂସ୍ଥା ଆଉ ବ୍ୟକ୍ତିଙ୍କ ସହାୟତାରେ ନିଜ ଗ୍ରାମ ଗଂଜାମ ଜିଲା ଦିଗପହଣ୍ଡି ବ୍ଲକ ଏସ. ଟିକରପଡାରେ ପହଞ୍ଚିଛନ୍ତି ସୀମାଞ୍ଚଳ । ଯାହାକୁ ନେଇ ଗ୍ରାମରେ ଏବେ ଖୁସିର ଲହରି ଖେଳି ଯାଇଛି। ୨ମାସର […]

ଅଦ୍ୟତନ ହୋଇଛି
ଷ୍ଟେଶନରେ ଓହ୍ଲାଇ ପାରିଲେନି, ଘର ଠିକଣା ପାଇବାକୁ ଚାଲିଗଲା ଯୌବନ

6hm1

Advertisment

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁର ପାଇଁ ଟିକେଟ କାଟିଲେ।  ହେଲେ ଓହ୍ଲାଇଲେ ମଧ୍ୟପ୍ରଦେଶର ବୁରହାନପୁର ଅଞ୍ଚଳରେ। ଆଉ ତା’ପରେ ଭୁଲି ଗଲେ ଘର ଠିକଣା। ଏମିତି ଦାଦନ ଖଟିବାକୁ ଯାଇ ୪୦ ବର୍ଷ ଧରି ନିଖୋଜ ହୋଇଯାଇ ଥିଲେ।  ଆଉ ଶେଷରେ କିଛି ସଂସ୍ଥା ଆଉ ବ୍ୟକ୍ତିଙ୍କ ସହାୟତାରେ ନିଜ ଗ୍ରାମ ଗଂଜାମ ଜିଲା ଦିଗପହଣ୍ଡି ବ୍ଲକ ଏସ. ଟିକରପଡାରେ ପହଞ୍ଚିଛନ୍ତି ସୀମାଞ୍ଚଳ । ଯାହାକୁ ନେଇ ଗ୍ରାମରେ ଏବେ ଖୁସିର ଲହରି ଖେଳି ଯାଇଛି।

Advertisment

୨ମାସର ଶିଶୁ କନ୍ୟାର ମୃତ୍ୟୁ  ପରେ ୨୫ ବର୍ଷର ଯୁବକ ସୀମାଞ୍ଚଳ ଦାଦନ ଖଟିବାକୁ  ଚାଲି ଯାଇଥିଲେ ମହାରାଷ୍ଟ୍ର। ନିଜ ଶ୍ୱଶୁର ସହ ସେ ମହାରାଷ୍ଟ୍ରରେ କିଛିଦିନ ଶ୍ରମିକ ଭାବେ କାମ କରିବା ପରେ ସେ ସେଠାରୁ ଯାଇଥିଲେ ଆନ୍ଧ୍ରପ୍ରଦେଶ।  ଆଉ  ସେଠାରେ ଠିକ୍ ଠାକ କାମ ନ ମିଳିବାରୁ ସେଠାରୁ ରେଳରେ ଟିକେଟ କରିଥିଲେ ବ୍ରହ୍ମପୁର।  କାରଣ ସୀମାଞ୍ଚଳର ଗ୍ରାମ ଥିଲା ଗଂଜାମ ଜିଲା ଦିଗପହଣ୍ଡି ଥାନା ଏସ. ଟିକରପଡା ଗ୍ରାମ। ହେଲେ ସେ ବ୍ରହ୍ମପୁର ବଦଳରେ ଓହ୍ଲାଇଥିଲେ ମଧ୍ୟପ୍ରଦେଶର ବୁରହନପୁର ଷ୍ଟେସନରେ।  ସେଠାରେ ତାଙ୍କୁ ରେଳବାଇ ପୁଲିସ ମାଡ ମାରି ସନ୍ଦେହରେ ଗିରଫ ମଧ୍ୟ କରିଥିବା  ସୀମାଞ୍ଚଳ କହିଛନ୍ତି।

ତେବେ ପରେ ସେ ନିରୀହ ଥିବା ଜାଣିବା ପରେ ତାଙ୍କୁ ଛାଡି ଦେଇଥିଲେ। ସେଠାରୁ ଦୀର୍ଘ ୪୦ ବର୍ଷ ଧରି ସୀମାଞ୍ଚଳ ବଞ୍ଚିବା ପାଇଁ ସଂଘର୍ଷ କରି ଆସିଛନ୍ତି । କେଉଁଠି କାମ କଲେ ତାଙ୍କୁ  ଟଙ୍କାଟିଏ ବି ମିଳୁ ନ ଥିଲା। ଏପରିକି ଖାଇବାକୁ ବାସି ରୁଟି ଦିଆଯାଉଥିବା ସୀମାଞ୍ଚଳ କହିଛନ୍ତି। ତେବେ କିପରି ନିଜ ଭିଟାମାଟିକୁ ଫେରିବେ ସେଇ ଚିନ୍ତାରେ ଥିଲେ ସୀମାଞ୍ଚଳ।  ହଠାତ୍ ରୋଟି ବ୍ୟାଙ୍କ ନାମ ଏନଜିଓ ସହଯୋଗରେ ତାଙ୍କ ଘର ଓଡ଼ିଶାର ଗଂଜାମ ଜିଲା ବୋଲି ଜଣାପଡ଼ିଥିଲା।

Advertisment

ଆଉ ତାପରେ ସମସ୍ତ ଚେଷ୍ଟା କରାଯାଇ ଶେଷରେ ସୀମାଞ୍ଚଳ ଫେରିଛନ୍ତି। ଯିବା ବେଳେ ଯୁବକ ଥିବା ସୀମାଞ୍ଚଳ ଏବେ ରୋଗାକ୍ରାନ୍ତ  ବୃଦ୍ଧ ହୋଇ ଫେରିଛନ୍ତି । ଆଉ ଫେରିବା ପରେ ତାଙ୍କର ୪୦ ବର୍ଷର ଦୁଃଖଦ କାହାଣୀ ବଖାଣିଛନ୍ତି। ସେପଟେ ସୀମାଞ୍ଚଳଙ୍କୁ ପାଇ ତାଙ୍କ ପରିବାର ଲୋକ ବି ଖୁସି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe