Advertisment

ଅତିରିକ୍ତ CSOଙ୍କ ଘରେ ପଶିଲା ଭିଜିଲାନ୍ସ, ୭ଟି ସ୍ଥାନରେ ଚଢ଼ାଉ

ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଥ ଅଫିସର ଥିଲେ ସଞ୍ଜୟ।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୟଙ୍କ ଘର, ଅଫିସ୍‌ ସମେତ ମୋଟ ୭ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି।

Advertisment

 ଭୁବନେଶ୍ୱରର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି।  ସଞ୍ଜୟଙ୍କର ଭୁବନେଶ୍ୱରରେ ଏକ ଫ୍ଲାଟ୍‌ ଥିବାବେଳେ ପଟିଆ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କର ୨ପ୍ଲଟ୍ ରହିଛି। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଫିସ ଓ ଭଡା ଘରେ ରେଡ୍‌ ଚାଲିଛି।ଏହାସହ ସଞ୍ଜୟଙ୍କ ମୟୂରଭଞ୍ଜ ଥିବା ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ଜଣାପଡ଼ିଛି। ଭିଜିଲାନ୍ସ ବିଭାଗର  ୭ଜଣ ଡିଏସ୍‌ସି ଓ ୧୨ ଜଣ   ଅଫିସର ଏହି ଚଢ଼ାଉରେ ସାମିଲ ଅଛନ୍ତି। 

ଚଢ଼ାଉ ବେଳେ  ଭିଜିଲାନ୍ସ  ଭୁବନେଶ୍ୱର ସ୍ଥିତ ଘରୁ ଓ ଭଞ୍ଜନଗରରେ ଥିବା କାର୍ଯ୍ୟାଳୟରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ଏହାସହ ସଞ୍ଜୟଙ୍କ କାର୍ଯ୍ୟାଳୟରେ ଥିବା କିଛି କର୍ମଚାରୀଙ୍କୁ ଭିଜିଲାନ୍ସ ଟିମ୍‌ ପଚରାଉଚରା କରୁଛି। 

Advertisment

ସଞ୍ଜୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ତାଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଛି।

ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଥ ଅଫିସର ଥିଲେ ସଞ୍ଜୟ। କିଛି ଦିନତଳେ ତାଙ୍କର ପଦନ୍ନୋତି ହୋଇଥିଲା। ସେ  ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ଭାବେ ଯୋଗ ଦେଇଥିଲେ। 

Vigilance Raid Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe